Monday, January 13, 2025
Homeଆସିବ କି କୋଭିଡ-୧୯ର ୩ୟ ଲହର?
Array

ଆସିବ କି କୋଭିଡ-୧୯ର ୩ୟ ଲହର?

ଭୁବନେଶ୍ୱର: କୋଭିଡ-୧୯ର ୨ୟ ଲହର ସମଗ୍ର ବିଶ୍ୱବାସୀଙ୍କୁ କନ୍ଦାଇଛି। ଦ୍ୱିତୀୟ ଲହର ତୁଳାନାରେ ପ୍ରଥମ ଲହରରେ ସ୍ଥିତି ଏକପ୍ରକାର ଭଲ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କୋଭିଡ-୧୯ର ପ୍ରଥମ ଓ ୨ୟ ଲହରକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ବିକାଶଶୀଳ ରାଷ୍ଟ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ୩ୟ ଲହର ନେଇ ପୂର୍ବାନୁମାନ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଯୋଗୁଁ ୟୁରୋପର ୫୩ଟି ଦେଶରେ ସଂକଟ ପରିସ୍ଥିତି ଉପୁଜିଛି। ଏହା ଅଗଷ୍ଟ ଶେଷ ସପ୍ତାହରୁ ଅକ୍ଟୋବର ମାସ ଭିତରେ ବ୍ୟାପିବ ବୋଲି ଆକଳନ ହେଉଥିଲା। କିନ୍ତୁ ଭୁଲ ପ୍ରମାଣିତ ହୋଇଥିଲା। କରୋନା ଭାଇରସ୍‌ ମହାମାରୀ ସମଗ୍ର ଭାରତରେ ଏବେ କିଛି ଦିନ ହେବ ଏକ ପ୍ରକାର ନିୟନ୍ତ୍ରିତ ଅଛି। କିନ୍ତୁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ପୁଣି ଥରେ ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ କୋଭିଡ-୧୯ କଟକଣାରେ କୋହଳ କରାଯିବା ଲାଗି ସଂକ୍ରମଣ ପୁଣି ବ୍ୟାପିବା ଆଶଙ୍କା ଦେଖାଯାଇଛି।

ସମଗ୍ର ବିଶ୍ୱରେ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କୋଭିଡ ଯୋଗୁଁ ୨୫ କୋଟି ୮୯ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ସେଥିରୁ ୫୧ ଲକ୍ଷ ୮୨ ଲୋକଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ଯୋଗୁଁ ୩ କୋଟି ୪୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୬ ହଜାର। ସେହିଭଳି ଓଡ଼ିଶାରେ କରୋନା ଯୋଗୁଁ ୮୩୯୬ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୭ ହଜାର ୩୪୬ରେ ପହଞ୍ଚିଛି। ବିଗତ କିଛି ଦିନ ହେବ ରାଜ୍ୟରେ କରୋନା ଭାଇରସରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨୦୦ ରହୁଛି। ସୁସ୍ଥଙ୍କ ସଂଖ୍ୟା ୨୦୦ ଉପରେ ରହୁଛି। କିନ୍ତୁ ବିଗତ ୩ ଦିନ ଭିତରେ ସମ୍ବଲପୁର ଓ ସୁନ୍ଦରଗଡ଼ର ଶିକ୍ଷାନୁଷ୍ଠାନରେ କରୋନା ଯେଭଳି ମାଡ଼ିଛି, ସମ୍ଭାବିତ ୩ୟ ଲହରକୁ ଏଡେଇ ଦିଆଯାଇ ନପାରେ। କାରଣ କରୋନାରୁ ୨ୟ ଲହର ପଶ୍ଚିମ ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା।

ସ୍କୁଲ ହଷ୍ଟେଲରେ ୫୩ ପଜିଟିଭ୍‌

ଶିକ୍ଷାନୁଷ୍ଠାନରେ କରୋନା ପ୍ରବେଶ କରିଛି। ଏହାକୁ ନେଇ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ର ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅନ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି। ଏଠାରେ ବିଦ୍ୟାଳୟର ଛାତ୍ରବାସରେ ଜଣେ ଛାତ୍ରୀଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ୬୨୪ ଜଣ ପିଲାଙ୍କର କରୋନା ପରୀକ୍ଷାରୁ ଜଣା ପଡ଼ିଲା ଯେ ୫୩ ଜଣ ଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଖୁସିର କଥା ଯେ, ଦ୍ୱିତୀୟ ଲହର ସମୟରେ ରୋଗୀଙ୍କ ସ୍ଥିତି ଯାହା ରହୁଥିଲା, ଏବେ ସେହିଭଳି ନାହିଁ। କିନ୍ତୁ ସଂକ୍ରମଣ ଭୟରେ ଛାତ୍ରାବାସକୁ ଖାଲି କରିଦିଆଯାଇଛି। ଏଥି ସହିତ ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି।

ଭିମସାର୍‌ରେ ୨୨ ଆକ୍ରାନ୍ତ

ଏହା ପୂର୍ବରୁ ସମ୍ବଲପୁର ଭିମସାର୍‌ରେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କୁହାଯାଉଛି ଯେ ଭିମସାର୍‌ରେ ଏତେ ପିଲା କରୋନା ପଜିଟିଭ୍‌ ଚିହ୍ନଟ ହେବାର କାରର ହେଲା ଗତ ୧୩ ଓ ୧୪ ତାରିଖ ସ୍ନାତକ ଛାତ୍ରସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପିଲାମାନେ ଉତ୍ସବ ପାଳନରେ ମସଗୁଲ ହୋଇଥିଲେ। କୋଭିଡ କଟକଣାକୁ ଅଣଦେଖା କରିଥିଲେ। ରାଜ୍ୟରେ ସଂକ୍ରମଣ ଯଦିଓ ଏକ ପ୍ରକାରର ନିୟନ୍ତ୍ରିତ ଅଛି, ତଥାପି ସତର୍କ ରହିବାର ଆବଶ୍ୟକତା ଅଛି। 

କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବୁର୍ଲା ଓ ସୁନ୍ଦରଗଡ଼ରେ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁ ମାନଙ୍କଠାରେ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁ ନାହିଁ। ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଅଛନ୍ତି। ଯେଉଁମାନେ ସଂକ୍ରମିତ, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। କଲେଜ ଛାତ୍ରଛାତ୍ରୀ ଟିକା ନେଇଥବାରୁ ଗୁରୁତର ହେବାର ଆଶଙ୍କା ନାହିଁ। କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି। ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତୁ।  ଭୟଭୀତ ହେବାର ନାହିଁ, ଓଡ଼ିଶାରେ ସଂକ୍ରମଣ କମୁଛି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments