Monday, October 14, 2024
Homeକଳଙ୍କିତ ବାପ-ଝିଅ
Array

କଳଙ୍କିତ ବାପ-ଝିଅ

ଭୁବନେଶ୍ବର: ବାପା-ମା’ଙ୍କ ପାଇଁ ସେମାନଙ୍କର ସନ୍ତାନ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ନଦୀ ତଥା ବିଶ୍ବର ଅନ୍ୟ କୌଣସି ମହାନ ଶକ୍ତି ଠାରୁ କମ୍ ନୁହେଁ। ଅଭିଭାବକ ଯେତେବେଳେ ନିଜ ସନ୍ତାନର ମୁହଁରେ ହସ୍ ଦେଖିଦିଅନ୍ତି, କେତେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଭୁଲିଯାଆନ୍ତି। ବାପା-ମା’ ଚାହାନ୍ତି ତାଙ୍କର ସନ୍ତାନ ବିଶ୍ବ ବିଜେତା ହେଉ। ତାଙ୍କର ପରିଶ୍ରମ ଓ ସ୍ବପ୍ନକୁ ସାକାର କରୁ। ଗାଁ ଠାରୁ ଆରମ୍ଭ କରି ସହର, ଦେଶ ଓ ବିଦେଶରେ ତା’ର ନାଁ ଚର୍ଚ୍ଚାକୁ ଆସୁ। ସେଥି ପାଇଁ ପ୍ରତ୍ୟେକ ପିତା-ମାତା ନିଜ ସନ୍ତାନକୁ ଗଢ଼ିବା ପାଇଁ ସେହିଭଳି ପରିଶ୍ରମ କରନ୍ତି।

ବାପା-ମା’ଙ୍କ ପାଇଁ ଉଭୟ ପୁଅ ଓ ଝିଅ ସମାନ। ଆଧୁନିକ ଯୁଗରେ ଲିଙ୍ଗଗତ ତାରତମ୍ୟ ପ୍ରାୟ ଆଉ ଦେଖାଯାଉ ନାହିଁ। ଲୋକେ ଶିକ୍ଷିତ ହୋଇଯାଇଥିବାରୁ ଏକଥା ବ୍ୟକ୍ତିଗତ ସ୍ତରରେ ମଜବୁତ ହୋଇସାରିଛନ୍ତି। ସରକାର ମଧ୍ୟ କନ୍ୟା ସନ୍ତାନଙ୍କ ପାଇଁ ଅନେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିସାରିଛନ୍ତି। ମହିଳାଙ୍କୁ ନେଇ ଦେଶର ଅନେକ ବିଭାଗରେ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଉଦାହରଣ ସ୍ବରୂପ ପୋଷ୍ଟ ଅଫିସ୍ ଓ ବ୍ୟାଙ୍କକୁ ନିଆଯାଇପାରେ।

ଅଲୋଡ଼ା ବାପା-ମା’

ଆଜିକାଲି ଆଉ ଗୋଟିଏ କଥା ଦେଖିବାକୁ ମିଳୁଛି ଯେ, ଅଧିକାଂଶ କ୍ଷେତ୍ରରେ ପୁଅମାନେ ଦୁଇ ଗୋଡ଼ରେ ନିଜ ଗୋଡ଼ରେ ଛିଡ଼ା ହୋଇଗଲା ପରେ ବୃଦ୍ଧ ପିତାମାତାଙ୍କୁ ଅବହେଳା କରୁଛନ୍ତି। ଏକମାତ୍ର ପୁତ୍ର ସନ୍ତାନ ଥିବା ବୃଦ୍ଧ ଅଭିଭାବକଙ୍କୁ ଶେଷରେ ଅନାଥାଶ୍ରମ ତଥା ଜାରାଶ୍ରମର ଆଶ୍ରୟ ନେବାକୁ ପଡୁଛି। ଝିଅ ଜନମ ଯଦିଓ ପରଘରକୁ। ତଥାପି ଝିଅ ପାଖରେ ବାପା-ମା’ କେମିତ ରହୁଛନ୍ତି, ହାଲଚାଲ ଟିକେ ବୁଝିବାକୁ ତାଙ୍କ ପାଖରେ ସମୟ ରହୁଛି। କିନ୍ତୁର କ୍ଷୋଭର ବିଷୟରେ ଆଜିକାଲିର ଝିଅ ମଧ୍ୟ ବାପ-ମା’ଙ୍କର ଅର୍ଜିତ ସଂପତ୍ତିକୁ ଆପଣାଇବା ପାଇଁ ଅର୍ଥାତ ଅନ୍ୟ କାରଣରୁ ସଂପର୍କରେ କଳଙ୍କ ଲଗାଇବାକୁ ପଛାଉ ନାହାନ୍ତି।

ବାପା-ମା’ଙ୍କୁ ହାଣିଦେଲା ଝିଅ

ତେବେ ଉତ୍ତରପ୍ରଦେଶରେ ବାପା-ମା’ ଓ ଝିଅଙ୍କ ସଂପର୍କକୁ ନେଇ ନିକଟରେ ଭିନ୍ନ ୨ଟି ଖବର ଆସିଛି। କାନପୁରସ୍ଥିତ ବର୍ରା-୨ ଯାଦବ ମାର୍କେଟରେ ମଙ୍ଗଳବାର ଘର ଭିତରେ ବରିଷ୍ଠ ଦମ୍ପତ୍ତି ମୁନ୍ନା ଲାଲ ଉତ୍ତମ (୬୧) ଓ ତାଙ୍କ ପତ୍ନୀ ରାଜଦେବୀ (୫୫)ଙ୍କୁ ଝିଅ କୋମଲ ଓ ତା’ର ପ୍ରେମିକ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ କାରଣ ହେଉଛି ସଂପତ୍ତିକୁ ଏକା ନେଇଯିବା। ବିବାହ ପରେ ଭାଇ ଅନୂପ କୋଟି ଟଙ୍କାର ମାଲିକ ହୋଇଯିବ ବୋଲି କୋମଲ ନିଜ ପ୍ରେମିକ ସହ ମିଶି ବାପା-ମା’ଙ୍କୁ ହତ୍ୟା କରିଦେଇଥିଲା। ତେବେ ହତ୍ୟାକାଣ୍ଡର ୧୦ ଘଣ୍ଟା ମଧ୍ୟରେ ପୋଲିସ ଘଟଣାକୁ ସାମ୍ନାକୁ ଆଣିଥିଲା।

ଝିଅଙ୍କ ଠାରୁ ଚପ୍ପଲରେ ମାଡ଼ ଖାଇଲେ ବାପା

ସେହିଭଳି ଉତ୍ତରପ୍ରଦେଶର ମୁଜାଫରପୁରରେ ଗୁରୁବାର ଘଟିଥିବା ଘଟଣା ସଭ୍ୟ ମଣିଷଙ୍କ ପାଇଁ ନିଶ୍ଚିତ ଦୁଃଖ ଆଣିଦେବ। ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିବା ଭିଡିଓରେ ୨ ଜଣ ଝିଅ ନିଜ ପିତାଙ୍କୁ ବିଚ୍ ରାସ୍ତାରେ ଚପ୍ପଲରେ ମାଡ଼ମାରୁଛନ୍ତି । ଖତୌଲି କୋତୱାଲି ବଜାର ଅଞ୍ଚଳର ସଦ୍ଦୀକନଗର ନିବାସୀ ଅଂସାର ଝିଅମାନଙ୍କ ଠାରୁ ଚପ୍ପଲରେ ମାଡ଼ ଖାଉଛନ୍ତି। ସେ ମାଡ଼ ଖାଇବାର କାରଣ ହେଲା ଯେ, ୨ ବଢ଼ିଲା ଝିଅର ଖରାପ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଖରାପ ଭାଷାରେ ଟିପ୍ପଣୀ ଦେଇଥିଲା। ସେ ୨ ଝିଅଙ୍କୁ ବଦନାମ କରିବାକୁ ଚାହୁଁଥିଲା । କାରଣ ସେ ଦ୍ୱିତୀୟ ପିତା ଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments