Wednesday, December 11, 2024
Homeକରୋନା ସଂକଟ କାଳରେ ‘ଗଣତନ୍ତ୍ର’ର ପର୍ବ ପାଳନ କରୁଛି ବିହାର: ମୋଦୀ
Array

କରୋନା ସଂକଟ କାଳରେ ‘ଗଣତନ୍ତ୍ର’ର ପର୍ବ ପାଳନ କରୁଛି ବିହାର: ମୋଦୀ

ପାଟଣା/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକଟ କାଳରେ ରାଲି ପାଇଁ ଆଜି ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିହାରରେ ୩ଟି ରାଲି କରୁଛନ୍ତି । ସାସାରାମ ରାଲି ଶେଷ ହେବା ପରେ ଗୟା ଓ ଭାଗଲପୁରରେ ରାଲିର ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାର ଆଜି କରୋନା ମୁକାବିଲା କରୁଛି । ଏହାରି ମଧ୍ୟରେ ସତର୍କତାର ସହିତ ‘ଗଣତନ୍ତ୍ର’ର ପାର୍ବ ପାଳନ କରୁଛି । କରୋନା ମହାମାରୀ ଲାଗି ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଥିବା ବେଳେ ଔଷଧ ଓ ଟିକା ବାହାର କରିବା ପାଇଁ ଗବେଷକ ଓ ଔଷଧ କଂପାନୀର ନିଦ ହଜିଯାଇଛି । ଏହାରି ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ସହ ଦେଶର ଅନ୍ୟ ସ୍ଥାନରେ ଚାଲିଛି ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ।

ରାଲିରେ ସାମାଜିକ ଦୂରତା କେତେ ସତ?

ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ଶକ୍ତିଶାଳୀ ଦେଶଗୁଡ଼ିକର ତୁଳନାରେ ଭଲ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ବିହାର ବିଧାନସଭା ନିର୍ବାଚନ ଓ ଦେଶର ଅନ୍ୟ ସ୍ଥାନରେ ହେଉଥିବା ଉପ ନିର୍ବାଚନ କରୋନା ସଂକ୍ରମଣ ବଢ଼ାଇବ ନାହିଁ ଥ? ରାଜନୈତିକ ନେତାମାନେ ଭୋଟ ପାଇବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ପ୍ରଚାର କରିବା ପାଇଁ ଯଦିଓ କୁହାଯାଉଛି, ବାସ୍ତବ ପକ୍ଷେ ଏହା ସମ୍ଭବ ଠିକ ଭାବେ ପାଳନ ହେଉନାହିଁ ।

ସ୍ୱାଭିମାନୀ ଓ ପରିଶ୍ରମୀ ଭାଇ-ଭଉଣୀଙ୍କୁ ପ୍ରଣାମ

ପ୍ରଧାନମନ୍ତ୍ରୀ ବିହାର ବିଧାନ ସଭା ନିର୍ବାଚନ ପ୍ରଚାର ଅବସରରେ ସାସାରାମରୁ ରାଲି ଆରମ୍ଭ କରି ଭୋଜପୁରୀରେ ସମ୍ବୋଧନ କରିଥିଲେ । ସର୍ବପ୍ରଥମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଓ ରଘୁବଂଶ ପ୍ରସାଦ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଥିଲେ, ବିହାରର ସ୍ୱାଭିମାନୀ ଓ ପରିଶ୍ରମୀ ଭାଇ-ଭଉଣୀଙ୍କୁ ପ୍ରଣାମ କରୁଛି । ବିହାର ନିଜର ୨ ଜଣ ଯୋଜ୍ୟ ସନ୍ତାନକୁ ହରାଇଛି । ଦଳିତଙ୍କ ପାଇଁ ନିଜ ଜୀବନକୁ ସମର୍ପଣ କରିଛନ୍ତି ରାମବିଲାସ ପାସୱାନ । ବାବୁ ରଘୁବଂଶ ପ୍ରସାଦ ଆମ ଗହଣରେ ନାହାନ୍ତି । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ବିହାର ମାଟିରେ ଜନ୍ମ ନେଇଥିବା ନେତାଙ୍କ ସହିତ କାମ କରିଛି । ତାଙ୍କର ଠାରୁ ବହୁ କିଛି ଶିଖିଛି ।

କରୋନା କାଳରେ ପ୍ରଥମ ରାଲି

ସାସାରାମ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିହାର ରାଜ୍ୟ ବିଜେପି ଅଧ୍ୟକ୍ଷ ଡ. ସଂଜୟ ଜୟସ୍ୱାଲଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । କରୋନା ସଂକଟ କାଳରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀଙ୍କ ସର୍ବସାଧାରଣ ରାଲିର ସୁରକ୍ଷା ପାଇଁ ବଡ଼ ବ୍ୟବସ୍ଥା କରାଯାଇଛି । ରାଲିରେ ସାମାଜିକ ଦୂରତା ପ୍ରତି ନଜର ଦିଆଯାଇଛି । ସାସାରାମର ଏହି ରାଲିରେ ବିଜେପିର ୧୨, ଜେଡିୟରୁ ୧୨ ଓ ଭିଆଇପିର ଜଣେ ପ୍ରାର୍ଥୀ ଏନଡିଏ କାର୍ଯ୍ୟକର୍ତ୍ତାଙ୍କ ସହିତ ନିଜ-ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଲିରୁ ଭର୍ଚ୍ୟୁଆଲ ଭାବେ ଜଡ଼ିତ ହୋଇଛନ୍ତି ।

ପ୍ରଚାରରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ

ଆଉ ମାତ୍ର ୧୦ ଦିନ ପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ମତଦାନ ହେବ । ପ୍ରଚାର ପାଇଁ ନେତାଙ୍କ ପାଖରେ ରହିଛି ୮ ଦିନର ସୁଯୋଗ । ଏଥି ପାଇଁ ଶାସକ ବିଜେଡି ଦଳ ସହ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରୁଛନ୍ତି । ରାଜ୍ୟର ଏହି ୩ଟି ଦଳ ନିଜର ଷ୍ଟାର ପ୍ରଚାରଙ୍କୁ ଅବତୀର୍ଣ୍ଣ କରାଇ ଶକ୍ତି ପ୍ରଦର୍ଶନ କରୁଛି । ନିର୍ବାଚନ ପ୍ରଚାରରେ କର୍ମୀମାନେମାନେ ମାସ୍କ ପିନ୍ଧିଥିବା ବେଳେ ଅନେକ ସମୟରେ ସାମାଜିକ ଦୂରତାକୁ ଅଣଦେଖା କରାଯାଉଥିବା ଦୃଷ୍ଟିଗୋଚର ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments