Tuesday, February 11, 2025
Homeଅସୁରକ୍ଷିତ ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ‘ମୃତଦେହ’ କାହାର?
Array

ଅସୁରକ୍ଷିତ ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ‘ମୃତଦେହ’ କାହାର?

 ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହୋଇପଡୁଛି। ଚୋରି, ଡକାୟତି, ରାହାଜାନ, ଦୁଷ୍କର୍ମ, ଲୁଟ୍‌ ହତ୍ୟା ଭଳି ଅପରାଧିକ ଘଟଣା ବଢ଼ିଚାଲିଛି। ଏଠାରେ ରାତି କଥା ଛାଡ଼ନ୍ତୁ। ବରଂ ଦିନ ଦ୍ୱିପ୍ରରରେ ମଧ୍ୟ ଲୁଟ ହେଉଛି। ସହରରେ ସିସିଟିଭି କ୍ୟାମେରା ଓ କମିଶନରେଟ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଅପରାଧୀଙ୍କୁ ଅଟକାଇ ପାରିନାହିଁ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା ୭୨ ଘଣ୍ଟା ଅତିକ୍ରମ କରିସାରିଛି। କିନ୍ତୁ ଅଭିଯୁକ୍ତ କିଏ, ତାହା ପୋଲିସ ଜାଣିପାରି ନାହିଁ।

ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ମଧ୍ୟ ଆଡ୍ଡା ଜମାଇଛି। ଏଥି ପାଇଁ ୫ଟି ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ପୋଲିସ ଗୁଇନ୍ଦା ସୂତ୍ରରୁ ତଥ୍ୟ ହାସଲ କରିବାକୁ ମଧ୍ୟ ଉଦ୍ୟମ କରିଛି। କିନ୍ତୁ ସତ୍ୟ କେବେ ଉନ୍ମୋଚନ ହେବ, ତାହାର କିଛି ସୁନିଶ୍ଚିତତା ନାହିଁ। ପୋଲିସ ଶେଷରେ ପୋଷ୍ଟର ଲଗାଇ ମହିଳାଙ୍କ ପରିଚୟ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛି। ପୋଷ୍ଟରରେ ମହିଳାଙ୍କର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉଲ୍ଲେଖ ରହିଛି। କମିଶନରେଟ୍‌ ପୋଲିସ ଘୋଷଣା କରିଛି ଯେ, ମହିଳାଙ୍କ ପରିଚୟ ଯିଏ ଦେଇପାରିବ, ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିବ।

ମୃତଦେହକୁ ୨ ଥର ପୋଷ୍ଟମର୍ଟମ

ମୁଣ୍ଡବିହୀନ ଶବକୁ ୨ ଥର ପୋଷ୍ଟମର୍ଟମ କରାଯାଇଛି। ରାଜ୍ୟରେ ଏଭଳି ଘଟଣା ବୋଧହୁଏ ପ୍ରଥମ। ମୃତଦେହକୁ ପ୍ରଥମ ଥର କ୍ୟାପିଟାଲ ହସ୍‌ପିଟାଲ ଓ ୨ୟ ଥର ଏମ୍‌ସରେ। ପ୍ରଥମ ଥର ରିପୋର୍ଟରେ କୁହାଯାଇଥିଲା ଯେ, ଶ୍ୱାସରୋଧ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହା ସୂଚାଉଥିଲା ଯେ,  ମହିଳାଙ୍କୁ ତଂଟିଚିପି ପ୍ରଥମେ ହତ୍ୟା କରାଯାଇଥିଲା। ଏବଂ ପରେ ପରିଚୟ ନଷ୍ଟ କରିବା ଉଦ୍ଦେଶ୍ୟ ରଖି  ମୁଣ୍ଡକୁ ଅନ୍ୟ କେଉଁଠାରେ ଫିଙ୍ଗି ଦିଆଯାଇଛି ଅଥିବା ପୋଡ଼ି ଭସ୍ମ କରିଦିଆଯାଇଥାରେ ବୋଲି ପୋଲିସ ସଂଦେହ କରୁଛି। ଅନ୍ୟପଟରେ ଅଭିଯୁକ୍ତ ମହିଳାଙ୍କ ଉପରେ ଏକ ବଡ଼ ପ୍ରତିଷୋଧ ନେବାକୁ ଯାଇ ଏଭଳି କାମ କରିଥାଇପାରେ ବୋଲି ମଧ୍ୟ କୁହାଯାଉଛି।  

ମହିଳାଙ୍କୁ ୪ ତାରିଖରେ ହତ୍ୟା

ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ରାସ୍ତାକଡରେ ମହିଳାଙ୍କ ମୃତଦେହ ମିଳିଥିଲା  । ଯେଉଁ ସ୍ଥାନରୁ ମୃତଦେହ ଉଦ୍ଧାର ହୋଇଥିଲା, ସେଠାରୁ ୫୦୦ ମିଟର ଦୂରରେ  ନିର୍ମାଣାଧୀନ ଥିବା ଓଡ଼ିଶା ବାୟୋଟେକ୍‌ ପାର୍କ ପରିସରରୁ ଏକ ଛୁରି ମିଳିଥିଲା। ପୋଲିସ ତଦନ୍ତ ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଘଟଣା କେବେ ପଦାକୁ ଆସିବ, ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏତିକି କୁହାଯାଇପାରିବ ଯେ, ମହିଳାଙ୍କୁ ନିଜର ସଂପର୍କୀୟମାନେ ହତ୍ୟା କରିଥାଇପାରନ୍ତି । କାରଣ ଯଦି ଶତ୍ରୁ ହତ୍ୟା କରିଥାନ୍ତେ, ନିଶ୍ଚିତ ଭାବରେ ତାଙ୍କ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ଚିହ୍ନ ରହିଥାନ୍ତା । କିନ୍ତୁ ମହିଳାଙ୍କ ମୁଣ୍ଡ ନଥିବାରୁ ପରିଚୟ ଜଣାପଡୁ ନାହିଁ । ଅତି ସାଧାରଣ କଥାରେ କହିବାକୁ ଗଲେ ମଣିଷର ମୁହଁକୁ ଦେଖି ତାର’ର ପରିଚୟ ପ୍ରଥମେ ଜାଣି ହୋଇଥାଏ ।

ହିଂସ୍ର ହେଉଛି ମଣିଷ

ଦିନକୁ ଦିନ ମଣିଷ ମାତ୍ରାଧିକ ହିଂସ୍ର ରୂପ ଧାରଣ କରୁଛି । ବିପରୀତ ବ୍ୟକ୍ତି ଯାହା ବି ଦୋଷ କରୁନା କାହିଁକି ଏହାର ଆପୋଷ ବୁଝାମଣା କରିବାକୁ ଚାହୁଁ ନାହାନ୍ତି । ବରଂ ଓଲଟା ଅପରାଧ କାମ କରିବାକୁ ଚାହୁଁଛି । ରାଜଧାନୀରେ ମହିଳାଙ୍କ ମୁଣ୍ଡ କାଟି ନେଇଯାଇ ଏକ ପରିତ୍ୟକ୍ତ ରାସ୍ତାକଡ଼ରେ ଫିଙ୍ଗି ଦେବା ଏହା ହେଉଛି ଜ୍ୱଳନ୍ତ ଉଦାହରଣ । ସନ୍ଦିଗ୍ଧ ମହିଳା ଜଣକ ଯାହା ବି ଭୁଲ କରିଥାନ୍ତୁ ନା କାହିଁକି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଇ ପାରିଥାନ୍ତା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments