Tuesday, September 17, 2024
Homeକେନ୍ଦ୍ରର ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି!
Array

କେନ୍ଦ୍ରର ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି!

ଭୁବନେଶ୍ବର: ବର୍ଷକ ପରେ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ। କିନ୍ତୁ ମୋଦୀ ସରକାର ଏବେ ଠାରୁ ମଧ୍ୟବିତ୍ତ ଲୋକଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି ବଜେଟ୍ରୁ ସବୁଠାରୁ ସର୍ବସାଧାରଣଙ୍କ ଠାରୁ ଆୟକର ରିହାତି ଆଶ୍ବସ୍ତି ପ୍ରଦାନ କରିଛି। ମୋଦୀ ସରକାର ଏଥର ମଧ୍ୟବିତ୍ତ ଲୋକଙ୍କୁ ବଜେଟ୍ରେ ବର୍ଷ ବର୍ଷ ପରେ ବଡ଼ ଉପହାର ଦେଇଛନ୍ତି। ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ବିଭିନ୍ନ ଭିତ୍ତିଭୂମି, କୃଷି ଓ ଆୟକର ଆଦି ଉପରେ ବିଶେଷ ଧ୍ୟାନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି।

ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ସ୍ଲାବ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ସବୁଠାରୁ ଅଧିକ ମଧ୍ୟବିତ୍ତ ପରିବାର ଉପରେ ନଜର ଦେଇଛନ୍ତି। ଏଣିକି ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାରରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ବ୍ୟକ୍ତିଗତ ଆୟକର ଏହି ପ୍ରକାରରେ ହେବ। ଏଣିକି ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର ଆୟକର ଦେବାକୁ ପଡ଼ିବ ନାହିଁ। ୩ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ରୁ ଅଧିକ ଟଙ୍କା ଆୟ ଉପରେ ୩୦ ପ୍ରତିଶତ ଆୟକର ଅସୁଲି କରାଯିବ।

ନିର୍ମଳା କ’ଣ କହିଲେ

ଭାରତୀୟ ଅର୍ଥନୀତି ଠିକ୍ ଧାରାରେ ଚାଲିଛି। ବହୁ ଆହ୍ବାନର ସମ୍ମୁଖୀନ ହୋଇ ମଧ୍ୟ ଭାରତୀୟ ଅର୍ଥନୀତି ଠିକ୍ ଧାରାରେ ଉଜ୍ଜ୍ବଳ ବଭିଷ୍ୟତ ଦିଗରେ ଅଗ୍ରସର ହେଉଛି। ବ୍ୟାପକ ସଂସ୍କାର ଓ ଉତ୍ତମ ନୀତି ଯୋଗୁଁ ଅସୁବିଧା ବେଳେ ମଧ୍ୟ ଦେଶର ପ୍ରଦର୍ଶନ ଭଲ ରହିଛି। ଅଭିନବ ଉତ୍କୃଷ୍ଟ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର, କୋଭିଡ୍ ଟିକାକରଣ ଅଭିଯାନ ଏବଂ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଆଉ ବର୍ଷେ ପାଇଁ ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକଙ୍କର ମୁଣ୍ଡପିଛା ଆୟ ଦୁଇଗଣରୁ ଅଧିକ ହୋଇଛି। ସରକାରଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ ନାଗରିକ ଉନ୍ନତମାନର ଓ ସମ୍ମାନର ସହିତ ଜୀବନଯାପନ କରୁଛନ୍ତି।  

ନୂଆ ଯୋଜନା

ନୂଆ ବଜେଟ୍ରେସମନ୍ବିତ ବିକାଶ, ପ୍ରାକୃତିକ ସମ୍ବଳ ଯୋଗେ ଅଭିବୃଦ୍ଧି, ଯୁବ ଶକ୍ତି ଏବଂ ଅର୍ଥନୈତିକ କ୍ଷମତା, ପ୍ରଯୁକ୍ତିବିଦ୍ୟା ଚାଳିତ ଓ ଜ୍ଞାନଭିତ୍ତିକ ଅର୍ଥନୀତିକୁ ଗୁରୁତ୍ବ ଦିଆଯାଇଛି। ଏକଲବ୍ୟ ମଡେଲ୍ ସ୍କୁଲ୍ରେ ନିଯୁକ୍ତି ପାଇବେ ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ।  ଜନଜାତି ଶିକ୍ଷାର୍ଥୀଙ୍କ ନିମନ୍ତେ ଦେଶରେ ଥିବା ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ୍‌ରେ ଆଗାମୀ ୩ ବର୍ଷରେ ଖୋଲିବ। ‘ଆପ୍’ ପ୍ରସ୍ତୁତି ପାଇଁ ଇଂଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ଗଠନ ହେବ ୧୦୦ ଲ୍ୟାବ୍। କୃଷି ଷ୍ଟାର୍ଟ-ଅପ୍ ପାଇଁ ‘ଏଗ୍ରିକଲ୍ଚୁରାଲ୍ ଏକ୍ସଲେଟର୍ ଫଣ୍ଡ୍’ ଗଠନ କରାଯିବ। ପ୍ରାଣୀ ପାଳନ, ଦୁଗ୍ଧଜାତ ସାମଗ୍ରୀ ଓ ମତ୍ସ୍ୟଚାଷ ଉପରେ ଧ୍ୟାନ ନିବେଶ କରାଯାଇ ‘କୃଷି କ୍ରେଡିଟ୍ ଟାର୍ଗେଟ୍’ ୨୦ ଲକ୍ଷ କୋଟିକୁ ବୃଦ୍ଧି କରାଯିବ। ମତ୍ସ୍ୟଜୀବୀ, ଓ ମତ୍ସ୍ୟ ବିକ୍ରେତା ପାଇଁ ଗୋଟାଏ ନୂଆ ଉପ-ଯୋଜନା ଜରିଆରେ ୬୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ୨୦୧୪ରୁ ସ୍ଥାପିତ ୧୫୭ଟି ମେଡିକାଲ୍ କଲେଜ ସଙ୍ଗରେ ୧୫୭ଟି ନର୍ସିଙ୍ଗ୍ କଲେଜ ସ୍ଥାପନ କରାଯିବ। ପ୍ରଥମ ଥର ବିଶ୍ୱକର୍ମାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା ସମ୍ବନ୍ଧିତ ଯୋଜନାକୁ ବଜେଟରେ ଅଣାଯାଇଛି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ ଯୋଜନା ବିଶ୍ୱକର୍ମାଙ୍କ ଜୀବନ ଅନେକ ବଡ ପରିବର୍ତ୍ତନ ଆଣିପାରିବ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତିକ୍ରିୟା

କେନ୍ଦ୍ର ବଜେଟ୍ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ଇନଭେଷ୍ଟ ବୃଦ୍ଧି, ପାନୀୟ ଜଳ, ଗ୍ରାମ୍ୟ ଗୃହ ନିର୍ମାଣ ବୃଦ୍ଧି ଓ ଓଡ଼ିଶାର ମିଲେଟ୍ ମିଶନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଉଛି। କେନ୍ଦ୍ର ସରକାର ମିଲେଟ୍କୁ ବଜେଟରେ ସ୍ଥାନ ଦେଇଥିବାରୁ ମୁଁ ଖୁସି ଅନୁଭବ କରୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂଆ ଟେକ୍ନୋଲୋଜିକୁ ଫୋକସ କରାଯାଇଥିବାରୁ ଏହା ଏକ ସ୍ବାଗତ ପଦକ୍ଷେପ ନିଆଯାଇଛି। ସେହିପରି ବିପଦ ସଂକୁଳ ଜନଜାତି ବର୍ଗକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି। ମନରେଗା ପାଣ୍ଠି, ଖାଦ୍ୟ ସୁରକ୍ଷା ଓ ପ୍ରୋକ୍ୟୁରମେଣ୍ଟ ବଜେଟ୍ ୬୦ ହଜାର କୋଟିକୁ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅନୁଦାନ ବୃଦ୍ଧି କରାଯାଇନାହିଁ। ଆୟୁଷ୍ମାନ ଭାରତ ପାଇଁ ୭୨୦୦ କୋଟି ରଖାଯାଇଛି।

କ’ଣ କହିଲେ ଧର୍ମେନ୍ଦ୍ର

ଶିକ୍ଷା ବିଭାଗ ପାଇଁ  ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ବ୍ୟୟବରାଦ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି। ଦେଶର ଶିକ୍ଷକଙ୍କ କ୍ଷମତା ବୃଦ୍ଧି ଓ ଲକ୍ଷାଧିକ ଯୁବକଙ୍କୁ କୁଶଳୀ କରିବା ପାଇଁ ହୋଇଛି ଯୋଜନା। ୭୪୦ଟି ଏକଲବ୍ୟ ସ୍କୁଲରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ଦ୍ୱାରା ଜନଜାତି ଛାତ୍ରଛାତ୍ରୀ ହେବେ ଲାଭବାନ ହେବେ। ଜାତୀୟ ଡିଜିଟାଲ ଲାଇବ୍ରେରିର କଳ୍ପନା ସ୍ୱାଗତଯୋଗ୍ୟ। ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ। କେନ୍ଦ୍ର ବଜେଟ ୨୦୨୩-୨୪ ରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଲାଭ ପାଇବ। ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳା ମାନଙ୍କୁ ବ୍ୟବସାୟ ସହ ଯୋଡିବା ଏବଂ ସଶକ୍ତ ଓ  ଆତ୍ମନିର୍ଭର  କରିବା ଦିଗରେ ଧ୍ୟାନ ଦିଆଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments