କବିତା ଭିତରେ କବି ଓ କବି ଭିତରେ କବିତା -କେଉଁଟାକୁ ଆପଣ ଗ୍ରହଣ କରନ୍ତି ?
କବିତା ଲେଖୁଥିବା ପ୍ରତ୍ୟେକ ମୁହଁ କବି ନୁହନ୍ତି, କିନ୍ତୁ କବି ମାତ୍ରକେ କବିତା ଲେଖନ୍ତି। ଏଇ ଦୃଷ୍ଟି କୋଣରୁ କବି ଭିତରେ ହିଁ କବିତା ।
କବିତା ରସରେ ଭିଜିହୁଏ- ଏହାକୁ ଆପଣଙ୍କ ଦର୍ଶନ କ’ଣ କହେ ?
ହଁ କବିତା ରସରେ ଭିଜିହୁଏ- ଆଙ୍ଗିକରେ ନୁହେଁ ଆତ୍ମିକରେ ।

ଶବ୍ଦ ସହ କେବେ ଝଗଡା କରିଛନ୍ତି ?ହଁ ଯଦି,କେବେ ?
ଅନ୍ୟମାନଙ୍କର ଏକ୍ଲାପଣକୁ ନିଜଭିତରେ ଭୋଗୁଥିବା ବେଳେ ନିଶବ୍ଦରେ ଶବ୍ଦ ସହ ମୋର ଖୁବ୍ ଝଗଡା ହୁଏ ।
ସବୁକଥା କବିତାରେ ଦସ୍ତଖତ ଦେଇହେବ ?
ନିଜ ଭାବକୁ କବିତାରେ ପ୍ରକାଶ କରିବାକୁ ମୁଁ ସହଜ ମନେକରେ, ତେଣୁ ହଁ ।
ସାଂପ୍ରତିକ ସାହିତ୍ୟ ପଟକୁ ମୁହଁ କଲେ ଆପଣଙ୍କ ହୃଦୟ କିଛି କହିବାର କେବେ ଶୁଣିଛନ୍ତି ?
ସାଂପ୍ରତିକ ସାହିତ୍ୟର ଭାବ,ଭାଷା,ଭୂମି ଓ ଭଙ୍ଗୀ ଉଚ୍ଚମାନର । ଜହ୍ନର ଜୋତ୍ସ୍ନା ଅଛି, ମାଟିର ବାସ୍ନା ଅଛି, ଅଛି ପୁଣି ଜୀବନକୁ ପାଖରୁ ନିରେଖି ଦେଖିପାରୁଥିବା ଜୀବନ ଦର୍ଶନ ନାମକ ତୃତୀୟ ଚକ୍ଷୁ ।

ପଠନମନସ୍କ କଵି ତାଲିକାରେ ନିଜକୁ ରଖନ୍ତି ?
ପ୍ରଥମେ ମୁଁ ଜଣେ ପ୍ରଚଣ୍ଡ ପାଠକ ।
ସମ୍ବେଦନଶୀଳତାକୁ ସାରସ୍ୱତ ଯଜ୍ଞରେ କେଉଁ ସ୍ଥାନ ଦେବେ ?
ଉର୍ଦ୍ଧ୍ବରେ
ଆଗକୁ ନେଇ ଧାଡିକିଆ କବିତା ..
ଜୀବନ-କବିତା କବିତା-ଜୀବନ