Tuesday, September 17, 2024
Homeକେଦାରନାଥଙ୍କ ଶରଣ ନେଲେ ଭକ୍ତ
Array

କେଦାରନାଥଙ୍କ ଶରଣ ନେଲେ ଭକ୍ତ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ କେଦାରନାଥ ଧାମର ଦ୍ୱାର ଏପ୍ରିଲ ୨୫ ତାରିଖ ଠାରୁ ଖୋଲିଛି । ମନ୍ଦିରର ମୁଖ୍ୟ ପୂଜାରୀ ଜଗଦ୍‌ଗୁରୁ ରାୱଲ ଭୀମ ଶଙ୍କର ଲିଙ୍ଗ ଶିବାଚାର୍ଯ୍ୟ ମନ୍ଦିରର ଦ୍ୱାର ସକାଳ ୬ଟା ୨୦ ମିନିଟରେ ଖୋଲିଛନ୍ତି । ଭକ୍ତଙ୍କ ପାଇଁ ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ଖୋଲା ରହିବ । ଅର୍ଥାତ ଭାଇଧୁଜ ଅବସରରେ ଏହାର ପୂର୍ବ ଦିନ (୨୦୨୩ ନଭେମ୍ବର ୧୪) ଏହି ଦ୍ୱାର ବନ୍ଦ ରହିବ । ବିଗତ ୭୨ ଘଣ୍ଟା ପର୍ଯ୍ୟନ୍ତ ତୁଷାରପାତ, ଖରାପ ଜଳବାୟୁ କାରଣରୁ ବାବା କେଦାରନାଥଙ୍କୁ ପୂଜା କରିବା ପାଇଁ ବାହାରିଥିବା ଭକ୍ତଙ୍କୁ ବାରଣ କରାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ କେଦାରଙ୍କୁ ଦର୍ଶନ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ୱାର ଖୋଲିବା ମାତ୍ରେ ପ୍ରଥମ ଦିନରେ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ କେଦାରନାଥଙ୍କୁ ଦର୍ଶନ କରିଥିଲେ ।

ଭଗବାନ କେଦାରନାଥଙ୍କ ଦର୍ଶନ ସୌଭାଗ୍ୟବାନ ବ୍ୟକ୍ତିଙ୍କୁ ହିଁ ମିଳିଥାଏ । ବିଶାଳ ହିମାଳୟ ପାହାଡ଼ରେ ଥିବା କେଦାରନାଥ ଯାତ୍ର ଏକ କନିଠ କାମ । ବରଫାଚ୍ଛନ୍ନ ପାହାଡ଼ରେ ୧୮ କିମି ପଦଯାତ୍ରା କରି ବାବାଙ୍କୁ ଦର୍ଶନ କରିବା ସାଧାରଣ ବ୍ୟକ୍ତିଙ୍କ ପାଖରେ ସମ୍ଭବ ନୁହେଁ । ପ୍ରବଳ ଇଚ୍ଛା ଶକ୍ତି ଓ ଦୃଢ଼ ମନ ଥିଲେ ଯାଇ ଜଣେ ଭକ୍ତ କେଦାରନାଥ ଯିବାକୁ ଆଗ୍ରହ ପ୍ରକାଶ କରିବ । ଅନ୍ୟପଟରେ ଏହି ଯାତ୍ରାରେ ସାମିଲ ହେବା ପାଇଁ ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ଦରକାର । ଏତଦ ବ୍ୟତୀତ ପ୍ରଶାସନର ନିୟମ କାନୁନ ପାଳନ କରି ବାବାଙ୍କ ନିକଟକୁ ଯିବାକୁ ପଡ଼ିଥାଏ ।

କେଦାରନାଥରେ ପାରା ୬ଡିଗ୍ରି

ଭାରତରେ ଏବେ ଗ୍ରୀଷ୍ମର ଲହରୀ ଜାରି ରହିଛି । ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ବି ତାପମାତ୍ରା ୩୫ରୁ ୪୦ ଡିଗ୍ରି ମଧ୍ୟରେ ରହୁଛି । କିନ୍ତୁ କେଦାରନାଥ ଧାମର ଚିତ୍ର ଅଲଗା । ଏପ୍ରିଲ ୨୫ ତାରିଖ ସକାଳୁ କେଦାରନାଥ ଦ୍ୱାର ଖୋଲାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଧାର୍ମିକ ପରଂପରା ସହିତ ବାବା କେଦାରଙ୍କ ପଞ୍ଚମୁଖୀ ଭୋଗ ମୂର୍ତ୍ତି ଡୋଲିରେ ରାୱଲ ନିବାସରୁ ମନ୍ଦିର ପରିସରକୁ ପହଞ୍ଚି ଥିଲା । ତାପମାତ୍ରା ୬ ଡିଗ୍ରି ପାଖାପାଖି ଥିଲା । ଏହା ପରେ ବି ଭୋର ସକାଳ ୪ଟା ବେଳକୁ ମନ୍ଦିର ବାହାରେ ଦର୍ଶନ ପାଇଁ ଲମ୍ବାଧାଡ଼ି ଲାଗିଥିଲା ।  

୨୭ରେ ଖୋଲିବ ବଦ୍ରୀନାଥ

ଚାରିଧାମ ଯାତ୍ରା ଗତ ଶନିବାର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଯାଇଛି । ଗଂଗୋତ୍ରୀ ଓ ଯମୁନେତ୍ରୀଙ୍କ ଦ୍ୱାରା ଗତ ୨୨ ତାରିଖ ଦିନ ଖୋଲାଯାଇଥିଲା । ବଦ୍ରୀନାଥ ଧାମର ଦ୍ୱାର ଏପ୍ରିଲ ୨୭ରେ ଖୋଲାଯିବ । ଉତ୍ତରାଖଣ୍ଡ ସରକାର କେଦାରନାଥର ପାଦଚଲା ରାସ୍ତାରେ ଭାରୀ ତୁଷାରପାତ ଓ ପାଣିପାଗ ବିଭାଗର ଚେତାବନୀକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ଯାତ୍ରାପାଇଁ ତୀର୍ଥଯାତ୍ରୀଙ୍କ ପଂଜୀକରଣ ଏପ୍ରିଲ ୩୦ ଯାଏଁ ରଦ୍ଦ କରିଦେଇଛନ୍ତି ।

ପାଣିପାଗ ଚେତାବନୀ

\ଭାରତୀୟ ପାଣିପାଗ ବିଭାଗ କେଦାରନାଥ ଧାମ ମାର୍ଗ ଓ ଏଠାରେ ପ୍ରବଳ ତୁଷାରପାତ ନେଇ ଆଲର୍ଟ ଜାରି କରିଛନ୍ତି । କେଦାରନାଥରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଜଳବାୟୁ ଖରାପ ରହିବା ଅନୁମାନ । ହିମସ୍ଖଳନର ଚେତାବନୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । କେଦାରନାଥ ଧାମରେ ଗତ ରବିବାର ରହି ରହି ବର୍ଷା ଓ ତୁଷାରପାତ ହୋଇଥିଲା । ରାଜ୍ୟ ସରକାର ତୀର୍ଥଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି । ଯାତ୍ରୀମାନଙ୍କୁ କୁହାଯାଇଛି ଯେ, ଧାମ ଯିବାପୂର୍ବରୁ ସାଥୀରେ ଗରମ ବସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଖରେ ରଖନ୍ତୁ ।

କେମିତି ପହଞ୍ଚିବେ?

ଭାରତର ଉତ୍ତର ସୀମାରେ ରହିଛି କେଦାରନାଥ ଧାମ । ଏହା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ମୁଖ୍ୟାଳୟ ଠାରୁ ୮୬କିଲୋମିଟର ଦୂରରେ ଅବସ୍ଥିତ । ଏହାକୁ ସାନ ଚାରିଧାମର ଏକ ଅଂଶବିଶେଷ କୁହାଯାଇଥାଏ । ସମୁଦ୍ର ସ୍ତରରୁ ଏହା ୩୫୮୩ ମିଟର (୧୧,୭୫୫ଫୁଟ) ଉଚ୍ଚରେ ରହିଛି । ପାଖରେ ରହିଛି ମନ୍ଦାକିନୀ ନଦୀ । କେଦାରନାଥ ଠାରୁ ନିକଟ ୧୬ କିଲୋମିଟର ଦୂରରେ ରହିଛି ସଡ଼କ ପଥ । ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଭକ୍ତଙ୍କର ଅଧିକ ସମାଗମ ହୋଇଥାଏ । ଓଡ଼ିଶାରୁ ଜଣେ ବ୍ୟକ୍ତି କେଦାରନାଥ ଯିବାକୁ ହେଲେ ପ୍ରଥମେ ଦିଲ୍ଲୀ ଯିବାକୁ ପଡ଼ିବ । ସେଠାରୁ ରୁଦ୍ରପ୍ରୟାଗ ଯିବାକୁ ହେବ । ରୁଦ୍ରପ୍ରୟାଗ ଠାରୁ ସୋନପ୍ରୟାଗ ଯିବାକୁ ପଡ଼ିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments