ଭୁବନେଶ୍ବର: ଓଡ଼ିଶାରେ ସୁବର୍ଣ୍ଣ ଯୁଗ ଆସିଗଲା କି? ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, କୃଷି, ଶିଳ୍ପ, ବାଣିଜ୍ୟ ଆଦି କ୍ଷେତ୍ରରେ ଆମ ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ ହୋଇଛି କି? କାରଣ ଏସବୁ କ୍ଷେତ୍ରରେ ଯେତେବେଳେ ପୂର୍ଣ୍ଣାଙ୍ଗ ବିକାଶ ହୋଇଯାଇଥାଏ, ଆମେ ଆଗକୁ ବଢ଼ିଛେ ବୋଲି ମନେ ହୋଇଥାଏ। ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଖୁସି ହୋଇଛନ୍ତି ବିରୋଧୀ ଦଳ ବିଧାୟକ ସୁର ରାଉତରାୟ। ବିଧାନସଭାର ମୌସୁମୀ ଅଧିବେଶନରେ ବିଧାୟକ ଶ୍ରୀ ରାଉତରାୟ ଯେଉଁଭଳି ଭାବେ ସରକାରଙ୍କ ଗୁଣଗାନ କଲେ, ଅନ୍ୟ ବିରୋଧୀ ନେତାଙ୍କୁ ନିଶ୍ଚିତ ଭାବେ ବ୍ୟଥିତ କରିପକାଇଥିବ।
ରାଜଧାନୀ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମିକୁ ଦେଖି କଂଗ୍ରେସ ବିଧାୟକ ସୁର ରାଉତରାୟ ଖୁସି ହୋଇଯାଇଛନ୍ତି। ବିକାଶ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ପ୍ରଶ୍ନକାଳରେ ଭାଗ ନେଇ ସେ ସରକାରଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବାପେକ୍ଷା ବହୁତ୍ ବିକାଶ ହୋଇଛି। ଓଡ଼ିଶାକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆସିବ। ଦଳମତ ନିର୍ବିଶେଷରେ ପ୍ରଶଂସା କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି। କେବଳ କଳିଙ୍ଗ ଷ୍ଟାଡ଼ିୟମ୍ ନୁହେଁ। ଏହା ବ୍ୟତୀତ ସୁର ରାଉତରାୟ ୫ଟି ଅଧୀନରେ ଥିବା ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ଵରୀ ମନ୍ଦିର ସହ ଅନ୍ୟ୍ୟ ଧାର୍ମିକ ଅନୁଷ୍ଠାନର ବିକାଶ କାମକୁ ମଧ୍ୟ ପ୍ରଶଂସା କରିଛନ୍ତି।
ଧଉଳିକୁ ଭୁଲି ନାହାନ୍ତି ସରକାର: ମନ୍ତ୍ରୀ
ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଶାନ୍ତିସ୍ତୁପ ‘ଧଉଳି’ର ସ୍ଥାନ ସ୍ବତନ୍ତ୍ର। କାରଣ ରାଜ୍ୟ ହେଉ ବା ଦେଶର ନାଗରିକ ହୁଅନ୍ତୁ, ଯିଏ କଳିଙ୍ଗର ଇତିହାସକୁ ଜାଣିବାକୁ ଚାହିଁଛନ୍ତି, ସେ ନିଶ୍ଚିତ ଭାବେ ଧଉଳିର ପୂରାତନ ସ୍ମୁତି ବିଷୟରେ ଅବଗତ ଥିବେ। ଦୟାନଦୀ କୂଳରେ ଥିବା ଧଉଳି ହେଉଛି କଳିଙ୍ଗ ଯୁଦ୍ଧର ସ୍ମାରକୀ। ତେଣୁ ଏଠାକାର ବିକାଶ ହେବା ନିହାତି ଜରୁରୀ। ଶହ ଶହ ପର୍ଯ୍ୟଟକ ଏହି ପବିତ୍ର ସ୍ଥାନକୁ ଆସିଥାନ୍ତି। କିନ୍ତୁ ଏଠାକାର ବିକାଶ ଯେଉଁ ଭଳି ଭାବେ ହେବା କଥା ହୋଇପାରି ନାହିଁ ବୋଲି ସୁର ରାଉତରାୟ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଧଉଳି ବିକାଶ ଭୁଲି ଯାଉଛନ୍ତି। ଧଉଳି ସହ କେଦାରଗୌରୀ ବିକାଶ ପାଇଁ ଦାବି କରିଛନ୍ତି। ଜବାବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି, ରାଜ୍ୟ ସରକାର ଧଉଳିର ଐତିହାସିକ ପୃଷ୍ଠଭୂମିକୁ ଭୁଲି ନାହାଁନ୍ତି । ଧଉଳି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଖୁବ୍ ଶୀଘ୍ର ମାଷ୍ଟର ପ୍ଲାନ୍ ଶେଷ ହେବା ପରେ ବିକାଶ କାର୍ଯ ଆରମ୍ଭ ହେବ।
ଆତ୍ମନିର୍ଭରଶୀଳ ହିଁ ବିକାଶ
କଳିଙ୍ଗ ଷ୍ଟାଡିୟମ୍ ଓ ରାଜ୍ୟର କିଛି ଐତିହ୍ୟ ସ୍ଥଳୀର ବିକାଶ ହୋଇଛି। ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ବ୍ୟାପକ ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ବିଧାନସଭାରେ ସୁର ରାଉତରାୟ ବିଧାନସଭାରେ ଯେଉଁ ପ୍ରସଙ୍ଗ ଉପରେ କହିଛନ୍ତି ଓ ଖୁସି ହୋଇଛନ୍ତି, ସେତିକିରେ ଓଡ଼ିଶା ବିକଶିତ ହୋଇଛି କହିଲେ ଚଳିବ ନାହିଁ। ବିକାଶ କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ଯେବେ ଆବେ ଶତପ୍ରତିଶତ ସମସ୍ୟାର ସମାଧାନ ପୂରା କରିବା। ସେହିପରି ଜମିକୁ ଜଳ, ବୋକରୀଙ୍କୁ ରୋଜଗାର, ଆତ୍ମନିର୍ଭରଶୀଳ ହୋଇପାରିବା।
୨୦ ବର୍ଷର ସରକାର
ରାଜ୍ୟରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଛି। ଅତ୍ୟାଧୁନିକ ଯୁଗରେ ଯେକୌଣସି ସ୍ଥାନକୁ ବିକଶିତ କରିବା ସହଜ। କିନ୍ତୁ ଏଥି ପାଇଁ ସରକାର ଓ ବିକାଶ କାମରେ ନିୟୋଜିତ ହେଉଥିବା ଠିକାଦାର ସଚ୍ଚୋର୍ଟ ହେବା ଦରକାର। ଗପ୍ତ ଯୁଗରେ ଭାରତରେ ‘ସୁବର୍ଣ୍ଣ ଯୁଗ’ ଥିଲା। ମଧ୍ୟଯୁଗରେ ଗୁପ୍ତ ଶାସକମାନେ ପ୍ରଜାମାନଙ୍କୁ ସୁଖରେ ରଖିପାରିଥିଲେ। ପ୍ରଜାମାନେ ବହୁତ ଖୁସିରେ ଜୀବନଯାପନ କରୁଥିଲେ। ଶାସକମାନେ ପ୍ରଜାବତ୍ସଳ ଥିଲେ। କିନ୍ତୁ ଆମର ଶାସକ ଓ ନେତାମାନେ ଜନସାଧାରଣଙ୍କୁ କେତେ ଭଲ ପାଆନ୍ତି, ତାହା ସମସ୍ତେ ଜାଣନ୍ତି।