ଆମ ଗମନାଗମନ, ସ୍ବାସ୍ଥ୍ୟ ବ୍ୟବସ୍ଥା

    0
    41

    ଭୁବନେଶ୍ବର: ଜନନୀ ସୁରକ୍ଷା, ୧୦୨ ଆମ୍ବୁଲାନ୍ସ, ମହିଳା ସଶକ୍ତୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ରାଜ୍ୟ ସରକାର ଡେଙ୍ଗୁରା ବଜାଉ ଥିବା ବେଳେ ଦୁର୍ଗମ ତଥା ତୃଣମୂଳସ୍ତରରେ ଲୋକେ କିଭଳି ଜୀବନ ବିତାଉଛନ୍ତି, ସରକାର ଏହାର ସମୀକ୍ଷା କରୁନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ମା’ର ସମ୍ମାନ ଦେଇ ଯେଉଁଭଳି ଭାବେ ଭାଷଣବାଜି କରନ୍ତି, ରାଜ୍ୟର ସାଧାରଣ ମହିଳା କିଭଳି ଭାବେ କାଳାତିପାତ କରୁଛନ୍ତି, ତାହାର ତର୍ଯମା କରୁନାହାନ୍ତି। ମିସନ ଶକ୍ତି ନାଁରେ ମହିଳା ସଂଗଠନ କରି ସରକାର ଏକ ବଡ଼ ଭୋଟ ବ୍ୟାଙ୍କ କରି ସେମାନଙ୍କ ଭିତରେ ମହିଳା ସଶକ୍ତୀକରଣ କରୁଛନ୍ତି। ବିଗତ ଦିନରେ ଆମେ ଦେଖିଛେ ରାଜ୍ୟରେ ଅନେକ ସମୟରେ ଗର୍ଭବତୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନାହିଁ। ଚିକିତ୍ସାରେ ଅବହେଳା କାରଣରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି।

    ପ୍ରସୂତିଙ୍କୁ ଠିକ୍ ସମୟରେ ମେଡିକାଲ ନିଆଯାଇ ପାରୁ ନଥିବାରୁ ଅଧରାସ୍ତାରେ ପିଲା ଜନ୍ମ ହେଉଛି। ଗ୍ରାମାଞ୍ଚଳରେ ରାସ୍ତାଘାଟର ଘୋର ଅଭାବ ରହିଛି। ରାଜ୍ୟର ସବୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହାନ୍ତି। ଏହି କାରଣରୁ ଜନନୀ ଯନ୍ତ୍ରଣା ବଢ଼ୁଥିବା ଅଭିଯୋଗ ହେଉଛି। ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ଅସୁବିଧା ଥିବାରୁ ପରିବାର ଲୋକେ ଅପନ୍ତରା ରାସ୍ତାରେ ପ୍ରସୂତିଙ୍କୁ ଖଟିଆରେ ବୋହୁଛନ୍ତି। ସରକାର ସବୁ ଜାଣି ବି ନିଦାବିଷ୍ଣୁ ପାଲଟୁଛନ୍ତି। ବଣ, ଜଙ୍ଗଲ ଓ ପାହାଡ଼ିଆ ରାସ୍ତାରେ ୩କିଲୋମିଟର ଖଟିଆରେ ରୋଗୀ ବା ପ୍ରସୂତିଙ୍କୁ ବୋହିବା କେତେ କଷ୍ଟ, ତାହା ସେହିମାନେ ହିଁ ଜାଣିଥିବେ ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବେ।

    ପ୍ରସୂତିଙ୍କୁ ୩କିମି ବୋହିଲେ

    ଗତ ୧୦ ତାରିଖର ଘଟଣା। ନବରଂଗପୁର ଜିଲ୍ଲା ଝରିଗାଁ ଗାଁ ବ୍ଲକ ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ଉପାନ୍ତ କୁନିନାଲ ଗ୍ରାମରେ ଲୁଲୁ ମୁଦୁଲିଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ ସବି ମୁଦୁଲିଙ୍କୁ ହଠାତ କୌଣସି କାରଣରୁ ପେଟ ବ୍ୟଥା ହୋଇଥିଲା। କୁନିନାଲ ଗ୍ରାମରେ କୌଣସି ନେଟୱର୍କ ନଥିବା ବେଳେ ଗ୍ରାମରୁ କିଛି ଦୂରରେ ଥିବା ପାହାଡ଼ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚଢ଼ି ଘଟଣା ସମ୍ପର୍କରେ କହିବା ସହ ଆମ୍ବୁଲାନ୍ସ ପଠାଇବା ପାଇଁ କୁହାଯାଇଥିଲା। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିବା ବେଳେ ଘଟଣା ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟଙ୍କୁ  ଅବଗତ କରାଯିବା ସହ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏମ୍ଏଚ୍ୟୁ ଗାଡି ପଠାଇବା ପାଇଁ ଅନୁରୋଧ କରାଯାଇଥିଲା। ଶେଷରେ ଏମ୍ଏଚ୍ୟୁ ଗାଡ଼ି କୁନିନାଲ ଗ୍ରାମ ଅଭିମୁଖେ ବାହାରିଥିଲା। ତେବେ କୁନିନାଲ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଖଦରାପାଣି ଗ୍ରାମ ଠାରୁ ଅଧା କିଲୋମିଟର ଦୂର ଯିବା ପରେ ଏମ୍ଏଚ୍ୟୁ ଗାଡ଼ି ରହିଯାଇଥିଲା। ପରିବାର ଲୋକ କୌଣସି ଉପାୟ ନପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ଏକ ଖଟିଆରେ ୪ ମାସର ଗର୍ଭବତୀ ମହିଳା ସବିଙ୍କୁ ଅନ୍ଧାର ରାତିରେ ମୋବାଇ ଲାଇଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।  

    ବିଲରେ ଗର୍ଭବତୀଙ୍କୁ ବୋହିଲେ

    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ ଜଣେ ପ୍ରସୁତିଙ୍କୁ ମଧ୍ୟ ହୀନସ୍ତା ହେବାକୁ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ନାଳ ପାରି କରି ଚାଷଜମି ଭିତରେ ଆବଡ଼ାଖାବଡ଼ା ରାସ୍ତାରେ ଖଟିଆରେ ବୋହିଥିଲେ। ୧୦୨ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ପ୍ରସୂତି ଜଣକ ଏକ ଶିଶୁକନ୍ୟାର ମା’ ହୋଇଥିଲେ।  ଫବସିପାଲିର ଖିରୋଜ ମିର୍ଦ୍ଧାଙ୍କ ସ୍ତ୍ରୀ ଗୁଲାପି ମିର୍ଦ୍ଧାଙ୍କର ଗତ ୧୦ ତାରିଖ ଦିନ ଅପରାହ୍ଣରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଗୁଲାପିଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ୨୦ କିଲୋମିଟର ଦୂରରୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଗୁଲାପିଙ୍କ ଅବସ୍ଥା ସଂକଟାପନ୍ନ ହୋଇସାରିଥିଲା।

    ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା


    ୨୩ ବର୍ଷର ଶାସନ କାଳରେ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧୁରିପାରିଲା ନାହିଁ। ଉପଖଣ୍ଡ ହେଉ ଅଥବା ଜିଲ୍ଲା ଡାକ୍ତରଖାନାଗୁଡ଼ିକ ରେଫରାଲ ହସ୍ପିଟାଲ ପାଲଟିଛି। ସାଧାରଣ ଥଣ୍ଡା ଜ୍ବର ଅଥବା ଛୋଟ ଦୁର୍ଘଟଣାର ସାମ୍ନା କରିଥିବା ଲୋକଙ୍କୁ ଉପଖଣ୍ଡ ଓ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ମିଳିଥାଏ। ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ କୌଣସି ରୋଗ ଭଲ ହୋଇପାରୁ ନାହିଁ। ସେଠରେ ଭିତ୍ତିଭୂମିର ଅଭାବ ଦର୍ଶାଇ ଡାକ୍ତରମାନେ ମେଡିକାଲ କଲେଜକୁ ରୋଗୀଙ୍କୁ ସ୍ଥାନାନ୍ତରିତ କରନ୍ତି। ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ବହୁତ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନିକଟକୁ ଗଲେ ତାହା ଜଣାପଡ଼ିଥାଏ। ରାଜ୍ୟର ସବୁଠାରୁ ପୁରୁଣା ଓ ବୃହତ୍ ମେଡିକାଲ କଲେଜ ଓ ଡାକ୍ତରଖାନା ଏସ୍ସିବିର ଅବସ୍ଥା ଏକ ପ୍ରକାର ଭଲ ଥିବା ବେଳେ ଅନ୍ୟ ସ୍ଥାନରେ ରୋଗୀଙ୍କୁ ଭଲ ଚିକିତ୍ସା ମିଳୁ ନଥିବା ଅଭିଯୋଗ ହୋଇଥାଏ।

    LEAVE A REPLY

    Please enter your comment!
    Please enter your name here