Saturday, March 22, 2025
Homeଅଦ୍ଭୂତପୂର୍ବ ବର୍ଷ ଭାବେ ମନେ ରହିବ ବର୍ଷ ୨୦୨୦
Array

ଅଦ୍ଭୂତପୂର୍ବ ବର୍ଷ ଭାବେ ମନେ ରହିବ ବର୍ଷ ୨୦୨୦

ନୂଆଦିଲ୍ଲୀ: ନୂଆ ବର୍ଷ ଚିନ୍ତା କରିବା ପୂର୍ବରୁ ପୁରୁଣା ବର୍ଷର ପ୍ରତ୍ୟେକ ମୂହୁର୍ତ୍ତ ଜଳ ଜଳ ହୋଇ ଦେଖାଯାଉଛି । ମାର୍ଚ୍ଚ ମାସ ଠାରୁ ଦେଶରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଜନତା କର୍ଫ୍ୟୁ, ଲକଡାଉନ, ସଟଡାଉନ, ନାଇଟ କର୍ଫ୍ୟୁ, ସାମାଜିକ ଦୂରତା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଘରୁ ବାହାରିକୁ ଯିବା ସମୟରେ କୌଣସି ଜିନିଷକୁ ଅତି ସତର୍କତାର ସହିତ ଛୁଇଁବା ଏଭଳି ଆହୁରି କେତେ କଥା । ବିପର୍ଯ୍ୟୟ କେବେ ଶେଷ ହେବ ତାହା ଜଣା ନାହିଁ କିନ୍ତୁ ଆଶା ଦେଖାଯାଉଛି ଯେ, ସମସ୍ୟାର ସମାଧାନ ହେବ । ଲୋକଙ୍କୁ କରୋନା ଟିକା ମିଳିବ । କରୋନା ଭାଇରସର ପରାଜୟ ହେବ ।

ମେଡିକାଲ ଭିତ୍ତିଭୂମିକୁ ମଜବୁତ କରିବାର ସମୟ ଆସିଛି । ଏଥି ପାଇଁ ଆଜି ଆହୁରି ଏକ ନୂଆ ଶାଖା ଯୋଡ଼ି ହୋଇଯାଇଛି । ଗଜୁରାଟର ରାଜକୋଟରେ ଏମ୍ସର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା ଗୁଜୁରାଟ ଓ ପୂରା ଦେଶର ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷାକୁ ଆହୁରି ବଳ ମିଳିବ । ଏମ୍ସର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ, ବର୍ଷ ୨୦୨୦ ଅଦ୍ଭୂତପୂର୍ବ ଥିଲା । ସ୍ୱାସ୍ଥ୍ୟ ହିଁ ସଂପଦ, ଏହି ବର୍ଷ ଆମକୁ ଶିକ୍ଷା ଦେଇଗଲା । ସାରା ବିଶ୍ୱ ସମେତ ଆମକୁ କରୋନା ଭାଇରସ ମୁକାବିଲା ଲାଗି ବହୁ ଉଦ୍ୟମ କରିବାକୁ ପଡ଼ିଲା । କାରଣ ଯେତେବେଳେ ମଣିଷ ଜୀବନରେ ସ୍ୱାସ୍ଥ୍ୟ ଆଘାତ ଦେଇଥାଏ, ସେହି ସମୟରେ ପରିବାର ଲୋକେ ବଡଧରଣର ପ୍ରଭାବିତ ହୋଇଥାନ୍ତି । ଯେତେବେଳେ କରୋନା ଲାଗି ଭାରତ ପ୍ରଭାବିତ ହୋଇଛି ସମଗ୍ର ସମାଜ ବ୍ୟଥିତ ହୋଇପଡ଼ିଛି ।

ବିପର୍ଯ୍ୟୟକୁ ମୁକାବିଲା କରାଯାଇପାରିଛି

ବର୍ଷ ୨୦୨୦ର ଅନ୍ତିମ ଦିନରେ ଭାରତର ଲକ୍ଷ ଲକ୍ଷ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଯୋଦ୍ଧା, ସଫାଇ କର୍ମୀ, ଔଷଧ ଦୋକାନରେ କାର୍ଯ୍ୟରତ ବ୍ୟକ୍ତି ଏବଂ ଅନ୍ୟ ଆଗୁଆ ଯୋଦ୍ଧାଙ୍କୁ ମନେ ପକାଇବାର ଅଛି । କର୍ତ୍ତବ୍ୟ କରୁ କରୁ ଯେଉଁ ସହକର୍ମୀମାନେ ଜୀବନ ଦେଇଛନ୍ତ, ସେମାନଙ୍କୁ ପ୍ରଣାମ ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚଳିତ ବର୍ଷ ବିପତ୍ତିର ସମୟ ଶିକ୍ଷା ଦେଇଛି । କିନ୍ତୁ ଭାରତ ଯେତେବେଳେ ଏକାଠି ହୋଇଛି, ବିପର୍ଯ୍ୟୟକୁ ମୁକାବିଲା କରାଯାଇପାରିଛି ।

ଏକଜୁଟ ହେଲେ ବିକାଶ ହେବ

ଚଳିତ ବର୍ଷ ସଂକ୍ରମଣ ପାଇଁ ବିଶ୍ୱ ସମେତ ଭାରତୀୟମାନେ ନିରାଶ ଥିଲେ । ଚିନ୍ତା ଥିଲା, ଚାରିଆଡେ ଅନେକ ପ୍ରଶ୍ନ ବି ଥିଲା । କିନ୍ତୁ ୨୦୨୧ ଚିକିତ୍ସାର ଆଶା ନେଇ ଆସୁଛି । ଟିକାକରଣକୁ ନେଇ ଭାରତରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଭାରତରେ ପ୍ରସ୍ତୁତ ଟିକା ଯେପରି ସମସ୍ତ ବର୍ଗର ଲୋକଙ୍କ ନିକଟକୁ ପହଂଚିବ, ଏଥି ପାଇଁ ଉଦ୍ୟମ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ସଂକ୍ରମଣ ରୋକିବା ଲାଗି ଆମେ ସମସ୍ତେ ଏକଜୁଟ ହୋଇଥିଲେ । ସେହିଭଳି ଭାବେ ଟିକାକରଣ ସମୟରେ ସମସ୍ତେ ଏକାଠି ହୋଇ କାମ କଲେ ଭାରତର ବିକାଶ ହୋଇପାରିବ ।

କୋଟିଏ ଲୋକଙ୍କୁ କରୋନା

ଭାରତରେ ବିଗତ ୨୪ ଘଣ୍ଟା ପରେ ୨୧ ହଜାର ୮୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୨୯୯ ଲୋକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧.୦୨ କୋଟିରେ ପହଂଚିଛି, ଯେଉଁଥିରେ କି ୨.୫୭ ଲକ୍ଷ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୯୮ ଲକ୍ଷ ୬୦ ହଜାର ଲୋକ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୪୮ ହଜାର ୭୩୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments