Tuesday, February 11, 2025
Homeଉପନିର୍ବାଚନରେ ବ୍ୟବହାର ହେଲା କି ସରକାରୀ କଳ?
Array

ଉପନିର୍ବାଚନରେ ବ୍ୟବହାର ହେଲା କି ସରକାରୀ କଳ?

ଭୁବନେଶ୍ବର: ଉପନିର୍ବାଚନରେ ବିଜେଡିର ପୁଣି ବାଜିମାତ ହୋଇଛି। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶ୍ରୀମତୀ ମହାନ୍ତି ନିଜର ନିକଟତମ ପ୍ରାର୍ଥୀ ତଥା କଂଗ୍ରେସର କିଶୋର ପଟେଲଙ୍କୁ ପରାସ୍ତ କରିଛନ୍ତି। ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଥିବା ବେଳେ ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି । ବିଜେପିର ଅଭିଜ୍ଞ ନେତ୍ରୀ ମଧ୍ୟ ଆଶା ଅନୁସାରେ ଫଳ ପାଇପାରି ନାହାନ୍ତି। ତେବେ ନିର୍ବାଚନ ଫଳ ଆସିବା ପରେ ପରେ ଏବେ ସମସ୍ତଙ୍କର ମନେରେ ଗୋଟିଏ ଚିନ୍ତା, ତାହା ହେଲା ଉପନିର୍ବାଚନରେ ଟଙ୍କାର ଖେଳ। ବିରୋଧୀ ଦଳର ନେତାମାନେ ଏହି ଅଭିଯୋଗ ଆଣିଛନ୍ତି।

ଶୋଚନୀୟ ପରାଜୟ ପରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ସରକାରୀ କଳକୁ ବ୍ୟବହାର କରି ଶାସକ ଦଳ ବିଜୟୀ ହୋଇଛି, ବ୍ୟାପକ ଟଙ୍କା କାରବାର କରିଛି। ଏଥି ସହ ଶାସକ ଦଳ ପ୍ରଚାର ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ବ୍ୟବହାର କରିଥିଲା। ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମଧ୍ୟ କହିଛନ୍ତି ଯେ, ଉପନିର୍ବାଚନରେ ଇଭିଏମ୍ ଟାମ୍ପରିଂ ହୋଇଛି। ଆମେ ପରାଜୟର କାରଣ ଖୋଜିବୁ। ଉପନିର୍ବାଚନ ନେଇ ମାନସମନ୍ଥନ କରିବୁ। ଶାସକ ଦଳ ଲାଞ୍ଚ ନେଇ ନିର୍ବାଚନ ଜିତିଛି।

କଂଗ୍ରେସ ଉଠିବ କି?

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଉପନିର୍ବାଚନ ଟର୍ନିଂ ପଏଣ୍ଟ ଆଣିଛି। ଆମେ ୨ୟ ସ୍ଥାନକୁ ଆସିପାରିଛୁ। ଏବେ ନିର୍ବାଚନରେ ବିଜେଡି ସହିତ ଲଢ଼ିବୁ। ଉପନିର୍ବାଚନ ଫଳାଫଳ କଂଗ୍ରେସର ମୋଡ ବଦଳାଇବ। ଦୀର୍ଘ ଦିନର ବ୍ୟବଧାନ ପରେ କଂଗ୍ରେସକୁ ଏକ ପ୍ରକାରର ସଫଳତା ମିଳିଛି କହିଲେ କିଛି ଭୁଲ ହେବ ନାହିଁ। କାରର ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଉପନିର୍ବାଚନ ହୋଇଛି। କିନ୍ତୁ କେଉଁଠାରେ ମଧ୍ୟ କଂଗ୍ରେସ ୨ୟ ସ୍ଥାନରେ ରହିନାହିଁ, ଯାହାକି ବ୍ରଜରାଜନଗରରେ କରିପାରିଛି।

ପିପିଲି ଉପନିର୍ବାଚନ

ଗତବର୍ଷ ଅକ୍ଟୋବର ମାସରେ ପିପିଲି ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୁ ଜନତା ଦଳ (ବିଜେଡି)ର  ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ପିପିଲି ନିର୍ବାଚନ ରେକର୍ଡ ଅନୁସାରେ ରୁଦ୍ର ତାଙ୍କ ବାପାଙ୍କ ରେକର୍ଡକୁ ମଧ୍ୟ ଟପି ଯାଇଥିଲେ। ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଥିଲା। ଗତ ଦୁଇ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ପାଇଥିବା ଭୋଟ ସଂଖ୍ୟାଠାରୁ ଅଧିକ ଭୋଟ୍ ପାଇଥିଲେ ରୁଦ୍ର। ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍ ମିଳିଥିଲା।

ବାଲେଶ୍ବର ସଦର-ତିର୍ତ୍ତୋଲରେ ବିଜେଡି

ବର୍ଷ ୨୦୨୦ ନଭେମ୍ବର ମାସରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ବିଜେଡିର ବିପୁଳ ବିଜୟ ହୋଇଥିଲା। ଏହି ୨ଟି ସ୍ଥାନରେ ଉପନିର୍ବାଚନ ହେବା ପୂର୍ବରୁ ଶାସକ ଦଳ ଏହି ଅଞ୍ଚଳଗୁଡ଼ିକର ବିକାଶ ପାଇଁ ବଡ଼ ପ୍ୟାକେଜ ଘୋଷଣା କରିଥିଲା। ବାଲେଶ୍ୱରରେ ସ୍ୱରୂପ କୁମାର ଦାସ ୧୩ ହଜାର ୩୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୪୧ ହଜାର ୭୦୩ ଭୋଟରେ ନିର୍ବାଚନ ଜିତିଥିଲେ ।

ବିଜେପୁରରେ ବଡ଼ ବ୍ୟବଧାନ

ସେହିପରି ୨୦୧୯ ଅକ୍ଟୋବର ଉପନିର୍ବାଚନ ହୋଇଥିଲା ବିଜେପୁରରେ। ହାଣ୍ଡିଶାଳ ଛାଡି ଜନସେବା ପାଇଁ ଓହ୍ଲାଇଥିଲେ ରୀତା ସାହୁ। ସେହି ସମୟରେ ସେ ଓଡ଼ିଶା ରାଜନୀତି ଇତିହାସରେ ସବୁଠାରୁ ବଡ଼ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ରୀତା ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଠାରୁ ୯୭ ହଜାର ୯୯୦ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ଖାତାକୁ ୭୩.୮% ଭୋଟ ଯାଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments