Wednesday, February 12, 2025
Homeକୋଭିଡ୍‌-୧୯ ଟିକା: ସମଗ୍ର ବିଶ୍ୱ ସମେତ ଭାରତ ବ୍ୟସ୍ତ
Array

କୋଭିଡ୍‌-୧୯ ଟିକା: ସମଗ୍ର ବିଶ୍ୱ ସମେତ ଭାରତ ବ୍ୟସ୍ତ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ବିଶ୍ୱକୁ ବ୍ୟାପିବାର ୧ ବର୍ଷ ହୋଇଛି । ଏହାରି ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକଙ୍କର ମୁତ୍ୟୁ ହୋଇଛି । ବିଶ୍ୱରେ ସାଢ଼େ ୬କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଦୀର୍ଘ ୧୦ ମାସ ଧରି ବିଶ୍ୱର ବିକାଶଶୀଳ ରାଷ୍ଟ୍ରର ବୈଜ୍ଞାନିକ ଓ ଗବେଷକମାନେ କରୋନା ଔଷଧ ଓ ଟିକା ପାଇଁ ଲାଗିଛନ୍ତି । ତଥାପି ସଫଳତାର ପାହାଚରେ ପହଂଚିପାରି ନାହିଁ । କିନ୍ତୁ ବିଶ୍ୱବାସୀ କରୋନା ଟିକା ଲାଗି ବ୍ୟସ୍ତ ହୋଇପଡ଼ିଛନ୍ତି । ଏଥିରୁ ଭାରତ ମଧ୍ୟ ବାଦ ପଡିନାହିଁ ।

କରୋନାର ରାଜୁତି

ଗତ ବର୍ଷ ଡିସେମ୍ବର ମାସରେ କରୋନା ଭାଇରସ ମହାମାରୀ ଚୀନର ଉହାନ ସହରରୁ ବିଶ୍ୱକୁ ବ୍ୟାପିଥିଲା । ଭାରତରେ ଚଳିତ ବର୍ଷର ଜାନୁଆରୀ ୩୦ ତାରିଖରେ କେରଳରେ ପ୍ରଥମ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଫେବୃଆରୀ ୧୩ ତାରିଖରେ ଭାତରରେ ପ୍ରଥମ ବ୍ୟକ୍ତି କରୋନାରେ ପ୍ରାଣ ହାରିଥିଲେ । ବିଦେଶ ଫେରନ୍ତା କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବ୍ୟକ୍ତି ଏହି ରୋଗର ଶିକାର ହୋଇଥିଲେ । ଓଡ଼ିଶାରେ ବିଦେଶ ଫେରନ୍ତା ମାର୍ଚ୍ଚ ୧୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୬ ତାରିଖରେ ପ୍ରଥମ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ଫାଇଜର ମାଗିଲା ଅନୁମତି

ଭାରତରେ କରୋନା ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତରେ ଔଷଧ ଉତ୍ପାଦନକାରୀ କଂପାନୀ ଫାଇଜର କୋଭିଡ-୧୯ ଟିକାର ଜରୁରୁୀକାଳୀନ ବ୍ୟବହାର ମଂଜୁରୀ ଲାଗି ଭାରତୀୟ ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଅନୁମତି ମାଗିଛି । କଂପାନୀ ତରଫରୁ ଔଷଧ ନିୟାମକ ନିକଟରେ ଆବେଦନ କରାଯାଇଛି ଯେ ଦେଶରେ ଟିକାର ଆମଦାନୀ ଓ ବିତରଣ ପାଇଁ ମଂଜୁରୀ ଦିଆଯାଉ ।

ଟିକା ପାଇଁ ବ୍ରିଟେନ-ଜର୍ମାନୀର ପ୍ରସ୍ତୁତି

ଗତ ବୁଧବାର ବ୍ରିଟେନ ଫାଇଜରର କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା । ବ୍ରିଟେନ ବ୍ୟତୀତ ବାହାରିନ ମଧ୍ୟ ଶୁକ୍ରବାର ୨ୟ ଦେଶ ଟିକାକୁ ମଂଜୁରୀ ଦେଇଛି । ସେହିଭଳି ଜେନିଭା ଔଷଧ ନିର୍ମାତା କଂପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନଟେକ ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଔପଚାରିକ ମଂଜୁରୀ ଦେଇଛି । ପୂର୍ବରୁ ଏହି ଔଷଧ କଂପାନୀ ଆମେରିକାରେ ମଂଜୁରୀ ଲାଗି ଆବେଦନ କରିସାରିଛି ।

ସଂକ୍ଷେପରେ କରୋନା

ଓଡ଼ିଶା: ୩ ଲକ୍ଷ ୨୦ ହଜାର ୮୦୩ ଆକ୍ରାନ୍ତ, ୩ ହଜାର ୭୧୫ ମୃତ
ଭାରତ: ୯୬ ଲକ୍ଷ ୪୪ ହଜାର ୨୨୨ ଆକ୍ରାନ୍ତ, ୧,୪୦,୧୮୨ ମୃତ
ବିଶ୍ୱ: ୬,୬୮,୫୫,୭୯୬ ଆକ୍ରାନ୍ତ, ୧୫, ୩୫, ୫୫୩ ମୃତ

ରୁଷିଆରେ ଟିକାକରଣ ଆରମ୍ଭ

ରୁଷିଆର ରାଜଧାନୀ ମସ୍କୋରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯେଉଁମାନଙ୍କୁ କରୋନା ସଂକ୍ରମିତ ହେବାର ସର୍ବାଧିକ ଆଶଙ୍କା ରହିଛି, ସେହି ବ୍ୟକ୍ତିମାନଙ୍କୁ ହିଁ ପ୍ରଥମେ ଟିକା ପ୍ରଥମେ ଦିଆଯାଉଛି । ରୁଷିଆ ନିଜ ଦେଶରେ ବିକଶିତ ଟିକା ‘ସ୍ପୁଟିନିକ-୫’ ନାମକ ଟିକା ଶନିବାର ଠାରୁ ଦେବା ଆରମ୍ଭ କରିଛି । ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିକଟରେ ବ୍ୟାପକ ଭାବେ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଆଦେଶ ଦେଇଥିଲେ ।

ଟିକା ବିତରଣ ପାଇଁ କମିଟି ଗଠନ

ଭାରତରେ କରୋନା ଟିକା ସଫଳ ହେବା ନେଇ ବିଦ୍ଧିବଦ୍ଧ ଘୋଷଣା ହୋଇନାହିଁ । ଏହାରି ମଧ୍ୟରେ ଟିକା ବିତରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡ଼ିଶା ସରକାର କରୋନା ଟିକା ନେଇ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ଟିକାକରଣକୁ ସୁଗମ କରିବା ଲାଗି ୨ଟି କମିଟି ଗଠନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଥିବା ବେଳେ ସିଡିଏମଓଙ୍କୁ ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହି ୨ କମିଟି ଟିକାକରଣର ପାଶ୍ୱର୍ ପ୍ରତିକ୍ରିୟା ଓ ନିରୀକ୍ଷଣ ସହିତ ୯ଟି ଦିଗ ଉପରେ ନଜର ରଖିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments