Wednesday, September 18, 2024
Homeଅଯୋଧ୍ୟା ଦୀପାବଳିରେ ୧୨ ଲକ୍ଷ ମାଟି ଦୀପ
Array

ଅଯୋଧ୍ୟା ଦୀପାବଳିରେ ୧୨ ଲକ୍ଷ ମାଟି ଦୀପ

ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ଦେଶ ଉତ୍ସବମୁଖର। ଗାଁରୁ ସହର ସମସ୍ତେ ଦୀପାବଳୀ କେମିତି ପାଳନ କରିବେ ଏଥି ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି। ଘର ସଫା କରିବା, ଧୂଆଧୋଇ କରିବା, ରଂଗ କରିବା ଓ ଆଲୋକମାଳାରେ ସଜାଇବାରେ ସମସ୍ତେ ନିୟୋଜିତ ଅଛନ୍ତି। ଉତ୍ତର ପ୍ରଦେଶ ଚଳିତ ଦୀପାବଳିକୁ ଅଧିକ ସ୍ମରଣୀୟ କରିଛି। ଭଗବାନ ଶ୍ରୀରାମଙ୍କ ଜନ୍ମର ସହର ‘ଅଯୋଧ୍ୟା’ରେ ୨୦୨୧ ଦୀପାବଳି ସବୁଠାରୁ ନିଆରା ଢଙ୍ଗରେ ପାଳନ ହୋଇଛି। ରାମଲଲାଙ୍କ ମନ୍ଦିର ନିର୍ମାଣ କାମ ଜୋରଦାର ଚାଲିଥିବା ବେଳେ ଅଯୋଧ୍ୟାର ଦୀପାବଳି ରେକର୍ଡ ଲକ୍ଷ୍ୟକୁ ଅପେକ୍ଷା କରିଛି।

ପୁରାଣ ଅନୁସାରେ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ ଯେତେ‌ବେଳେ ୧୪ ବର୍ଷ ବନବାସ ଶେଷ କରିବା ସହ ଲଙ୍କାରେ ରାବଣ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ, ସେହି ସମୟରେ ପ୍ରଥମ ଥର ଦୀପ ଜାଳି ବାଣ ଫୁଟାଇ ସ୍ବାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହି ଦିନ ଠାରୁ ଭାରତରେ ଦୀପାବଳି ପର୍ବ ପାଳନ ହୋଇ ଆସୁଛି। ବର୍ତ୍ତମାନ ପରୀପ୍ରେକ୍ଷିରେ ଅଯୋଧ୍ୟାର ଦୀପାବଳି ପୁରାଣର ସେହି ଦିନର ଗୁରୁତ୍ବ ବଢ଼ାଇ ଦେଉଛି। କାରଣ ବର୍ଷକ ପରେ ନବନିର୍ମିତ ଭବ୍ୟ ରାମମନ୍ଦିରରେ ପ୍ରଭୁ ରାମଲଲା ବିରାଜମାନ କରିବେ।

ମାଟି ଦୀପରେ ଝଲସିବ ସରଯୂ କୂଳ

ଉତ୍ତରପ୍ରଦେଶ ସରକାର ନଭେମ୍ବର ୩ ତାରିଖ ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ମଧ୍ୟରେ ଭଗବାନ ଶ୍ରୀ ରାମଙ୍କ ସହର ଅଯୋଧ୍ୟାରେ ପଞ୍ଚମ ‘ଦୀପୋତ୍ସବ’ର ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଯୋଧ୍ୟାରେ ୧୨ ଲକ୍ଷ ମାଟି ଦୀପ ଜଳିବ। ଏଥିରୁ ୯ ଲକ୍ଷ ଦୀପ ସରଯୂ ନଦୀକୂଳରେ ଝଲସିବ। ସବୁଠାରୁ ବଡ଼ କଥା ହେଲା ଯେ, ବିଗତ ବର୍ଷ ଗୁଡ଼ିକରେ ପାଳିତ ହୋଇଥିବା ଦୀପାବଳିର ରେକର୍ଡ ଭାଙ୍ଗିବ। ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜାଳି ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ’ କରାଯିବାର ଲକ୍ଷ୍ୟ ରଖାଯାଇଛି।  

ନେପାଳ-ଶ୍ରୀଲଙ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ

ଅଯୋଧ୍ୟାରେ ଚଳିତ ଥର ଦୀପାବଳିରେ ଦୀପ ଜାଳିବା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ନଭେମ୍ବର ୧ ତାରିଖ ଠାରୁ ଦୀପାବଳି ଆରମ୍ଭ ହୋଇଯାଇଛି। ୫ ଦିନିଆ କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ଏକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଦେବାପାଇଁ ଆସିଛନ୍ତି। ନେପାଳର ଜନକପୁରରୁ ଏକ ଦଳ ଅଯୋଧ୍ୟାରେ ସୋମବାର ରାମଲୀଳା ନାଟକ ମଂଚସ୍ଥ କରିଛନ୍ତି। ସେହିପରି ବିଭିନ୍ନ ଦିନରେ ଜମୁ କଶ୍ମୀର, ଗୁଜରାଟ, ଆସାମ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରୁ କଳାକାର ମାନେ ଆସି ନିଜର ଅଭୀନୟ ପ୍ରଦର୍ଶନ କରୁଛନ୍ତି।

ପ୍ରତ୍ୟେକ ଗାଁରୁ ୫ ଦୀପ ସଂଗ୍ରହ

ଅଯୋଧ୍ୟାରେ ଅତିକମରେ ୫ମିନିଟ ଯାଏଁ ୧୨ ଲକ୍ଷ ମାଟି ଦୀପ ଜଳିଲେ ବିଶ୍ୱ ରେକର୍ଡ ସ୍ଥାପନ ହେବ। ଏହି ଲକ୍ଷ୍ୟ ନେଇ ସରକାର, ପ୍ରଶାସନ ଓ ଜନସାଧାରଣ ବଳ କଷୁଛନ୍ତି। ସୋମବାର ଠାରୁ ୫ ଦିନିଆ ଦୀପ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଧବାର ହେବ ସ୍ବତନ୍ତ୍ର ଆକର୍ଷଣୀୟ କାର୍ଯ୍ୟକ୍ରମ। ସବୁଠାରୁ ବଡ଼ କଥା ଯେ, ଅଯୋଧ୍ୟା ଦୀପାବଳି ପାଇଁ ଦୀପ ଗୁଡ଼ିକ ଗୋଟିଏ ସ୍ଥାନରୁ କିଣାଯାଇ ନାହିଁ। ବରଂ ରାଜ୍ୟର ୯୦ ହଜାରରୁ ଅଧକ ଗାଁରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ତରଫରୁ ଏହା ଆସିଛି। ସୂଚନାଯୋଗ୍ୟ ଉତ୍ତର ପ୍ରଦେଶରେ ୭୫ଟି ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ଗାଁରୁ ଅତିକମରେ ୫ଟି ଦୀପ ଆସିଛି।  

ରେକର୍ଡ ଲକ୍ଷ୍ୟରେ ଦୀପାବଳି

ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୧୭ ମସିହାରେ ପ୍ରଥମ ଥର ଦୀପ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ ପ୍ରଥମ ଥର ୫୧ ହଜାର ଦୀପ ଜଳିଥିଲା। ୨୦୧୯ ମସିହାରେ ଏହା ୪,୦୪,୨୨୬କୁ ବୃଦ୍ଧି ହୋଇଥିଲା। ୨୦୨୦ ମସିହାରେ ୬,୦୬,୫୬୯ ମାଟି ଦୀପ ଜଳିଥିବା ବେଳେ ଚଳିତ ଦୀପାବଳିରେ ଅତୀତର ସବୁ ରେକର୍ଡ ଭଙ୍ଗ କରି ୧୨ ଲକ୍ଷ୍ୟ ଦୀପ ଜାଳିବା ପାଇଁ ସରକାର ଓ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments