Tuesday, September 10, 2024
Homeଓଡ଼ିଶାରେ ଗୁଡ୍ଡୁ ମୁସଲିମ୍‌!
Array

ଓଡ଼ିଶାରେ ଗୁଡ୍ଡୁ ମୁସଲିମ୍‌!

ଭୁବନେଶ୍ୱର: ନିକଟରେ ନିହତ ହୋଇଥିବା ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମଦ୍‌ର ଅନ୍ୟତମ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍‌କୁ ଧରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ରେ ଜୋରଦାର ଉଦ୍ୟମ ହେଉଛି । ଉତ୍ତର ପ୍ରଦେଶର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଟିମ୍ ଏଥି ପାଇଁ ଜାଲ ବିଛାଇଛି । ଏହି ଟିମ୍ ଓଡ଼ିଶା ଓ ଛତିଶଗଡ଼ରେ ଘୁରି ବୁଲୁଛି । କିନ୍ତୁ ଏସ୍‌ଫିଏଫ୍ ପହଞ୍ଚିବା ପୂର୍ବରୁ ଗୁଡ୍ଡୁ ମୁସଲିମ ସ୍ଥାନ ପରିବର୍ତ୍ତନ କରି ଖସିଯାଉଛି । ଗୁଡ୍ଡୁ ମୁସଲିମ ଓଡ଼ିଶାରେ ରହିବା ନେଇ ଯଦିଓ ସଠିକ ପ୍ରମାଣ ନାହିଁ, ତଥାପି ସେ ଗତ ୨ରୁ ୧୩ ତାରିଖ ଯାଏଁ ରହିଥିଲା ବୋଲି ଚର୍ଚ୍ଚା ହେଉଛି । ତେବେ ଗତ ଫେବ୍ରୁଆରି ୨୪ ତାରିଖରେ ପ୍ରୟାଗରାଜଣ ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗୁଡ୍ଡୁ ଗିରଫ ହେଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଗୁଡ୍ଡୁ ମୁସିଲମ ବୋମାମାଡ଼ କରି ହତ୍ୟା କରିବାରେ ଧୂରନ୍ଧର । ଏହି କାରଣରୁ ତାକୁ ବୋମବାଜ ଗୁଡ୍ଡୁ ମଧ୍ୟ କୁହାଯାଇଥାଏ । କୁହାଯାଇଥାଏ ଯେ, ଚାଲିବା ରାସ୍ତାରେ ସେ ବୋମା ପ୍ରସ୍ତୁତ କରିପାରି ଦକ୍ଷତା ରଖିଛି । ଗୁଡ୍ଡୁକୁ ଗିରଫ କରିବା ପାଇଁ ଉତ୍ତର ପ୍ରଦେଶ ଏସଟିଏଫ ଓ ପ୍ରୟାଗରାଜ ପୁଲିସ ନିୟୋଜିତ ଅଛି । କିନ୍ତୁ ତାକୁ ଗିରଫ କରିବା ସେତେ ସଜନ ନୁହେଁ । ଅନ୍ୟପଟରେ ଅପରାଧ ଜଗତର ଅନ୍ୟତମ ବାଦ୍‌ଶାହା ଗୁଡ୍ଡୁକୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି ।

୧୬ ବର୍ଷରେ ପ୍ରଥମ ମର୍ଡର

ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲା ଗୋସାଇଗଂଜ ଥାନା ଅଞ୍ଚଳର ଇଟକୌଲୀ ନିବାସୀ । ଏହି ଗାଁ ଫୈଜାବାଦ ଓ ଜୌନପୁର ସୀମାରେ ରହିଛି । ଗୁଡ୍ଡୁ ମୁସଲିମ ପ୍ରଥମେ ଅଭୟ ସିଂହ ଓ ଧନଞ୍ଜୟ ସିଂହଙ୍କ ସଂସ୍ପର୍ଶରେ ଆସିଥିଲା । ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ହତ୍ୟା କରିଥିଲା । ଏହା ଥିଲା ୧୯୯୩ ମସିହାର ଘଟଣା । ସେ ନୈନୀ ଅଞ୍ଚଳରେ ସୀଲମ ଓ ପପ୍ପୁଙ୍କୁ ଗୁଳି ଓ ବୋମାମାଡ଼ କରି ହତ୍ୟା କରିଥିଲା । କିନ୍ତୁ ସେ ସେହି ସମୟରେ ଧରାପଡ଼ିଥିଲା । ୧୯୯୮ରେ ଲଖନଉରେ ପୀଟର ଗୋମ୍ସ ହତ୍ୟା ମାମଲାରେ ଗୁଡ୍ଡୁକୁ ପୁଲିସ ପଚରାଉଚରା କରିଥିଲା । ସେହି ସମୟରେ ସେ କିଛି ତଥ୍ୟ ପଦାରେ ପକାଇଥିଲା । ସେହି ସମୟରେ ସେ କହିଥିଲା ଯେ, ୧୯୯୩ରେ ପ୍ରୟାଗରାଜ କର୍ନଲଗଂଜର ମେସ କଲୋନିରେ ତତ୍କାଳୀନ ବାହୁବଳୀ ବିଧାୟକଙ୍କ ସହିତ ମିଶି ମୁନ୍ନା ଓରଫ ଭୁବରାଙ୍କ ଉପରେ ଗୁଳିମାଡ଼ କରିଥିଲା । କେବଳ ସେତିକି ନୁହେଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଭାଇଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସେ ବୋମାମାଡ଼ କରିଥିଲା ।

ଅତିକ ଓ ଗୁଡ୍ଡୁର ସଂପର୍କ

ଏକ ଏନଡିପିଏସ୍ ମାମଲାରେ ଗିରଫ ହୋଇ ଗୁଡ୍ଡୁ ମୁସଲିମ ଯେତେବେଳେ ଗୋରଖପୁର ଜେଲ ଯାଇଥିଲା, ସେହି ସମୟରେ ସେ ଅତିକ ଅହମଦ ସଂସ୍ପର୍ଶରେ ଆସିଥିଲା । ଗୋରଖପୁରର ତତ୍କାଳୀନ ଏଏସ୍‌ପି ଏବଂ ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ଏସଟିଏଫ୍ ମୁଖ୍ୟ ଅମିତାଭ ୟଶ ସେହିସମୟରେ ଗୁଡ୍ଡୁ ମୁସଲିମକୁ ଜେଲ ପଠାଇଥିଲେ । ଅତିକ ଅହମଦ ଆହ୍ଲାବାଦ ହାଇକୋର୍ଟରୁ ସିଣ୍ଡିକେଟ ବ୍ୟବହାର କରି ଗୁଡ୍ଡୁ ମୁସଲିମକୁ ହାଇକୋର୍ଟରୁ ବାହାର କରିଥିଲା । ସେହିଦିନ ଠାରୁ ଅତିକ ଅହମଦ ସହିତ ଗୁଡ୍ଡୁ କାମ କରିଆସୁଥିଲା ।

ଗୁଡ୍ଡୁକୁ ସହଯୋଗ କରନ୍ତି କୁଖ୍ୟାତ ଅପରାଧୀ

ଉତ୍ତର ପ୍ରଦେଶ ଏସଟିଏଫର ପ୍ରଥମ ଟିମର ସଦସ୍ୟ ଓ ଗୁଡ୍ଡୁ ମୁସଲିମକୁ ପଚରାଉଚରା କରିଥିବା ପୂର୍ବତନ ଆଇପିଏଏସ୍ ରାଜେଶ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ଉମେଶଙ୍କ ହତ୍ୟା ପରେ ଫେରାର ହୋଇଥିବା ଗୁଡ୍ଡୁ କେବଳ ଅତିକ ସହିତ ନୁହେଁ, ନିଜର ସିଣ୍ଡିକେଟକୁ ବ୍ୟବହାର କରୁଛି । ଗୁଡ୍ଡୁ ମୁସଲିମର ବଡ଼ ସିଣ୍ଡିକେଟ ରହିଛି । ସେ ଯେଉଁ ଅପରାଧୀଙ୍କ ଲାଗି କାମ କରିଛି, ତାଙ୍କର ସହିତ ସଂପର୍କ ଖରାପ କରିନାହିଁ । ତା ସଂପର୍କରେ ଥିବା ଅପରାଧୀମାନେ ଏବେ ତାକୁ ସହଯୋଗ କରୁଛନ୍ତି । ତେଣୁ ଫେରାର ଥିବା ଗୁଡ୍ଡୁକୁ କୌଣସି ସ୍ଥାନରେ ଲୁଚିବା ପାଇଁ କୌଣସି ଅସୁବିଧା ହେଉ ନାହିଁ । ଉତ୍ତର ପ୍ରଦେଶ ଓ ବାହାର ରାଜ୍ୟରେ ତମାମ ମାଫିଆଙ୍କ ସହିତ ସଂପର୍କ ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments