Tuesday, September 10, 2024
Homeଆନ୍ଧ୍ରରେ ଗାଁଗାଁରେ ମନ୍ଦିର ନିର୍ମାଣ
Array

ଆନ୍ଧ୍ରରେ ଗାଁଗାଁରେ ମନ୍ଦିର ନିର୍ମାଣ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ସୁରକ୍ଷା ତଥା ଏହାର ପ୍ରସାରଣ ପାଇଁ ଅନେକ ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଛନ୍ତି। ସେହିପରି ଧନୀ ଏବଂ ଶିଳ୍ପପତିମାନେ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଗ୍ରାମାଞ୍ଚଳରେ ଲୋକେ ଚାନ୍ଦା କରି ମନ୍ଦିର ନିର୍ମାଣ କରୁଥିବା ନଜିର ରହିଛି। ସେହିପରି ମଠଗୁଡ଼ିକରେ ବାବା, ମହାରାଜା ଓ ମହନ୍ତମାନେ ଲୋକଙ୍କ ଠାରୁ ଆର୍ଥିକ ସହାୟତା ମାଗି ମନ୍ଦିର ନିର୍ମାଣ କରୁଛନ୍ତି। ସରକାର ମନ୍ଦିର ନିର୍ମାଣ ପାଇଁ ଅର୍ଥ ଅନୁଦାନ କରିବା ସମସ୍ତେ ଜାଣନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ରାଜ୍ୟବ୍ୟାପି ୩ ହଜାର ମନ୍ଦିର ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି।
ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ପ୍ରତିଟି ଗ୍ରାମରେ ଏବେ ଗୋଟିଏ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ମୁତାବକ ହିନ୍ଦୁ ଧର୍ମର ରକ୍ଷା ଓ ପ୍ରଚାର ପ୍ରସାର ପାଇଁ ପ୍ରତି ଗ୍ରାମରେ ଏବେ ମନ୍ଦିର ନିର୍ମାଣ କରାଯିବ। ସଂସ୍କୃତି ବିଭାଗର କାର୍ଯ୍ୟଭାର ସମ୍ଭାଳୁଥିବା କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ରାଜ୍ୟର ଦୁର୍ବଳ ଶ୍ରେଣୀର ଲୋକମାନେ ଯେଉଁ ଗ୍ରାମରେ ଅଧିକ ରହୁଛନ୍ତି ସେହି ସବୁ ଗ୍ରାମରେ ଏବେ ହିନ୍ଦୁ ଧର୍ମର ରକ୍ଷା ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତିରୁପତି ଦେବସ୍ଥାନମ୍ର ଶ୍ରୀବାଣୀ ଟ୍ରଷ୍ଟକୁ ଏହିସବୁ ମନ୍ଦିର ନିର୍ମାଣ ପାଇଁ ଠିକା ଦିଆଯାଇଛି। ପ୍ରତ୍ୟେକ ମନ୍ଦିର ପାଇଁ ସରକାର ଏହି ଟ୍ରଷ୍ଟକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ସେପହିଭଳି କିଛି ମନ୍ଦିରର ପୁନଃନିର୍ମାଣ ଓ କିଛି ମନ୍ଦିର ଅନୁଷ୍ଠାନ ପାଇଁ ଆନ୍ଧ୍ର ସରକାର ୨୭୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଥିବା ପ୍ରତିଟି ମନ୍ଦିରରେ ଧୂପ, ଦୀପ ଓ ଭୋଗ ପାଇଁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି।

ରାମ ମନ୍ଦିର ପାଇଁ ୧୮୦୦ କୋଟି ଖର୍ଚ୍ଚ

ଚଳିତ ଶତାଦ୍ଧୀରେ ନିର୍ମାଣ ହୋଇଥିବା ସବୁଠାରୁ ବ୍ୟୟ ବହୁଳ ମନ୍ଦିର ହେଉଛି ଅଯୋଧ୍ୟାର ରାମ ମନ୍ଦିର। ଏହି ମନ୍ଦିରରେ ୧୮୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ନିର୍ମାଣ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍ର ଅଧିକାରୀମାନେ କହୁଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ  ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ଗଠିତ ହୋଇଛି। ୨୦୨୦ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପଡ଼ିଥିଲା। ଏବେ ଏହି କାମ ଦ୍ରୁତଗତିରେ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ସହିତ ପ୍ରତିଷ୍ଠା ହୋଇପାରେ। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାମ ମନ୍ଦିର ନିର୍ମାଣ କେବଳ ଉତ୍ତର ପ୍ରଦେଶ କି ଭାରତ ନୁହେଁ, ବରଂ ବିଦେଶରେ ମଧ୍ୟ ହିନ୍ଦୁଧର୍ମାବଳମ୍ବୀ ଉତ୍ସାହିତ ଅଛନ୍ତି।  

୨.୫ କୋଟି ଟଙ୍କା ମୂଲ୍ୟର ଜମି ଦାନ

ମନ୍ଦିର ନିର୍ମାଣ କରିବା ପାଇଁ ମନରେ ପ୍ରବଳ ଇଚ୍ଛାଶକ୍ତି ଓ ଶ୍ରଦ୍ଧା ମନୋଭାବ ରହିବା ଦରକାର। ଅତୀତରେ ଭାରତରେ ଏଭଳି ଲୋକମାନେ ଦୃଷ୍ଟିଗୋଚରକୁ ଆସିଛନ୍ତି, ଯେଉଁମାନେ କି ନିଜେ ହିନ୍ଦୁଧର୍ମାବଳମ୍ବୀ ହୋଇ ନଥିଲା ବେଳେ ଆନନ୍ଦରେ ମନ୍ଦିର ନିର୍ମାଣ ପାଇଁ ବିପୁଳ ଅର୍ଥଦାନ କରିଛନ୍ତି। ଏଭଳି ଏକ ବ୍ୟକ୍ତିର ଉଦାହରଣ ହେଉଛନ୍ତି ଇଶିତୟାକ ଅହମ୍ମଦ ଖାନ। ସେ ଧାର୍ମିକ ମତଭେଦ ମଧ୍ୟରେ ବିହାରରେ ସାମ୍ପ୍ରଦାୟିକ ସମନ୍ୱୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଶ୍ୱର ବୃହତ୍ତମ ମନ୍ଦିର ନିର୍ମାଣ ପାଇଁ ୨.୫ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିଛନ୍ତି। ବିଶ୍ୱର ସର୍ବବୃହତ ମନ୍ଦିର ବିରାଟ ରାମାୟଣ ମନ୍ଦିର ପୂର୍ବ ଚମ୍ପାରଣର କେଠବାଲିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି। ପାଟଣାର ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଶିତୟାକ ଅହମ୍ମଦ ଖାନ ଏହି ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଶିତୟାକ ଅହମ୍ମଦ ଖାନ ପୂର୍ବ ଚମ୍ପାରଣର ବାସିନ୍ଦା ଥିବା ବେଳେ ଗୋହାଟୀରେ ତାଙ୍କର ବ୍ୟବସାୟ ଅଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments