Tuesday, September 10, 2024
Homeଆଫଗାନୀସ୍ଥାନରେ ତାଲିବାନ୍ ରାଜ
Array

ଆଫଗାନୀସ୍ଥାନରେ ତାଲିବାନ୍ ରାଜ

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନୀ ରାଜ୍ ଦେଖିବାକୁ ମିଳୁଛି । ତାଲିବାନୀ ଆତଙ୍କବାଦୀ ମାନେ ଯେଭଳି ଭାବେ ଉଗ୍ରରୂପ ଧରିଛନ୍ତି, ଏଥିରେ ସମଗ୍ର ବିଶ୍ୱର ଜନତା ସ୍ତବ୍ଧ ପାଲଟି ଯାଇଛି । ଅତ୍ୟାଧିନିକ ଯୁଗରେ ଶାନ୍ତିପୂର୍ଣ୍ଣ ସହିତ ଆଲୋଚନା ନ କରି ହିଂସ୍ରକ ହୋଇଛି ତାଲିବାନ । ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ଅଂଚଳକୁ ନିଜର ଜବରଦଖଲକୁ ଆଣିବା ପରେ ଶେଷରେ କାବୁଲକୁ ଅକ୍ତିଆର କରିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତାଲିବାନୀମାନେ ଦେଶର ଯୁବତୀ ଓ ମହିଳାମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ।

ତାଲିବାନର ହିଂସା ପ୍ରକୃତି ଦେଖି ଆଫଗାନିସ୍ତାନର ନାଗରିକ ଏତେ-ତେଣ ପଳାୟନ କରିଛନ୍ତି । ଦୁଇ ଦିନ ପୂର୍ବରୁ ଆଫଗାନିସ୍ତାନର ବିମାନବନ୍ଦରରୁ ଲୋକେ କାର୍ଗୋ ବିମାନରେ ଦେଶଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଥିଲା । ଲୋକେ ଜୀବନ ବଂଚାଇବା ପାଇଁ ବିମାନର ଚକା ତଳେ ଝୁଲି ରହିଥିଲେ । ସେହିପରି ବିମାନର ଛାତ ଉପରକୁ ମଧ୍ୟ ଚଢ଼ିଯାଇଥିଲେ । ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ ହରାଇଥିଲା ।

୫୧ ଜଣଙ୍କ ୟୁଏଇ ପଳାଇଲେ ଗନୀ

ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀ ଦେଶକୁ ସମ୍ଭାଳି ପାରି ନଥିଲେ । ତାଲିବାନୀ ଆତଙ୍କବାଦୀଙ୍କୁ ମୁକାବିଲା କରି ପାରି ନଥିଲେ । ସେ ଭୟରେ ରୁଷିଆ ବିମାନରେ ୟୁଏଇ ପଳାୟନ କରିଥିଲେ । ଏଥି ସହିତ ସେ ସାଥୀରେ ପତ୍ନୀ ରୁଲା ଗନୀ, ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବ ଏବଂ କ୍ରିକେଟର ମହମ୍ମଦ ନବୀଙ୍କ ସମେତ ମୋଟ ୫୧ ଜଣ ନିକଟତରଙ୍କୁ ନେଇ ପଳାୟନ କରିଥିଲେ । ଦେଶ ଛାଡ଼ିବା ସମୟରେ ଗନୀ ୪ଟି କାରରେ ଅର୍ଥ ବୋଝେଇ କରି ଛଦ୍ମବେଶରେ ପଳାୟନ କରିଥିଲେ । କିନ୍ତୁ ଏହି ଗୁରୁତର ଅଭିଯୋଗକୁ ଗନୀ ଖଣ୍ଡନ କରିଛନ୍ତି ।

ତାଲିବାନ ସହ ଆଲୋଚନା ବିଫଳ: ଗନୀ

ୟୁଏଇରେ ଶରଣ ନେଇଥିବା ରାଷ୍ଟ୍ରପତି ଅଶରଫ ଗନୀ ଆଫଗାନିସ୍ତାନ ଛାଡ଼ିବାର କାରଣ କହିଛନ୍ତି । ତାଙ୍କ କହିବା ଅନୁସାରେ ତାଲିବାନକୁ ଆଫଗାନିସ୍ତାନ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତରଣ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ଶେଷରେ ତାଙ୍କୁ ପରିସ୍ଥିତିରେ ପଡ଼ି ଦେଶ ଛାଡ଼ିବାକୁ ହୋଇଛି । ଅର୍ଥ ନେଇ ପଳାୟନ କରିବା ସଂପର୍କରେ ଗନୀ କହିଛନ୍ତି ଯେ, ଘଟଣା ସଂପର୍କରେ ସଂଯୁକ୍ତ ଆରବ ଇମିରାତର କଷ୍ଟମ ବିଭାଗ ଦ୍ୱାରା କ୍ରସ ଚେକ କରାଯାଇପାରିବ । ମୁଁ ଏଭଳି ଏକ ଦୁର୍ଦ୍ଦିନ ସମୟରେ ଦେଶ ଛାଡ଼ିଛି ଯେ, ଜୋତା ବଦଳାଇବାକୁ ମଧ୍ୟ ମୋ ପାଖରେ ସମୟ ନଥିଲା । ସୁରକ୍ଷାକର୍ମୀମାନେ ଜରୁରୀକାଳୀନ ଭାବେ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଛନ୍ତି ଯେ, କାବୁଲରେ ମୁଁ ରହିଥିଲେ, ପରିସ୍ଥିତି ଭୟଙ୍କର ହୋଇଥାନ୍ତା । ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନରୁ ବାହାରି ଆସିଛି ।

ଭାରତ ସହିତ ସଂପର୍କ ତିକ୍ତତା

ଅନ୍ୟପଟରେ ଆଫଗାନିସ୍ତାନକୁ ନିଜର କରିବା ପରେ ତାଲିବାନ ରାଜୁତି ଆରମ୍ଭ ହୋଇଯାଇଛି । ତାଲିବାନୀ ଶାସକମାନେ ବଡ଼ ବଡ଼ ନିଷ୍ପତ୍ତି ନେଉଛନ୍ତି । ଏବେ ପଡୋଶୀ ତଥା ଅନ୍ୟ ଦେଶ ସହିତ ସଂପର୍କ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ମଧୁର ସଂପର୍କ ବଳି ପଡ଼ିବାକୁ ଯାଉଛି । ତାଲିବାନ ଭାରତ ସହ ଆମଦାନୀ ଓ ରପ୍ତାନୀ କାରବାର ବନ୍ଦ କରିଦେଇଛି । ଫେଡେରେଶନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେଶନର ଡ. ଅଜୟ ସହାୟ ଏହା କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ତାଲିବାନ ସମସ୍ତ କାର୍ଗୋ ଚଳାଚଳକୁ ଅଟକାଇ ଦେଇଛି ।

ସାହାସ ଦେଖାଇଲା ଆମେରିକା

ତାଲିବାନରେ ଥିବା ଅନ୍ୟ ଦେଶର ନାଗରିକମାନେ ଏବେ ସ୍ୱଦେଶକୁ ଫେରିଯାଉଛନ୍ତି । ଅନ୍ୟ ରାଷ୍ଟ୍ର ଆଫଗାନିସ୍ତାନରୁ ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣୁଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଆକେରିକା ସାହାସ ଦେଖାଇଛି । ଅଗଷ୍ଟ ମାସରେ ଶେଷ ଆଫଗାନିସ୍ତାନରେ ଆମେରିକୀୟ ସେନା ମୁତୟନ ହେବାର ଅବଧି ଶେଷ ହୋଇଯିବ । କିନ୍ତୁ ଏହା ପରେ ମଧ୍ୟ ଆମେରିକା ସେନା ମୁତୟନ ହେବେ । ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି । ଆମେ ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବୁ । କିନ୍ତୁ ଯଦି ଅଗଷ୍ଟ ୩୧ ତାରିଖରେ ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରଖିବାକୁ ପଡ଼େ, ତାହଲେ ଏହି କାମ କରାଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments