ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ସମ୍ମାନ)ର ୭ମ କିସ୍ତି ଆସନ୍ତା ମାସରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଯୋଜନାରେ ଲକ୍ଷାଧିକ ଚାଷୀ ପରିବାର ଉପକୃତ ହେଉଛନ୍ତି । ଏପର୍ଯ୍ୟନ୍ତ ଏହି ସ୍କିମର ୬ଟି କିସ୍ତି ଚାଷୀଙ୍କ ଖାତାରେ ଜମା ହୋଇସାରିଛି । ଆଶା କରାଯାଉଛି ଯେ, ଯୋଜନାର ୭ମ କିସ୍ତି ଡିସେମ୍ବର ୨୦୨୦ର ପ୍ରଥମ ସପ୍ତାହରେ ଜମା ହୋଇପାରେ ।
ଆପଣଙ୍କ କିସ୍ତି ଆସିବ ନାହିଁ ଚେକ କରନ୍ତୁ
ଯଦି ଆପଣ ଜଣେ ଚାଷୀ ଅଟନ୍ତି ଓ ଏହି ଯୋଜନା ଲାଗି ନାମ ପଂଜିକରଣ କରିଛନ୍ତି ଅର୍ଥାତ ଏହି ଯୋଜନା ଅନ୍ତର୍ଗତ ଆପଣ ଜଣେ ହିତାଧିକାରୀ ତା’ହେଲେ ଏବାବଦରେ ଆପଣଙ୍କୁ ଅନେକ କିଛି ଜାଣିବାର ଅଛି । ଆପଣଙ୍କୁ ଜାଣିବାର ଅଛି ଯେ, ଏହି ଯୋଜନାରେ ଆପଣଙ୍କୁ ମିଳିବାକୁ ଥିବା କିସ୍ତି ଟଙ୍କା ଆସିବ କି ନାହିଁ । ଯଦି ଆପଣଙ୍କର ନାମ ହିତାଧିକାରୀଙ୍କ ତାଲିକାରେ ନାହିଁ, ତା’ହେଲେ ଏଥିପାଇଁ ଅଭିଯୋଗ କରିପାରିବେ । ଯଦି ଆପଣଙ୍କ ନାମ ତାଲିକାରେ ଅଛି, ତାହେଲେ ଆପଣଙ୍କୁ କିସ୍ତି ମିଳିବ ।
କେମିତି ଯାଂଚ କରିବେ ତାଲିକା
-ସର୍ବ ପ୍ରଥମେ ପିଏମ କିଷାନ ଯୋଜନାର ସରକାରୀ ୱେବସାଇଟ ଏଚଟିଟିପିଏସ://ପିଏମ୍କିଷାନ.ଜିଓଭି.ଇନକୁ ଯାଆନ୍ତୁ ।
-ଏଥିରେ ଫାର୍ମସ କର୍ଣ୍ଣରରେ ବହୁତ ବିକଳ୍ପ ମିଳିବ । ଏଥିରୁ ଏକ ଅପସନ ହେଉଛି ବେନିଫିସିଆରି ଲିଷ୍ଟ । ଏହାକୁ କ୍ଲିକ କରନ୍ତୁ ।
-ବେନିଫିସିଆରି ଲିଷ୍ଟ କ୍ଲିକ କଲାପରେ ଏକ ନୂଆ ପେଜ ଖୋଲିବ । ଏହି ପେଜରେ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଓ ଗାଁର ନାଁ ଚୟନ କରି ରିପୋର୍ଟ କ୍ଲିକ କରନ୍ତୁ ।
-ଲିଷ୍ଟରେ ଅନେକ ପେଜ ଥିବ । ଏଥିପାଇଁ ଆପଣଙ୍କୁ ନିଜର ନାମ ଖୋଜିବାକୁ ହେବ ।
-ଯଦି ଆପଣ ନିକଟରେ ଆବେଦନ କରିଛନ୍ତି, ତା’ହେଲେ ଷ୍ଟାଟସ ଅଫ ସେଲ୍ଫ ରେଜିଷ୍ଟ୍ରେଟ/ସିଏସସି ଫାରର୍ମର ବିକଳ୍ପ ଉପରେ କ୍ଲିକ କରନ୍ତୁ ।
ତାଲିକାରେ ନାଁ ନଥିଲେ କରିପାରିବେ ଅଭିଯୋଗ
ଗତ ଥର ଅନେକ ଲୋକଙ୍କ ନାମ ତାଲିକାରେ ଥିଲା କିନ୍ତୁ ଏବେ ନୂଆ ତାଲିକାରେ ନାହିଁ । ଏଥିପାଇଁ ଆପଣ ପିଏମ କିଷାନ ସମ୍ମାନ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରିପାରିବେ । ଏଥି ପାଇଁ ହେଲ୍ପଲାଇନ ନମ୍ବର ୦୧୧-୨୪୩୦୦୬୦୬ରେ କଲ କରିପାରିବେ । ଗତ ଥର ପାଖାପାଖି ୧ କୋଟିରୁ ଅଧିକ ଲୋକ ଏହି ଯୋଜନାରୁ ଉପକୃତ ନ ହେବା ପରେ ଅଭିଯୋଗ କରିଥିଲେ । କୃଷି ମନ୍ତ୍ରାଳୟ କହିଥିଲା ଯେ, ଚାଷୀ ନିଜର ତଥ୍ୟ ଦେବାରେ ଭୁଲ କରୁଛନ୍ତି । ଯଦି ଆପଣ ଏଥି ପାଇଁ ଆବେଦନ କରନ୍ତି, ଜାଣିରଖିବା ଦରକାର ଯେ, ଠିକ ଅଛି କି ନାହିଁ ।
ପିଏମ କିଷାନ ସମ୍ମାନ ନିଧି ଯୋଜନା କ’ଣ
ମୋଦୀ ସରକାର କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଗରୀବ ଚାଷୀଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ଏହି ଟଙ୍କା ୩ଟି କିସ୍ତିରେ ଚାଷୀମାନଙ୍କୁ ଦିଆଯାଉଛି । ପ୍ରଥମ କିସ୍ତି ୧ ଡିସେମ୍ବରରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ । ୨ୟ କିସ୍ତି ଏପ୍ରିଲ ୧ରୁ ୩୧ ମଧ୍ୟରେ ଓ ଅଗଷ୍ଟ ୧ରୁ ନଭେମ୍ବର ୩୦ ସୁଦ୍ଧା ଶେଷ କିସ୍ତି ଆସିଥାଏ । ଏହି ଯୋଜନା କ୍ଷୁଦ୍ରଚାଷୀଙ୍କ ପାଇ ଓ ଯେଉଁମାନେ କରଦାତା ନୁହଁନ୍ତି ।