Monday, February 10, 2025
Homeକଳ। ଓ ସଂସ୍କୃତିଆମେରିକାର ଅଷ୍ଟିନ୍ ସହରରେ ଉତ୍କଳ ଦିବସ ପାଳନ

ଆମେରିକାର ଅଷ୍ଟିନ୍ ସହରରେ ଉତ୍କଳ ଦିବସ ପାଳନ

ଅଷ୍ଟିନ୍ଆ: ଆମେରିକା ଟେକ୍ସାସ ରାଜ୍ୟର ଅଷ୍ଟିନ୍ ସହରର ‘ଅଷ୍ଟିନ୍ ଓଡିଆ ବୁଲ୍ସ’ କ୍ଳବର ସଦସ୍ୟ ମାନେ ଉତ୍କଳ ଦିବସକୁ ଏକ ନିଆରା ଢଙ୍ଗରେ ପାଳିଥିଲେ| ଏହି ଅବସରରେ ସଦସ୍ୟ ବନ୍ଧୂମାନେ ଏକ ବନ୍ଧୁତ୍ତ୍ୱପୂର୍ଣ ଫୁଟବଲ୍ ମ୍ୟାଚ୍ ଖେଳିଥିଲେ| ସେଠାରେ ଅନେକ ଓଡିଆ ଯୋଗଦେଇ ଖେଳର ମଜ୍ଜା ନେବା ସହିତ ସାଥି ଓଡିଆ ଭାଇମାନଙ୍କୁ ଉସ୍ଚାହିତ କରିଥିଲେ| ଖେଳ ଶେଷରେ ଟ୍ରଫି ବଣ୍ଟନ କରାଯାଇଥିଲା| ସୁସ୍ୱାଦୂ ଓଡିଆ ଖାଦ୍ୟ ପେୟ ସହିତ ଓଡିଆ ସଙ୍ଗୀତର ତାଳେ ତାଳେ ନାଚ ପରିବେଶଟିକୁ ଅତ୍ୟନ୍ତ ଉସ୍ଚବ ମୁଖରିତ କରିଥିଲା| ଏଠାରେ ଉଲ୍ଲେଖଯୋଗ୍ୟ ଯେ ,ସୁଦୂର ଆମେରିକାର ଅଷ୍ଟିନ ସହରରେ ବସବାସ କରୁଥିବା କିଛି ପ୍ରବାସି ଓଡିଆ ଏହି କ୍ଳବଟିକୁ ଗଠନ କରି ଶରିରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ବ୍ୟାୟାତ୍ମକ ତଥା ଆମୋଦ ଦାୟକ କ୍ରିଡାମାନ ଯଥା ଫୁଟବଲ୍, ଭଲ୍ଲିବଲ୍, କ୍ରିକେଟ୍, ମାରାଥନ୍, ହାଇକିଙ୍ଗ୍, ସାଇକ୍ଲିଙ୍ଗ୍ ଆଦି ଆୟୋଜନ କିମ୍ବା ଅଂଶଗ୍ରହଣ କରିଥାନ୍ତି|

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments