Monday, November 4, 2024
Homeଆକର୍ଷିତ କରିବାକୁ ମନ୍ଦିର କରିଡର
Array

ଆକର୍ଷିତ କରିବାକୁ ମନ୍ଦିର କରିଡର

ଭୁବନେଶ୍ବର: ଦେଶର ଐତିହ୍ୟ ସ୍ଥଳୀଗୁଡ଼ିର ରକ୍ଷଣାବେକ୍ଷଣକୁ ସରକାର ଗୁରୁତ୍ବ ଦେଉଛନ୍ତି। ଐତିହ୍ୟସ୍ଥଳୀକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କୋଟି କୋଟି ଟଙ୍କାର ବିନିଯୋଗରେ ଭିତ୍ତିଭୂମି ସଜଡାଯାଉଛି। ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ଓ ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଦେଶର ଅନେକଗୁଡ଼ିଏ ମନ୍ଦିର ନୂଆ ରୂପ ପାଇସାରିଛି। ଆହୁରି ଅନେକ ସ୍ଥାନରେ ନିର୍ମାଣ କାମ ଜାରି ରହିଛି। ସଭ୍ୟ ସଭ୍ୟତା ଦୃଷ୍ଟିରୁ ଦେଖିବାକୁ ଗଲେ ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯିବା ନିହାତି ଦରକାର। କାରଣ ଆମର ପୂର୍ବ ପୁରୁଷମାନେ ଏହାକୁ ନିର୍ମାଣ କରିବା ପାଇଁ ବହୁ ବର୍ଷ ପର୍ଯ୍ୟନ୍ତ ନିଜକୁ ଉତ୍ସର୍ଗ କରିଦେଇଥିଲେ।
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଓ ଉତ୍ତର ପ୍ରଦେଶର ବାରାଣସୀର କାଶୀ ବିଶ୍ବନାଥ ମନ୍ଦିରର ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ପୁରୀ ମନ୍ଦିରର ବାହାର ପାର୍ଶ୍ବରେ ହୋଇଥିବା ସୌନ୍ଦର୍ଯ୍ୟକରଣକୁ ଉଦ୍ଘାଟନ କରିଥିଲେ। ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ବନାଥ କରିଡରର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୧ ତାରିଖରେ ମଧ୍ୟପ୍ରଦେଶର ଉଜୈନସ୍ଥିତ ମହାକାଳ କରିଡରକୁ ଲୋକାର୍ପଣ କରିବେ। କେବଳ ଏହି ୩ଟି ମନ୍ଦିର ନୁହେଁ। ବରଂ ଓଡ଼ିଶାର ଶ୍ରୀଲିଙ୍ଗରାଜ, ସମଲେଶ୍ବରୀ, ମା’ ତାରିଣୀ, ହରିଶଙ୍କର, ନୃସିଂହନାଥ ଆଦି ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛ।

ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ନୂଆ ରୂପ ପାଇଛି। ଭକ୍ତ, ଦର୍ଶକ, ପର୍ଯ୍ୟଟକଙ୍କୁ ଏହି ପ୍ରକଳ୍ପ ଆକର୍ଷିତ କରୁଛି। ପୂର୍ବରୁ ମନ୍ଦିରକୁ ଯିବା ପୂର୍ବରୁ ଭକ୍ତଙ୍କୁ ଚପଲ, ବ୍ୟାଗ, ମୋବାଇଲ ରଖିବା ପାଇଁ ଯେଉଁ ହଟହଟା ହେବାକୁ ପଡୁଥିଲା, ସେହି ସମସ୍ୟା ଆଜିକାଲି ଆଉ ନାହିଁ। ଲୋକେ ସରକାରୀ କାଉଣ୍ଟରରେ ମାଗଣାରେ ନିଜର ଜିନିଷ ପତ୍ର ସହଜରେ ରଖିପାରୁଛନ୍ତି। ଶ୍ରୀମନ୍ଦିର ଆଗରେ ଯେଉଁ ଅରାଜକତା ଦେଖାଯାଉଥିଲା, ତାହା ମଧ୍ୟ ଶେଷ ହୋଇଯାଇଛି। ଶ୍ରୀମନ୍ଦିରରେ ପୂର୍ବରୁ ବାହାର ରାଜ୍ୟର ଦର୍ଶକ ଯେଉଁଭଳି ହଇରାଣ ହେଉଥିଲେ, ତାହା ଆଜିକାଲି ଆଉ ନାହିଁ। ଅନ୍ୟପଟରେ ଯେଉଁମାନେ ୫ ବର୍ଷ ପୂର୍ବରୁ ପୁରୀ ଯାଇଥିଲେ, ଏବେ ସେଠାକୁ ଗଲେ ନିଶ୍ଚିତ ଭାବେ ନୂଆ ଅନୁଭୂତି ପାଇପାରିବେ। ପୁରୀ ଭଳି ଏକାମ୍ରକ୍ଷେତ୍ରର ରୂପ ମଧ୍ୟ ବଦଳିଛି। ଲୋକଙ୍କୁ ଏକାମ୍ରକ୍ଷେତ୍ର ଆକର୍ଷିତ କରୁଛି।

ଲୋକାର୍ପଣ ଅପେକ୍ଷାରେ ମହାକାଳ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରେ ମଧ୍ୟପ୍ରଦେଶର ମହାକାଳଙ୍କ ନଗରୀରେ ଶିବରାଜ ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରକଳ୍ପ ‘ମହାକାଳ ପ୍ରକଳ୍ପ’କୁ ଲୋକାର୍ପଣ କରିବେ। ଏହି କରିଡରର ନିର୍ମାଣ କମ ପ୍ରାୟତଃ ଶେଷ ହୋଇସାରିଛି। ପୂର୍ବ ତୁଳନାରେ ଏବେ ମହକାଳ ଅଧିକ ଭବ୍ୟ ଦେଖାଯାଉଛି । ଏହି ପ୍ରକଳ୍ପ ପରେ ଏଠାରେ ଅଧିକ ସଂଖ୍ୟାରେ ଦର୍ଶକ ଏକ ସମୟରେ ମହାକାଳଙ୍କୁ ଦର୍ଶନ କରିବାରୁ ସୁଯୋଗ ପାଇପାରିବେ । ମଧ୍ୟପ୍ରଦେଶ ସରକାର ଏହି ପ୍ରକଳ୍ପକୁ ପୂରା କରିବା ପାଇଁ ୭୫୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।  

ପୂରାତନ ଏବଂ ନୂତନର ସଂଗମ ହେଉଛି କାଶୀ

ମହାକାଳ ପ୍ରକଳ୍ପ ଲୋକାର୍ପଣ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ଡିସେମ୍ବର ମାସରେ କାଶୀ ବିଶ୍ବନାଥ ଧାମ କରିଡର୍ ଉଦ୍ଘାଟନ କରିଥିଲେ। ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରି କହିଥିଲେ ଯେ, ପୂରାତନ ଏବଂ ନୂତନର ସଂଗମ ହେଉଛି କାଶୀ କରିଡର। କାଶୀ ବିଶ୍ବନାଥ ଇତିହାସରେ ଏହି ପ୍ରକଳ୍ପ ଏକ ନୂଆ ଅଧ୍ୟାୟ ଲେଖିଛି। ଏହି ପ୍ରକଳ୍ପ କେବଳ ଏକ ଭବନ ନୁହେଁ ବରଂ ଭାରତର ସନାତନ ସଂସ୍କୃତି ଏବଂ ପରମ୍ପରାର ଏକ ପ୍ରତୀକ। ପୂରାତନର ପ୍ରେରଣା କିଭଳି ଭବିଷ୍ୟତକୁ ଦିଗ ଦେଉଛି ତାହା ଏଠାରେ ଦେଖିବାକୁ ମିଳିବ। ବହୁଯୁଗ ଧରି ଏହି ସହର ବଞ୍ଚି ରହିଛି। ଅନେକ ସାମ୍ରାଜ୍ୟର ଉତ୍ଥାନ ଓ ପତ୍ତନ ଏହି ସହର ଦେଖିଛି। କିନ୍ତୁ କାଶୀ ଦୀର୍ଘଦିନ ଧରି ରହିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments