Tuesday, February 11, 2025
Homeଆଇନ୍‌କୁ ନାହିଁ ଭୟ, ପୋଲିସକୁ ଛେଚିିଲେ ଅଭିଯୁକ୍ତ
Array

ଆଇନ୍‌କୁ ନାହିଁ ଭୟ, ପୋଲିସକୁ ଛେଚିିଲେ ଅଭିଯୁକ୍ତ

ଭୁବନେଶ୍ୱର: ସମାଜରେ ଅଶାନ୍ତି, ଚୋରି, ଡକାୟତ, ହତ୍ୟା ଆଦି ଘଟଣାର ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ପୋଲିସ ଏବଂ ନ୍ୟାୟ ବ୍ୟବସ୍ଥା ରହିଛି । କିନ୍ତୁ ଅପରାଧୀ ଓ ଅଭିଯୁକ୍ତମାନଙ୍କ ପାଇଁ ଏହା ମୂଲ୍ୟହୀନ । ଦେଶରେ ଲାଗୁ ହୋଇଥିବା ଆଇନ-କାନୁନକୁ ଅସାମାଜିକ ବ୍ୟକ୍ତିମାନେ ଭୟ କରୁନାହାନ୍ତି । ଚୋରମାନେ ଆଇନ ଶୃଙ୍ଖଳା ପାଇଁ ବ୍ୟବସ୍ଥିତ ଥିବା ପୋଲିସକୁ ବି ମାନୁନାହାନ୍ତି । ଏପରିକି ପୋଲିସକୁ ମାଡ଼ମାରିବା ବି ପଛାଉ ନାହାନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଆକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଲଗାତାର ୨ ଦିନରେ ଏଭଳି ଘଟଣା ଘଟିଛି । ଗତ ବୁଧବାର ଯାଜପୁର ଜିଲ୍ଲାରେ ୫ ଜଣ ପୋଲିସ ଅଭିଯୁକ୍ତମାନଙ୍କ ଦ୍ୱାରା ମାଡ଼ ଖାଇଥିବା ବେଳେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲାରେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ମନ୍ଦିରରୁ ଚୋରି, ପୁଲିସକୁ ମାଡ଼

ଗତ ବୁଧୁୁବାର ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୋଟାସାହି ଗ୍ରାମର ବୁଢ଼ୀ ଜାଗୁଳାଇ ମନ୍ଦିରରୁ ଜିନିଷପତ୍ର ଚୋରି ହୋଇଥିଲା । ରାତି ପାହିଲା ପରେ ଗାଁ ଲୋକେ ମନ୍ଦିରରୁ ଜିନିଷପତ୍ର ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭତ୍ତିକରି ପୋଲିସ ତୋଟାସାହି ଗାଁକୁ ଆସିଥିଲା । ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରିଥିଲା । ସନ୍ଧାନୀ କୁକୁର ଅଭିଯୁକ୍ତର ଘର ଠାବ କରିଥିଲା । କିନ୍ତୁ ଏହାକୁ ହଜମ କରିପାରି ନଥିଲା ଅଭିଯୁକ୍ତ ନନ୍ଦକିଶୋର । ସେ ଖଣ୍ଡା ଓ ଲାଠି ମାଧ୍ୟମରେ ପୋଲିସକୁ ଆକ୍ରମଣ କରିଥିଲା । ଜଣେ କନେଷ୍ଟବଳ ଅଭିଯୁକ୍ତର ଆକ୍ରମଣରେ ଆହତ ହୋଇଥିଲେ ।

୫ ପୋଲିସ କର୍ମଚାରୀ ଲହୁଲୁହାଣ

ଯାଜପୁର ଜିଲ୍ଲା ବିଂଝାରପୁର ଥାନାର ୫ ଜଣ ପୋଲିସ ବୁଧବାର ରାତି ଆକ୍ରମଣର ଶିକାର ହୋଇଛନ୍ତି । ରଣପୁର ପଂଚାୟତ ଅନ୍ତର୍ଗତ କଣ୍ଟିପୁର ଗାଁରେ ଏକ ଚୋରି ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ପୋଲିସକୁ ଟାର୍ଗେଟ କରିଥିଲେ ଅଭିଯୁକ୍ତମାନେ । ଗାଁର ସୁବାଷ ଚନ୍ଦ୍ର ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା । ଏନେଇ ସୁବାଷଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ପାଇଁ ଯାଇଥିଲା ଏବଂ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଧରିଥିଲା । କିନ୍ତୁ ସଂପର୍କୀୟମାନେ ପୋଲିସକୁ ଅତର୍କିତ ଭାବେ ଆକ୍ରମଣ କରି ଅଭିଯୁକ୍ତମାନଙ୍କୁ ଛଡ଼ାଇ ନେଇଥିଲେ । ପରେ ଯାଜପୁର ଟାଉନ ଥାନା ପୋଲିସ ଓ ଫୋର୍ସ ପହଂଚି ୬ ଜଣଙ୍କୁ ଗିରଫ କରିଥିଲେ ।

ରକ୍ଷକ ଅସୁରକ୍ଷିତ

ସମାଜକୁ ସୁରକ୍ଷା ପ୍ରଦାନ କରିବାରେ ପୁଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ପୋଲିସ କର୍ମଚାରୀମାନେ ସୁରକ୍ଷିତ ନୁହଁନ୍ତି । ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଟାର୍ଗେଟ କରୁଛନ୍ତି । ଅଭିଯୁକ୍ତମାନେ ପୋଲିସକୁ ଖାତିର କରୁ ନାହାନ୍ତି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ହେଉ ଅଥବା ଘଟଣାର ତଦନ୍ତ କରିବାକୁ ଯାଇଥିବା ପୋଲିସ କର୍ମଚାରୀମାନେ ଆକ୍ରମଣର ଶିକାର ହେଉଛନ୍ତି । ପୋଲିସ ଉପରେ ଦଳବଦ୍ଧ ଆକ୍ରମଣ ହେଉଛି । ପୋଲିସକୁ ଟାର୍ଗେଟ କରୁଥିବା ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ କଡ଼ା କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ତଥାପି ଏଥିରୁ ଅନ୍ୟମାନେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments