ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ସାଂସଦ ଅତିକ୍ ଅହମଦ ଓ ତାର ଭାଇ ଅସରଫ ଅହମଦ୍ଙ୍କୁ ଶନିବାର ରାତି ୧୦ଟାରେ ସର୍ବସାଧାରଣରେ ପୁଲିସ ଓ ଗଣମାଧ୍ୟମର ଉପସ୍ଥିତିରେ ହୋଇଥିବା ହତ୍ୟା ପରେ ଉତ୍ତରପ୍ରଦେଶ ସରକାର ବିରୋଧୀ ଦଳର ଟାର୍ଗେଟକୁ ଆସିଛନ୍ତି । ଏହାରି ମଧ୍ୟରେ ପୁଲିସ ଲଗାତାର ୩ଜଣ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି । ପୁଲିସ ପଚରାଉଚରା କରୁଛି । ପଚରାଉଚରାରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ (ସୋରୋ ଥାନା ଅନ୍ତର୍ଗତ ବଘେଲା ଗାଁର ଅରୁଣ ଓରଫ କାଲିଆ, ବାନ୍ଦାର ଲଭଲେଶ ତିୱାରୀ ଓ ହମୀରପୁର ନିବାସୀ ସନୀ) ହତ୍ୟାକାଣ୍ଡ ପାଇଁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ରହିବା ପାଇଁ ୨ ଦିନ ପୂର୍ବରୁ ହୋଟେଲରେ କୋଠରୀ ବୁକ୍ କରିଥିଲେ ।
ବର୍ତ୍ତମାନ ପରୀପ୍ରେକ୍ଷିରେ ଦେଶର ସବୁଠାରୁ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ନାମ ନିଆଯାଉଛି । ଏହାର ମୁଖ୍ୟ କାରଣ ହେଲା, ଉତ୍ତରପ୍ରଦେଶରେ ବିଗତ କିଛି ବର୍ଷ ହେଲା ଶାନ୍ତି ଫେରିଛି । ହତ୍ୟା, ଲୁଟ୍, ଦୁଷ୍କର୍ମ ଆଦି ଅପରାଧିକ ଘଟଣା ହ୍ରାସ ପାଇଛି । ଦିନ ଥିଲା ଉତ୍ତର ପ୍ରଦେଶରେ ଜଣେ ମହିଳା ଏକାକୀ ଘରୁ ବାହାରିବାକୁ ସାହସ କରୁ ନଥିଲା ବେଳେ ଏବେ ଆଉ ସେହି ଭୟ ନାହିଁ । ମହିଳା ସଶକ୍ତୀକରଣ ହୋଇପାରିଛନ୍ତି । ସମ୍ମାନ ପାଇପାରୁଛନ୍ତି । ଦୁର୍ନୀତି ଢେର ଗୁଣରେ ହ୍ରାସ ପାଇଥିବାରୁ ବିକାଶ ହୋଇଛି । ସାଂପ୍ରଦାୟିକ ହିଂସା ଆଉ ଦେଖାଯାଉନାହିଁ । ଯୋଗୀଙ୍କ ଶାସନ କାଳରେ ଅଯୋଧ୍ୟାର ଶ୍ରୀରାମମନ୍ଦିର ଓ ବାବ୍ରୀ ମସଜିଦ ଭଳି ବହୁ ପୁରାତନ ବିବାଦର ସମାଧାନ ହୋଇପାରିଛି ।
ଉତ୍ତରପ୍ରଦେଶରେ ଶାନ୍ତି
ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବିଗତ ଦିନରେ ବହୁ ଅପରାଧିକ ଘଟଣା ଘଟୁଥିବା ବେଳେ କିଛି ବର୍ଷ ହେବ ଏଥିରେ ବିରାଟ ପରିବର୍ତ୍ତନ ଦେଖାଯାଇଛି । ଗ୍ୟାଙ୍ଗଷ୍ଟର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ସରକାର ଓ ପୁଲିସକୁ ଚ୍ୟାଲେଞ୍ଜ କରିବାରେ ଗ୍ୟାଙ୍ଗଷ୍ଟର ସାହସ କରିପାରୁନାହାନ୍ତି । ଶନିବାର ରାତିରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ୟାଙ୍ଗଷ୍ଟର ଅତିକ ଓ ଅଶରଫଙ୍କ ହତ୍ୟା ପରେ ଅଭିଯୁକ୍ତମାନେ ତୁରନ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଘଟଣାସ୍ଥଳରେ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିଲା । ବନ୍ଧୁକ, ଏକ କ୍ୟାମେରା, ମାଇକ ଆଇଡି ମଧ୍ୟ ଜବତ କରାଯାଇଥିଲା । ସରକାର ରାଜ୍ୟରେ ମାତ୍ର ୧ ଘଣ୍ଟା ମଧ୍ୟରେ ହାଇଆଲର୍ଟ ଘୋଷଣା କରିଥିଲେ । ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପୁଲିସର ଉଦ୍ୟମ ଯୋଗୁଁ କୌଣସି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାକୁ ଦିଆଗଲା ନାହିଁ ।
ଓଡ଼ିଶାରେ ବଢୁଛି ହିଂସା
ଓଡ଼ିଶାରେ ବର୍ତ୍ତମାନର ପରିସ୍ଥିତି ଓଲଟା । ଶାନ୍ତିପ୍ରିୟ ଓଡ଼ିଶାର ଶାସନ ବ୍ୟବସ୍ଥା ଦିନକୁଦିନ ଆହୁରି ଖରାପ ଅବସ୍ଥାକୁ ଯାଉଛି । ୨୦ ବର୍ଷ ତଳେ ଉତ୍ତରପ୍ରଦେଶରେ ଯେଭଳି ହିଂସା, ଚୋରି, ଡକାୟତି, ରାହଜାନୀ ହେଉଥିଲା, ସେହି ସମାନ ପରିସ୍ଥିତି ଓଡ଼ିଶାରେ ଦେଖିବାକୁ ମିଳୁଛି । ରାଜ୍ୟବାସୀ ଶାନ୍ତିପ୍ରିୟ ଥିବାରୁ ରାଜ୍ୟ ସରକାର କେବଳ ହେଡଲାଇନ କରିଜାଣନ୍ତି । ଶାସନ ବ୍ୟବସ୍ଥା ଅତି କଦର୍ଯ୍ୟ ସ୍ଥିତିରେ ପହଞ୍ଚି ସାରିଛି । ଦିନ ଦି’ପହରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରାଯାଉଛି । ନିକଟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଜନତା ଓ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି । ୧୦ ଜଣ ପୁଲିସ କର୍ମୀ କ୍ଷତାକ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନାହିଁ । ରାଜ୍ୟରେ ଯେତେବେଳେ ସଂକଟ ପରିସ୍ଥିତି ଦେଖାଯାଏ, ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲି ଚୁପ ପଡ଼ିଯାଆନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାକୁ ପଛାନ୍ତି ନାହିଁ ।
ଯୋଗୀଙ୍କୁ ପ୍ରଶଂସା
କାର୍ଯ୍ୟାନୁଷ୍ଠାନ ପାଇଁ ସମାଲୋଚନା ହୋଇଥିବା ସରକାରଙ୍କୁ ସମର୍ଥନ ଜଣାଇ ନେଟିଜେନ୍ମାନେ କହିଛନ୍ତି ଯେ, ଏନ୍କାଉଣ୍ଟର ଯଥାର୍ଥ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅପରାଧୀ ଦମନ ନୀତି ସ୍ୱାଗତଯୋଗ୍ୟ । ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ତଥା କୁଖ୍ୟାତ ଅପରାଧୀ ଅସଦ୍ ଯେତେବେଳେ ଉମେଶ ପାଲଙ୍କୁ ହତ୍ୟା କରିଥିଲା, ସେତେବେଳେ କ’ଣ ଉମେଶଙ୍କ ମା’ କାନ୍ଦିନଥିଲେ । ଅପରାଧୀଙ୍କୁ ଶାସ୍ତି ମିଳିବା ଉଚିତ । ସେ ସାଂସଦଙ୍କ ପୁତ୍ର ହୁଅନ୍ତୁ କି ଆଉ କିଏ । ଅପରାଧକୁ ସମର୍ଥନ କରିବା ମଧ୍ୟ ଏକ ଅପରାଧ । କାରଣ ଉମେଶ ପାଲଙ୍କୁ ହତ୍ୟା କଲାବେଳେ ବାପପୁଅ ଅତିକ-ଅସଦ ସାମାନ୍ୟ ଦୟାମାୟା ଦେଖାଇ ନଥିଲେ । ତେଣୁ ସେମାନଙ୍କୁ ଠିକ୍ ଫଳ ମିଳିଛି ।