ଭୁବନେଶ୍ବର: ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ଦ୍ବାରା ବିଶ୍ବରେ ମହଙ୍ଗା ଚିନ୍ତା ପୁଣି ବଢ଼ିଯାଇଛି। ଆଗାମୀ ଦିନରେ ଗ୍ଲୋବାଲ ସେୟାର ବଜାର ଓ ଅର୍ଥ ବ୍ୟବସ୍ଥା ପାଇଁ ଖରାପ ପରିସ୍ଥିତି ପହଞ୍ଚି ପାରେ। ଏଥି ସହିତ ଅନେକ ଦେଶରେ ଆମଦାୀନ-ରପ୍ତାନୀ ମଧ୍ୟ ପ୍ରଭାବିତ ହୋଇପାରେ। ଏହା ବ୍ୟତୀତ ସୁନା ଦର ଆହୁରି ବୃଦ୍ଧି ହୋଇପାରେ। ଅର୍ଥନୀତି ଉପରେ ଗଭୀର ଜ୍ଞାନ ରଖିଥିବା ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ସମୟ ଅଡୁଆ ହୋଇପାରେ।
ଇରାନର ସଦ୍ୟତମ ଆକ୍ରମଣ ଦ୍ବାରା ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇଛି। ଏହି ଆକ୍ରମଣ ଯୋଗୁଁ ସେଠାକାର ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛି। ଏହାକୁ ସଜାଡ଼ିବା ପାଇଁ ଦେଶର ଆର୍ଥିକ କ୍ଷତି ହେବ। ଇରାକ-ଇସ୍ରାଇଲର ଯେଉଁ ଅଞ୍ଚଳରେ ଏହି ବିଶ୍ବର ପାଖାପାଖି ଏକ ତୃତୀୟାଂଶ ତେଲ ଉତ୍ପାଦନ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ଉଭୟ ଦେଶ ମଧ୍ୟରେ କୌଣସି କାରଣରୁ ଉତ୍ତେଜନା ଦ୍ବାରା ଅଶୋଧିତ ତୈଳ ଦର ବୃଦ୍ଧି ପାଇପାରେ। ତେଣୁ ମହଙ୍ଗା ବଢ଼ିଯିବ। ଏହା ଦ୍ବାରା ଭାରତୀୟ ସେୟାର ବଜାର ସମେତ ଗ୍ଲୋବାଲ ସ୍ତର ଅସ୍ଥିର ଦେଖିବାକୁ ମିଳିପାରେ।
ବଢ଼ିପାରେ ଅଶୋଧିତ ତେଲ ଦର
୨୦୨୪ ଏପ୍ରିଲ ୧୨ରେ ତେଲ ଦର ୧୯ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ୯୦.୪୫ ଡଲାରରେ ପହଞ୍ଚିଛି। ୨୦୨୪ ଜାନୁଆରି ୨ରେ ଏହି ଦର ୭୫.୮୯ ଡଲାର ଥିଲା। ଏବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଦେଖାଯାଇଥିବାରୁ ତେଲ ଆମଦାନୀ-ରପ୍ତାନୀ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି। ଫଳରେ ଅଶୋଧିତ ତେଲ ଦର ବଢ଼ିବ। ମହଙ୍ଗା ଦର ବଢ଼ିବା ଦ୍ବାରା କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଦର କାଟିବା ଆଙ୍କା କମ୍ ଦେଖାଯାଉଛି।
କ’ଣ ହୋଇପାରେ ସେୟାର ବଜାର ଅବସ୍ଥା
ଜାତୀୟ ଗଣମାଧ୍ୟମର ଭାରତୀୟ ଇକ୍ୟୁଟି ବଜାର ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଇରାନ-ଇସ୍ରାଏଲ ଯୁଦ୍ଧର ସମ୍ଭାବିତ ପ୍ରଭାବ ପଡ଼ିପାରେ ବୋଲି ଆକଳନ କରିଛି। ଏସ୍ଏସ୍ଏ ଅନ୍ଲାଇନ୍-ଇଣ୍ଡିଆର ଡିପ୍ ଡିସ୍କାଉଣ୍ଟ ବ୍ରୋକରର ପ୍ରତିଷ୍ଠାତା ଓ ସିଇଓ ଶ୍ରେୟ ଜୈନ କହିଛନ୍ତି ଯେ, ଯୁଦ୍ଧ ବଢ଼ିବା ଓ ଇରାନ୍ ଦ୍ବାରା ମାଲବାହୀ ଜାହାଜକୁ ଜବତ କରିବା ଭାରତୀୟ ସେୟାର ବଜାରରେ ଅସ୍ଥିତରତା ସୃଷ୍ଟି କରିପାରେ। ପୂରା ବିଶ୍ବ ଇସ୍ରାଏଲ ଏବଂ ଜି-୭ର ପ୍ରତିକ୍ରିୟା ଉପରେ ନଜର ରଖିବ। ଅନ୍ୟପଟରେ ଭୂ-ରାଜନୈତିକ ଉତ୍ତେଜନା ବଢ଼ିବା ଦ୍ବାରା ଗତ ଶୁକ୍ରବାର ଦିନ ସୁନା ଦର ୧୦୦୦ରୁ ଅଧିକ ବଢ଼ି ୭୨,୯୩୧ ଟଙ୍କାରେ ପହଞ୍ଚି ଥିଲା। ଏହା ଦ୍ବାରା ସୁନା ଦର୧.୬୦ ପ୍ରତିଶତ ବଢ଼ିଛି।
ପ୍ରଭାବିତ ହେବେ ସାଧାରଣ ଜନତା
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଦ୍ବାରା କେବଳ ଭାରତ ନୁହେଁ, ଅନ୍ୟ ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହେବ। ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପାଇବ। ପରିବହନ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ବଢ଼ିଯିବ। ବିଶେଷ ଭାବରେ ଡାଲି, ଚାଉଳ, ତେଲ, ଅଟା, ମସଲା ସାମଗ୍ରୀର ଦର ବୃଦ୍ଧି ହେବା ଦ୍ବାରା ଜନସାଧାରଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପ୍ରତ୍ୟେକ ଜିନିଷର ଦରଦାମ ବୃଦ୍ଧି ହେବା ଫଳରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ସର୍ବାଧିକ ପ୍ରଭାବିତ ହେବେ।