Wednesday, September 18, 2024
Homeକଳାକାରଙ୍କ ଅକାଳ ମୃତ୍ୟୁ: ମା’ଙ୍କ କୋପ ନୁହେଁ ତ!
Array

କଳାକାରଙ୍କ ଅକାଳ ମୃତ୍ୟୁ: ମା’ଙ୍କ କୋପ ନୁହେଁ ତ!

ଭୁବନେଶ୍ବର: ଶାରଦୀୟ ନବରାତ୍ରିକୁ ନେଇ ଦେଶରେ ଉତ୍ସାବର ମାହୋଲ ଦେଖାଯାଇଛି। ଦୁର୍ଗା ମା’ଙ୍କୁ ଦେଶବ୍ୟାପୀ ପୂଜାର୍ଚ୍ଚନା କରାଯାଇଛି। କୋଭିଡ-୧୯ କାରଣରୁ ବିଗତ ୨ ବର୍ଷ ହେଲା କଟକଣାର ସହିତ ନବରାତ୍ରି ଓ ଦୁର୍ଗାପୂଜା ପାଳନ କରାଯାଇଥିବାରୁ ସାଧାରଣ ଦର୍ଶକମାନେ ମା’ଙ୍କ ପୂଜାସ୍ଥଳୀକୁ ଆସି ପାରି ନଥିଲେ। ଦୀର୍ଘ ଦିନରୁ ଅପେକ୍ଷାରତ ଶ୍ରଦ୍ଧାଳୁ, ପୂଜକ, ଦର୍ଶକ, ଜନସାଧାରଣ, ବ୍ୟବସାୟୀ, ଆୟୋଜକ, କଳାକାର ମା’ଙ୍କ ଦଶର୍ନ ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ।

ନବରାତ୍ରୀ ସମୟରେ ଦେଶବ୍ୟାପୀ ପୂଜାସ୍ଥଳୀଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତି ଦେଖାଯାଇଛି। ମା’ ଓ ଭକ୍ତଙ୍କ ମଧ୍ୟରେ ଭାବ ବିନିମୟ ହୋଇଛି। ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ବେପାରୀମାନେ ଭଲ ବ୍ୟବସାୟ କରିଛନ୍ତି। କଳାକାରମାନେ ମଞ୍ଚ ଉପରେ ଅଭିନୟ କରିବାର ସୁଯୋଗ ପାଇ ପାରିଛନ୍ତି। ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଅର୍ଥ ରୋଜଗାର କରିପାରିଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲାଯେ, ଦେଶର ୩ଟି ସ୍ଥାନରେ କଳାକାର ନିଜର ପ୍ରସ୍ତୁତି ଦେବା ସମୟରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି। ଉତ୍ତରପ୍ରଦେଶ, ଗୁଜରାଟ ଓ ବ୍ରହ୍ମପୁର ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ହନୁମାନ ବାହାରିଥିଲେ, ତଳେ ପଡ଼ିଗଲେ

ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରେ ନବରାତ୍ରିରେ ଅଘଟଣ ଘଟିଛି। ଧାତା ଥାନା ଅଞ୍ଚଳରେ ସଲେମପୁର ଗାଁରେ ବୟସ୍କ ବ୍ୟକ୍ତି ରାମ ସ୍ୱରୂପ ହନୁମାନ ଭୂମିକା ତୁଲାଉଥିଲେ । ଲଙ୍କା ଦହନ ନାଟକ ଚାଲିଥିବା ବେଳେ ରାମ ସ୍ୱରୂପ ଅଚାନକ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣା ପରେ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରାଯାଇଥିଲା । ମୃତ ବ୍ୟକ୍ତିଙ୍କର ସଂପର୍କରେ ପୁଲିସ ନ ଜଣାଇ ଅନ୍ତିମ ସଂସ୍କାର କରାଯାଇଥିଲା । କୁହାଯାଉଛି ଯେ, ବୟସ୍କ ବ୍ୟକ୍ତି ଜଣକ ଗତ ୧୫ରୁ ୨୦ ବର୍ଷ ହେବ ଗାଁର ସାସ୍କୃତିକ କାର୍ଯ୍ୟକ୍ରମରେ ହନୁମାନ ଭୂମିକା ତୁଲାଉ ଥିଲେ ।  ସଲେମପୁର ନିବାସୀ ୬୫ ବର୍ଷୀୟ ରାମ ସ୍ୱରୂପ ଗାଁରେ ଦୋକାନ କରି ପରିବାର ପୋଷୁଥିଲେ ।  

ନବରାତ୍ରିରେ ମଞ୍ଚରେ ଲାଗିଲା ନିଆଁ

ଉତ୍ତର ପ୍ରଦେଶର ଇଟାୱା ଜିଲ୍ଳାରେ ସୋମବାର ରାତି ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ମଞ୍ଚରେ ନିଆଁ ଲାଗିବା ପରେ ଲୋକେ ଜୀବନ ବିକଳରେ ଘଟଣାସ୍ଥଳରୁ ପଳାୟନ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଦଳଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଭରଥନାସ୍ଥିତ ମିଡିଲ ସ୍କୁଲ ପଡ଼ିଆରେ ସୋମବାର ସନ୍ଧ୍ୟାରେ ପାଖାପାଖି ସାଢ଼େ ୬ଟାରେ ଅଗ୍ନିକାଣ୍ଡ ହୋଇଥିଲା । ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ମଞ୍ଚରେ ଲାଗିଥିବା ବୈଦ୍ୟୁତିକ ଯନ୍ତ୍ରରେ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା ବୋଲି ପୁଲିସ କହିଛି।

ଆଉ ନାହାନ୍ତି କୋରାପୁଟର ଅକ୍ଷୟ ମହାନ୍ତି

 ଓଡ଼ିଶାର ଜଣାଶୁଣା ଗଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ଗାଉଗାଉ ଜଣେ ଗାୟକ ମଞ୍ଚରେ ଟଳିପଡ଼ିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ଗାୟକ ମୁରଲୀ ପ୍ରସାଦ ମହାପାତ୍ର। ନିକଟରେ ନବରାତ୍ରି ଅବସରରେ ମଞ୍ଚ ଉପରେ ଗୀତ ଗାଉଥିବା ବେଳେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ଚିରସବୁଜ ଗାୟକ ତଥା ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା ଅକ୍ଷୟ ମହାନ୍ତିଙ୍କ ଯାଯାବର ମନ ମୋର ସୀମାହୀନ ଆଶା ମୋର… ଗୀତ ଗାଇଥିଲେ। ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହୋଇ ରହିଗଲା।  

ଗରବା ନାଚୁଥିଲେ, ଢଳିପଡ଼ିଲେ

ସେହିଭଳି ଗୁଜରାଟରେ ଗରବା ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଆନନ୍ଦ ଜିଲ୍ଲାରେ ଗରବା ନୃତ୍ୟ ପରିବେଷଣ କରୁଥିବା ବେଳେ ୨୧ ବର୍ଷୀୟ ଯୁବକ ବୀରେନ୍ଦ୍ର ସିଂହ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ସେ ଉତ୍ସାହର ସହିତ ଗରବା ନୃତ୍ୟ କରୁଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଥିଲା। ସମସ୍ତେ ନିରବ ଦେଖାଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments