Tuesday, September 10, 2024
Homeଆଧ୍ୟାତ୍ମିକ ଶୋଭାଯାତ୍ରା ଉପରକୁ ଆକ୍ରମଣ
Array

ଆଧ୍ୟାତ୍ମିକ ଶୋଭାଯାତ୍ରା ଉପରକୁ ଆକ୍ରମଣ

ଭୁବନେଶ୍ୱର: ଖୁସି ହେଉଛି ପ୍ରତ୍ୟେକ ଜୀବନର ଅନ୍ୟତମ ମୁହୂର୍ତ୍ତ । ଏହାକୁ ସ୍ମରଣୀୟ ରଖିବା ପାଇଁ ସମସ୍ତେ ଚାହାନ୍ତି । ଖୁସି ଏକାକୀ ବି ହୋଇପାରେ ଅଥବା ଗୋଷ୍ଠୀକୁ ନେଇ ମଧ୍ୟ ଏହା କରାଯାଇପାରିବ । କିନ୍ତୁ ଏକାଧିକ ଲୋକଙ୍କୁ ନେଇ ଯେତେବେଳେ ଖୁସି ପାଳନ ହୋଇଥାଏ, ସେଥିରେ ଅନେକ ସମୟରେ ବିଭ୍ରାଟ ମଧ୍ୟ ଦେଖାଯାଉଛି । ଖୁସି ପାଳନ କରୁଥିବା ଲୋକଙ୍କ ଉପରେ ଆକ୍ରମଣ ହେଉଛି । ରକ୍ତାକ୍ତ ସଂଘର୍ଷ ହେଉଛି । କ୍ଷଣକ ମୁହୂର୍ତ୍ତରେ ହସଖୁସି ଶୋକ ପାଲଟି ଯାଉଛି । ଶୋଭାଯାତ୍ରା ଉପରକୁ ଆକ୍ରମଣ କରାଯାଉଛି । ବିଶେଷକରି ଆଧ୍ୟାତ୍ମିକ ରାଲି ସମୟରେ ହେଉଥିବା ଆକ୍ରମଣ ଅଧିକ କ୍ଷୟକ୍ଷତି କରୁଛି ।

ଦେଶରେ ଅନେକ ସମୟରେ ଆଧ୍ୟାତ୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣ ହେଉଛି । ବିଶେଷ ଭାବେ ହିନ୍ଦୁ ସଂପ୍ରଦାୟର ରାଲି ସମୟରେ ଏହି ଦୃଶ୍ୟ  ଦୃଷ୍ଟି ଗୋଚର ହେଉଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଗତ ଦିନରେ ହୋଇଥିବା ରାଲିଗୁଡ଼ିକରେ ଏହି ଆକ୍ରମଣ ହୋଇଥିବା ନଜିର ରହିଛି । ନିକଟରେ ଶେଷ ହୋଇଥିବା ରାମନବମୀ ଦିନ ବିହାର ଓ ପଶ୍ଚିମବଙ୍ଗରେ ଶୋଭାଯାତ୍ରା ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣ ଶିକାର ହୋଇଥିବା ଲୋକେ ଆହତ ହୋଇଛନ୍ତି ।

ବିହାରରେ କର୍ଫ୍ୟୁ, ୧୪୪ ଧାରା ଲାଗୁ

ରାମନବମୀ ଦିନ ବିହାରରେ ହୋଇଥିବା ହିଂସାର ନିଆଁ ଲିଭିନଥିଲା ବେଳେ ଶନିବାର ରାତିରେ ବିହାରଶରୀଫ ଓ ସାସାରାମରେ ପୁଣି ଉପଦ୍ରବ ଦେଖିବାକୁ ମିଳିଛି । ବିହାରଶରୀଫର ପାହାଡ଼ପୁରରେ ଶନିବାର ରାତିରେ ୧୨ ରାଉଣ୍ଡ ଗୁଳି ଫୁଟିଛି । ସେହିପରି ସାସାରାମର ଶେରଗଂଜ ଅଞ୍ଚଳରେ ଏକ ଧାର୍ମିକସ୍ଥଳୀ ବାହାରେ ବୋମା ଆକ୍ରମଣ ହୋଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କେନ୍ଦ୍ର ସରକାର ଏଠାରେ ଅର୍ଦ୍ଧସୈନିକ ବଳ ମୁତୟନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ଘଟଣା ସଂପର୍କରେ ଅବଗତ ଅଛନ୍ତି । ରାଜ୍ୟ ପୁଲିସ ସମେତ ୧୦ ପାରାମିଲିଟାରି କଂପାନି ମୁତୟନ ଅଛନ୍ତି । ଏଥିରେ ସିଆରପିଏଫ, ଏସ୍‌ଏସ୍‌ବି ଓ ଆଇଟିବିପିର ଯବାନ ଅଛନ୍ତି । ବିହାରଶରୀଫରେ ହୋଇଥିବା ସାଂପ୍ରଦାୟିକ ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପାହାଡପୁର ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିହାର ହିଂସା ଘଟଣାରେ ମୋଟ ୧୦୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ବିହାରଶରୀଫଘଟଣାରେ ୮୦ ଜଣ ସଂପକୃକ୍ତ ଥିଲା ବେଳେ ସାସାରାମ ସହିତ ୨୬ ଜଣ ଜଡ଼ିତ ବୋଲି ପୁଲିସ ଜାଣିବାକୁ ପାଇଛି । ବିହାରଶରୀଫରେ କର୍ଫ୍ୟୁ ଲାଗିଥିଲା ବେଳେ ସାସାରାମରେ ଧାରା ୧୪୪ ଲାଗୁ କରାଯାଇଛି ।

ରାମନବମୀରେ ହିଂସା

ଦେଶବ୍ୟାପି ହିନ୍ଦୁ ପର୍ବ ଶ୍ରୀରାମ ନବମୀ ଗତ ୩୦ ତାରିଖ ଦିନ ଉତ୍ସାହର ସହିତ ପାଳିତ ହୋଇଥିଲା। ଚୈତ୍ର ନବରାତ୍ରି ଅବସରରେ ରାମନମବୀ ଦିନ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କିନ୍ତୁ କିଛି ଶୋଭାଯାତ୍ରାରେ ଆକ୍ରମଣ ହୋଇଥିଲା। ପଶ୍ଚିମବଙ୍ଗର ହାଓଡା ଓ ହୁଗୁଳୀରେ ଶୋଭାଯାତ୍ରାରେ ବାହାରି ଥିବା ଲୋକଙ୍କ ଉପରକୁ ଅନ୍ୟମାନେ ଘର ଛାତ ଉପରୁ ପଥରମାଡ଼ କରିଥିଲେ । ଏଥିରେ କିଛି ଲୋକ ଆହତ ହୋଇଥିଲା ବେଳେ ଯାନବାହନକୁ କ୍ଷତି ପହଞ୍ଚାଇଥିଲା। ମୁମ୍ବାଇର ମାଲବାଣୀ ଅଂଚଳରେ ମଧ୍ୟ ରାମନବମୀ ଶୋଭାଯାତ୍ରାରେ ହିଂସା ଦେଖାଯାଇଥିଲା। ପୁଲିସ ୨୦ ଜଣଙ୍କୁ ଅଟକ ରଖିଥିଲା। ଏହି ରାଲିରେ ପ୍ରାୟ ୩୦୦ ଜଣ ସାମିଲ ଥିଲେ । ସେହିପରି ଔରଙ୍ଗାବାଦରେ ମଧ୍ୟ ରାଲିରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ କି ୧୦ ଜଣ ପୁଲିସଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ଗୁଜରାଟର ଭଦୋଦରା, କର୍ଣ୍ଣାଟକର ହାସନ ଓ ଦିଲ୍ଳୀରେ ମଧ୍ୟ ଛୋଟଧରଣର ହିଂସା ଦେଖିବାକୁ ମିଳିଥିଲା।

ଗୃହମନ୍ତ୍ରୀଙ୍କ ବିହାର ଗସ୍ତ

ରାଜ୍ୟରେ ହିଂସା ଜାରି ଥିଲା ବେଳେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରିଛନ୍ତି। ନବାଦାରେ ଜନସଭା କରିଛନ୍ତି। ସାସାରାମ ଜନତାଙ୍କୁ ଭୁଲ ମାଗିଛନ୍ତି। କାରଣ ଏଠାରେ ସେ ରାଲି କରିପାରି ନାହାନ୍ତି। ଶାହା କହିଛନ୍ତି ଯେ, ଆସନ୍ତା ଥର ଯେତେବେଳେ ବିହାର ଆସିବି ସାସାରାମ ନିଶ୍ଚୟ ଆସିବି। ସାସାରାମ ହିଂସା କାରଣରୁ ସେଠାକୁ ଯାଇପାରି ନାହିଁ। ସେ କହିଛନ୍ତି ଯେ, ସାସାରାମ ନିଶ୍ଚୟ ଆସିବି ଏବଂ ମହାନ ସମ୍ରାଟ ଅଶୋକଙ୍କ ସ୍ମୁତିରେ ସମ୍ମିଳନୀ କରିବି। ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସାସାରାମରେ ଶାନ୍ତି ଫେରୁ। କାରଣ ସରକାରଙ୍କୁ କହି କିଛି ଲାଭ ନାହିଁ। ଏବାବଦରେ ମୁଁ ରାଜ୍ୟପାଳଙ୍କ ସହିତ କଥା ହୋଇଛି। କିନ୍ତୁ ସେ ଖରାପ ଭାବିଲେ। କିନ୍ତୁ ମୁଁ ଦେଶର ଗୃହମନ୍ତ୍ରୀ ଅଛି। ବିହାର ଦେଶର ଏକ ଅଂଶ। ଆପଣ ଶାନ୍ତି ବ୍ୟବସ୍ଥା ସମ୍ଭାଳିପାରୁ ନାହାନ୍ତି। ତେଣୁ ମୋତେ କଥା ହେବାକୁ ପଡ଼ିଲା।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments