Tuesday, September 17, 2024
Homeଆଦିପୁରୁଷ: ଦେଶ-ବିଦେଶରେ ବିବାଦ
Array

ଆଦିପୁରୁଷ: ଦେଶ-ବିଦେଶରେ ବିବାଦ

ଭୁବନେଶ୍ୱର: ରାମାୟଣ ମହାକାବ୍ୟ ଉପରେ ନିର୍ମିତ “ଆଦିପୁରୁଷ” ଗତ ୧୬ ତାରିଖ ଦିନ ଦେଶବ୍ୟାପି ସିନେମା ହଲ୍‌ରେ ପ୍ରଦର୍ଶିତ ହେଲା ପରେ ଏବେ ଏହାକୁ ନେଇ ବିବାଦ ଦେଖାଯାଇଛି । ୫୦୦ କୋଟି ଟଙ୍କାରେ ନିର୍ମିତ ଆକ୍ସନ ଫିଲ୍ମ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି କରୁଥିବା ଭକ୍ତଙ୍କୁ ଏହି ଫିଲ୍ମର କିଛି ସଂଳାପ ପସନ୍ଦ ହୋଇନାହିଁ । ଦେଶର ବିଭିନ୍ନ ସ୍ଥାନରେ ବିରୋଧ-ପ୍ରଦର୍ଶନ ଜାରି ରହିଛି । ଏହି ଆନ୍ଦୋଳନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିଛି । 

ଏଠାକାର ଏକ ସିନେମା ହଲରେ ଆଦିପୁରୁଷକୁ ବିରୋଧ କରି ହିନ୍ଦୁ ସଂଗଠନ ବନ୍ଦ କରିଦେଇଛନ୍ତି । ଶ୍ରୀରାମ ସେନାର ସଦସ୍ୟମାନେ ଯେତେବେଳେ ସିନେମା ହଲକୁ ପହଞ୍ଚିଥିଲେ, ସେହି ସମୟରେ ରାତ୍ରିକାଳନୀ ସୋ’ ଚାଲିଥିଲା । ସଦସ୍ୟମାନେ ହାତରେ ଠେଙ୍ଗା ଧରି ‘ଜୟ ଶ୍ରୀରାମ’ ଶ୍ଲୋଗାନ ଦେଇଥିଲେ । ପୁଲିସ ଉପସ୍ଥିତିରେ ସୋ’ ବନ୍ଦ କରିଦିଆଯାଇଥିଲା । ଶ୍ରୀରାମ ସେନାର ସଭାପତି କହିଛନ୍ତି, ଫିଲ୍ମକୁ ଭୁଲ ଶୈଳୀରେ ନିର୍ମିତ କରାଯାଇଛି । ଆମ ସଂସ୍କୃତିକୁ ଅପବ୍ୟବହାର କରାଯାଇଛି । ଏହାକୁ ଅଯୋଧ୍ୟାବାସୀ ଗ୍ରହଣ କରିପାରିବେ ନାହିଁ । ତେଣୁ ଆଦିପୁରୁଷ ଅଯୋଧ୍ୟାରେ ଚାଲିପାରିବ ନାହିଁ ।

କେବଳ ଅଯୋଧ୍ୟା ନୁହେଁ, ଆଦିପୁରୁଷକୁ ବାରାଣସୀ ଓ ଉତ୍ତରାଖଣ୍ଡର ହରିଦ୍ୱାରରେ ମଧ୍ୟ ବିରୋଧ କରାଯାଉଛି । ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସଂପାଦକ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି, ଆଦିପୁରୁଷର ଲେଖା ଶୈଳୀ ଯେଭଳି ହୋଇଛି, ଏହା ସନ୍ଥଙ୍କୁ ହଜମ ହୋଇପାରୁନାହିଁ । ବାରଣସୀରେ ପ୍ରଦର୍ଶନକାରୀମାନେ ଆଦିପୁରୁଷ ବିରୋଧରେ ମଲ୍ଟିପ୍ଲେକ୍ସ ପହଞ୍ଚି ପ୍ରଦର୍ଶନ କରିଥିଲେ । ଫିଲ୍ମର ପୋଷ୍ଟର ଚିରିଦେଇଥିଲେ । ହନୁମାନ ପତାକା ଉଡାଇଥିଲେ । ପ୍ରଦର୍ଶନକାରୀମାନେ ଫିଲ୍ମକୁ ପ୍ରତ୍ୟାହାର ଦାବି କରିଥିଲେ । ସାଧାରଣ ଫିଲ୍ମ ଦର୍ଶକମାନେ ମଧ୍ୟ ଫିଲ୍ମର କାହାଣୀ ଓ ଅଭିନୟକୁ ନେଇ ତୀବ୍ର ବିରୋଧ କରିଛନ୍ତି ।

ପୂରା ଉତ୍ତରପ୍ରଦେଶରେ ବିରୋଧ

ଲକ୍ଷ୍ନୌରେ ଆଦିପୁରୁଷକୁ ନେଇ ଅଖିଳ ଭାରତୀୟ ମହାସଭା ହଜରତଗଂଜ ଥାନାରେ ଏତଲା ଦେଇଛି । ଏହି ଫିଲ୍ମ ସନାତନ ଧର୍ମକୁ ଅପମାନ କରିଛି । ଭଗବାନ ରାମ, ହନୁମାନ ଓ ଦେବୀ ସୀତାଙ୍କୁ ଭୁଲ ଦୃଷ୍ଟିରେ ଦେଖିଛି । ଖରାପ ସଂଳାପ ଉଚ୍ଚାରଣ କରି ଅପମାନିତ କରିଛି । ଫିଲ୍ମରେ ଏଭଳି ବର୍ଣ୍ଣନା କରାଯାଇଛି, ଯାହାକି ଆଜିର ଶିଶୁ ଭଗବାନ ରାମଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଅଲଗା ରହିବ । ହରିଦ୍ୱାରରେ ସନ୍ଥ ସମାଜ ବିରୋଧ ପ୍ରଦର୍ଶନ ସହ କହିଛି ଯେ, ହିନ୍ଦୁ ଧର୍ମ ବିରୋଧରେ ଏକ ଷଡ଼ଯନ୍ତ୍ର । ତେଣୁ ସରକାର ଏହାରି ଉପରେ କଟକଣା ଲାଗୁ କରିବା ଉଚିତ ।  

ବିବାଦୀୟ ସଂଳାପ

କାହାଣୀରେ ହନୁମାନ ଯେତେବେଳେ ଲଙ୍କା ଯାଆନ୍ତି, ଏକ ରାକ୍ଷସ ତାଙ୍କୁ ଦେଖନ୍ତି ଏବଂ ପଚାରନ୍ତି, ‘ଏହି ବଗଚା କ’ଣ ତୁମ ବାପାର, ଯେଉଁଥି ପାଇଁ ପବନ ଖାଇବାକୁ ଆସିଛ । ସୀତାଙ୍କୁ ଭେଟିବା ପରେ ହନୁମାନଙ୍କୁ ଯେତେବେଳେ ରାକ୍ଷସମାନେ ଧରିପକାନ୍ତି, ସେହିସମୟରେ ମେଘନାଦ ତାଙ୍କର (ହନୁମାନ) ଲାଞ୍ଜରେ ନିଆଁ ଲଗାଇ ପଚାରନ୍ତି, ଜଳିଯାଅ । ଏହାର ଉତ୍ତରରେ ହନୁମାନ କହୁଛନ୍ତି, ତେଲ ତୁମ ବାପାର । କପଡ଼ା ତୁମ ବାପାର ଏବଂ ଜଳିବ ଯଦି ତୁମ ବାପାର । ହନୁମାନ ଯେତେବେଳେ ଲଙ୍କାରୁ ଫେରିଆସନ୍ତି, ରାମ ପଚାରୁଛନ୍ତି, କ’ଣ ହେଲା? ଏହାର ଉତ୍ତରରେ ହନୁମାନ କହୁଛନ୍ତି, ଯିଏ ଆମର ଭଉଣୀଙ୍କୁ ଛୁଇଁବ, ତାଙ୍କର ଲଙ୍କାରେ ନିଆଁ ଲଗାଇଦେବୁ ।  

ଲୋକଙ୍କ ଭାବନାକୁ ବୁଝିବା ଦରକାର

ଭାରତୀୟ ସଂସ୍କୃତିରେ ରାମାୟଣର ଗୁରୁତ୍ୱବହନ କରିଥାଏ । ପ୍ରଭୁ ରାମଙ୍କ ଜନ୍ମଭୂମି ବିବାଦ ଦୀର୍ଘ ତିନି ଦଶନ୍ଧି ପରେ ସମାଧାନ ହୋଇଛି । ଚଳିତ ବର୍ଷ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ । ଏଥି ପାଇଁ ଜୋରଦାର କାମ ଚାଲିଛି । ଦେଶର ବୃହତ୍ତ ରାମମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଫିଲ୍ମ ଆଦିପୁରୁଷ ରିଲିଜ ହେବା ପରେ ଏଥିରେ କାହାଣୀକୁ ଯେଉଁଭଳି ଭାବେ ବର୍ଣ୍ଣନା କରାଯାଇଛି, ଆଗାମୀ ପୀଢ଼ିର ଜନତା ରାମଙ୍କ ଉପରେ ରଖିଥିବା ଭରସା ହରାଇବେ । ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଛନ୍ତି, ଲୋକଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖିବା ଜରୁରୀ । ଏତଦ ବ୍ୟତୀତ ଦର୍ଶକମାନେ ଭଗବାନ ରାମ, ସୀତା, ହନୁମାନ ଓ ରାବଣଙ୍କ ବେଶପୋଷାକ ଉପରେ ଅଭିଯୋଗ ଆଣିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments