ଭୁବନେଶ୍ବର: ଆଜିର ବ୍ୟସ୍ତ ବହୁଳ ଦିନରେ ଲୋକମାନେ ସମୟ ଅଭାବରୁ ସବୁ କାମ ଶୀଘ୍ର କରିବାକୁ ଚାହୁଁଛନ୍ତି। କେବଳ କାମ ନୁହେଁ। ବରଂ ରାତାରାତି କୋଟିପତି ହୋବାକୁ ମଧ୍ୟ ଚିନ୍ତା କରୁଛନ୍ତି। ଯେଉଁମାନେ ସତ୍ୟପଥରେ ଯାଇ ଧନୀ ହୋଇପାରୁ ନାହାନ୍ତି, ସେମାନେ ହିଂସା ମାର୍ଗରେ ପାଦ ଥାପିବାକୁ ମଧ୍ୟ ପଛାଉ ନାହାନ୍ତି। ଏପରିକି ଚୋରୀ, ଡକାୟତି, ଠକାମୀ ଓ ହତ୍ୟା କାମ କରିବାକୁ ମଧ୍ୟ ଆମ ସମାଜରେ ଲୋକମାନେ ଅଛନ୍ତି। ମାତ୍ର ଅତ୍ୟାଧୁନିକ ଯୁଗରେ ବିନା ହିଂସାରେ ମଧ୍ୟ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ଅଛି। ସେଥିରୁ ସେୟାର ମାର୍କେଟରେ ନିବେଶ କରି ଭଲ ରୋଜଗାର କରିବା ହେଉଛି ଏକ ମାଧ୍ୟମ।
ସେୟାର ବଜାରରେ ଏଭଳି କିଛି ସେୟାର ରହିଛି, ଯାହାକି ନିବେଶକଙ୍କୁ କୋଟିପତି କରିଦେଇଛି। କିଛି ନିବେଶକାରୀ କୋଟିପତି ହେବାକୁ ଦୀର୍ଘ ସମୟ ଲାଗିଥିବା ବେଳେ ଆଉ କିଛି ଲୋକଙ୍କୁ କମ ସମୟ ଲାଗିଛି। ହଜୁର ମଲ୍ଟି ପ୍ରୋଜେକ୍ଟ ଲିମିଟେଡର ସେୟାର ତିନି ବର୍ଷ ମଧ୍ୟରେ ନିବେଶକାରୀଙ୍କୁ ଭଲ ରିଟର୍ଣ୍ଣ ଦେଇ କୋଟିପତି କରାଇପାରିଛି। ୨୦୨୦ ମେ’ ୧୫ରେ କଂପାନିର ସେୟାର ମାତ୍ର ୮୪ ପଇସା ଥିବା ବେଳେ ୨୦୨୩ ନଭେମ୍ବର ୨୨ ତାରିଖ ବେଳକୁ ଏହା ୧୩୭.୬୦ ପଇସାରେ ପହଞ୍ଚି ଥିଲା। ତେବେ ୨୦୨୦ ମେ’ ମାସରେ ଯେଉଁ ନିବେଶକାରୀ ଏହି କଂପାନିର ସେୟାର କିଣିବାରେ ୬୩୦୦୦ ଟଙ୍କା ନିବେଶ କରିଥିଲେ, ସେମାନେ ଏବେ ଏହାକୁ ପାଖାପାଖି କୋଟିଏ ଟଙ୍କାରେ ବିକିଛନ୍ତି।
ଦିନକୁ କେତେ ରୋଜଗାର କରିପାରିବେ?
ଯଦି କେହି ସେୟାର ମାର୍କେଟରେ ପୁଞ୍ଜି ନିବେଶ କରୁଛନ୍ତି, ତା’ହେଲେ କେତେ ଟଙ୍କା ରୋଜଗାର କରିପାରିବେ। ଆପଣଙ୍କର ନିବେଶ ଉପରେ ତାହା ନିର୍ଭର କରିବ। ତଥାପି ଲୋକମାନେ ଷ୍ଟକ୍ ମାର୍କେଟରୁ ଦିନରେ ୧୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ୫୦,୦୦୦ରୁ ୧ କୋଟି ଯାଏଁ ଟଙ୍କା ରୋଜଗାର କରିଥାନ୍ତି।
ଷ୍ଟକ୍ ମାର୍କେଟ୍ କିପରି କିଣାଯାଏ?
ଭାରତରେ ଅଂଶଧନ କିଣିବାକୁ, କିଛି ପଦକ୍ଷେପଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିଥାଏ। ଷ୍ଟକବ୍ରୋକର୍ ସହିତ ଏକ ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟ୍ ଖୋଲିବାକୁ ପଡ଼ିଥାଏ। ଆବଶ୍ୟକ ଡକ୍ୟୁମେଣ୍ଟେସନ୍ ଏବଂ ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପଡ଼େ। ଦଲାଲର ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କର ଟ୍ରେଡିଂ ଆକାଉଣ୍ଟକୁ ପାଣ୍ଠି ଦେଇପାରିବେ। ଷ୍ଟକ ମାର୍କେଟ କେତେବେଳେ ଖୋଲୁଛି ଓ କେତେବେଳେ ବନ୍ଦ ରହୁଛି ଏହାରି ଉପରେ ନଜର ରଖିବାକୁ ହୋଇଥାଏ। ପ୍ରତିଦିନ ଷ୍ଟକ୍ ମାର୍କେଟ୍ ସକାଳ ୯ଟା ୧୫ରେ ଖୋଲି ଅପରାହ୍ଣ ୩ଟା ୩୦ରେ ବନ୍ଦ ହୁଏ | ଯଦି ଆପଣ ସେୟାର ବଜାରରେ ସେୟାର କ୍ରୟ ଏବଂ ବିକ୍ରୟ କରିବାକୁ ଚାହୁଁଛନ୍ତି। ତେଣୁ ଆପଣଙ୍କୁ ଏହି ଅବଧି ମଧ୍ୟରେ କ୍ରୟ ଏବଂ ବିକ୍ରୟ କାର୍ଯ୍ୟ କରିବାକୁ ପଡିବ।
ସେୟାରର ମୂଲ୍ୟ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ। ଅର୍ଥାତ ଯୋଗାଣ ଏବଂ ଚାହିଦା ସନ୍ତୁଳନ ଉପରେ ଏହା ନିର୍ଭରଶୀଳ। ଯେତେବେଳେ ଷ୍ଟକ୍ ପାଇଁ ଅଧିକ ଚାହିଦା ଥାଏ କିନ୍ତୁ କମ୍ ଯୋଗାଣ, ଏହା ସେହି ଷ୍ଟକ୍ଗୁଡ଼ିକର ମୂଲ୍ୟ ବଢ଼ିଯାଏ। ଅପରପକ୍ଷେ ଯଦି ଯୋଗାଣ ଅଧିକ କିନ୍ତୁ ଚାହିଦା କମ୍, ସେୟାର ମୂଲ୍ୟ ହ୍ରାସ ହୁଏ। ତେଣୁ ନିବେଶକାରୀଙ୍କୁ ଏହାରି ଉପରେ ଭଲ ନଜର ଦେବାକୁ ପଡ଼ିବ।
ଷ୍ଟକ୍ ମାର୍କେଟର ରାଜା କିଏ?
ରାକେଶ ଝୁନ୍ଝୁନ୍ୱାଲା ଥିଲେ ସେୟାର ମାର୍କେଟର ରାଜା। ସେ ୧୯୬୦ ମସିହା ଜୁଲାଇ ୫ ତାରିଖରେ ହାଇଦ୍ରାବାଦ୍ରେ ଜନ୍ମଗ୍ରହଣ କରିଥିଲେ। ବାଣିଜ୍ୟର ଛାତ୍ର ରାକେଶଙ୍କୁ ବିବାହ କରିଥିଲେ ରେଖା ଝୁନ୍ଝୁନ୍ୱାଲା, ଯାହାଙ୍କର ଗତବର୍ଷ ପରଲୋକ ହୋଇଯାଇଛି। ତାଙ୍କର ଝିଅ ହେଉଛନ୍ତି ନିଷ୍ଠା ଝୁନ୍ଝୁନ୍ୱାଲା (୧୯) କଲେଜରେ ପଢୁଛନ୍ତି।। ୬୨ ବର୍ଷ ବୟସରେ ଗତବର୍ଷ ଅଗଷ୍ଟ ୧୪ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ସେୟାର ମାର୍କେଟରେ ସେ ୫ ହଜାର ଟଙ୍କା ନିବେଶ କରିଥିଲେ। ଏହି ଟଙ୍କାକୁ ସେ ୫.୮ ବିଲିୟନ ଡଲାରରେ ପହଞ୍ଚାଇଥିଲେ।