Tuesday, September 17, 2024
Homeକ୍ଷୀର ଦର ବୃଦ୍ଧି: ପରିବାର ଉପରେ ଅତିରକ୍ତ ବୋଝ
Array

କ୍ଷୀର ଦର ବୃଦ୍ଧି: ପରିବାର ଉପରେ ଅତିରକ୍ତ ବୋଝ

ଭୁବନେଶ୍ବର: କ୍ଷୀର ହେଉଛି ଏକ ଧଳା ତରଳ ଖାଦ୍ୟ ଯାହା ସ୍ତନ୍ୟପାୟୀ ପ୍ରାଣୀ ଠାରୁ ମିଳିଥାଏ। କଠିନ ଖାଦ୍ୟ ହଜମ କରିବାକୁ ସକ୍ଷମ ହେବା ପୂର୍ବରୁ ଏହା କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ମୂଳ ଉତ୍ସ। କ୍ଷୀରରେ ରୋଗ ପ୍ରତିରୋଧକ କାରକ ଏବଂ ପ୍ରତିରକ୍ଷା-ପରିବର୍ତ୍ତନକାରୀ ଉପାଦାନଗୁଡ଼ିକ କ୍ଷୀର ପ୍ରତିରୋଧକ ଶକ୍ତିରେ ସହାୟକ ହୋଇଥାଏ। ପ୍ରାରମ୍ଭିକ ସ୍ତନ୍ୟପାନ କ୍ଷୀର, ଯାହାକୁ କୋଲଷ୍ଟ୍ର୍ରମ୍ କୁହାଯାଏ, ଏଥିରେ ଆଣ୍ଟିବଡି ରହିଥାଏ ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ଼ କରିଥାଏ ଏବଂ ଏହିପରି ଅନେକ ରୋଗର ଆଶଙ୍କା କମିଯାଏ। କ୍ଷୀରରେ ପ୍ରୋଟିନ୍ ଏବଂ ଲାକ୍ଟୋଜ୍ ସହିତ ଅନେକ ପୋଷକ ତତ୍ତ୍ୱ ରହିଥାଏ।

ଏକ କୃଷିଜାତ ଦ୍ରବ୍ୟ ଭାବରେ ଦୁଗ୍ଧ କ୍ଷୀର ଚାଷ ପ୍ରାଣୀମାନଙ୍କଠାରୁ ସଂଗ୍ରହ କରାଯାଏ। ୨୦୧୧ରେ, ଦୁଗ୍ଧ ଫାର୍ମଗୁଡିକ ୨୬୦ ନିୟୁତ ଦୁଗ୍ଧ ଗାଈମାନଙ୍କ ଠାରୁ ପ୍ରାୟ ୭୩୦ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା। ଦୁଗ୍ଧ ଉତ୍ପାଦନ କରିବାରେ ଭାରତ ହେଉଛି ବିଶ୍ୱର ବୃହତ୍ତମ ଉତ୍ପାଦକ ଏବଂ ସ୍କିମଡ୍ ଦୁଗ୍ଧ ପାଉଡରର ଅଗ୍ରଣୀ ରପ୍ତାନିକାରୀ। କିନ୍ତୁ ଏହା ଅନ୍ୟ କିଛି ଦୁଗ୍ଧ ପଦାର୍ଥ ରପ୍ତାନି କରେ। କାରଣ ଭାରତ ମଧ୍ୟରେ ଦୁଗ୍ଧଜାତ ଦ୍ରବ୍ୟର କ୍ରମାଗତ ଚାହିଦା ରହିଛି। ଦୁଗ୍ଧଜାତ ଦ୍ରବ୍ୟର ରପ୍ତାନିକାରୀ ନ୍ୟୁଜିଲ୍ୟାଣ୍ଡ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ। ଯୁକ୍ତରାଷ୍ଟ୍ରର ସିଡିସି ପରାମର୍ଶ ଦେଇଛି ଯେ ୧୨ ମାସରୁ ଅଧିକ ପିଲାମାନେ ଦୁଗ୍ଧଜାତ ପଦାର୍ଥ ଖାଇବା ଉଚିତ୍।

ବଜେଟ୍‌ ପରେ କ୍ଷୀର ଦର ବୃଦ୍ଧି

ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ବଜେଟ୍‌-୨୦୨୨-୨୩ ଉପସ୍ଥାପନ କଲା ପରେ ଅନେକ ଜିନିଷ ଉପରେ ଦରଦାମ ବୃଦ୍ଧି ଘଟିଛି। ଏଥିରେ ଗୁରୁତ୍ବପୂର୍ଣ୍ଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷୀର ହେଉଛି ଅନ୍ୟତମ। କ୍ଷୀର କଂପାନିଗୁଡ଼ିକ ଦର ବଢ଼ାଇଛନ୍ତି। ଦେଶର ସବୁଠାରୁ ଲୋକପ୍ରିୟ କଂପାନି ‘ଅମୂଲ’ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ଅମୂଲ ଏକ ବୟାନ ଜାରି କରି କହିଛି ଯେ, ୫୦୦ ମିଲିଲିଟର କ୍ଷୀର ପ୍ୟାକେଟ୍‌ ୨୭ ଟଙ୍କା କରାଯାଇଛି। ସେହିଭଳି ୧ ଲିଟର ପ୍ୟାକେଟକୁ ଗ୍ରାହକ ୫୪ ଟଙ୍କାରେ କିଣିବେ। ଅମୂଲ ଗୋଲ୍ଟ ଅର୍ଥାତ କ୍ରିମ କ୍ଷୀର ଅଧକିଲୋ ପ୍ୟାକେଟ ୩୩ ଟଙ୍କାରେ ମିଳିବ। କିଲେ ଓଜନର ପ୍ୟାକେଟ ଲିଟର ପିଛା ୬୬ ଟଙ୍କା ହୋଇଛି। ଅମୂଲ ଗାଈର କ୍ଷୀର ଲିଟର ପିଛା ବଢ଼ି ୫୬ ଟଙ୍କା ହୋଇଛି। ମହିଷୀ କ୍ଷୀର ଲିଟର ପିଛା ୭୦ ଟଙ୍କା ହୋଇଛି।

ବଢ଼ିବ ଦୁଗ୍ଧଜାତ ସମଗ୍ରୀର ମୂଲ୍ୟ

ଅମୂଲ ଦେଶର ଏକ ଲୋକପ୍ରିୟ କ୍ଷୀର ଉତ୍ପାଦ କଂପାନି। ଦେଶର ଅଧିକାଂଶ ରାଜ୍ୟରେ ଅମୂଲର ରାଜ ଚାଲିଛି। ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ଅମୂଲ ତରଳ କ୍ଷୀର ବିକ୍ରି କରୁନାହିଁ। ସେଠାରେ କଂପାନୀ କ୍ଷୀର ପାଉଡର ଓ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ବିକ୍ରି କରୁଛି। କେବଳ ଅମୂଲ କ୍ଷୀର ବିକ୍ରି କରୁଛି ତାହା ନୁହେଁ। ବରଂ ଦୁଗ୍ଧ ପାଉଡର ମଧ୍ୟ ବିକ୍ରି କରୁଛି। ଦୁଗ୍ଧ ପାଉଡର ଦ୍ବାରା ଅନେକ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଛି। କ୍ଷୀର ଦର ବୃଦ୍ଧି ଘଟିବା ପରେ ଆଇସକ୍ରିମ, ଚକୋଲେଟ, ମିଠା, ରାବ୍‌ଡୀ, ଲସି, ଛେନା ଦର ମଧ୍ୟ ଖୁବ ଶୀଘ୍ର ବଢ଼ିଯିବ।

ଓଡ଼ିଶାରେ କ୍ଷୀର ଦର ବଢ଼ିପାରେ

ଅମୂଲ ପକ୍ଷରୁ ୨୦୨୩ ଫେବ୍ରୁଆରି ୩ ତାରିଖ ଠାରୁ କ୍ଷୀର ଦର ବୃଦ୍ଧି କରାଯାଇଛି। କିନ୍ତୁ ଓଡ଼ିଶାରେ ଅନେକଗୁଡ଼ିଏ କ୍ଷୀର କଂପାନି ଲିଟର ପିଛା ୫୪ ଟଙ୍କାରେ ବିକ୍ରି କରୁଛନ୍ତି। ଏହି କ୍ରମରେ ମିଲ୍କ ମୁଁ, ଓଡ଼ିଶା ଡାଏରି, ପ୍ରଗତି ଆଗରେ। ଏହି ସବୁ କଂପାନିର ଅଧଲିଟର କ୍ଷୀର ପ୍ୟାକେଟ ୨୭ ଟଙ୍କା ଥିବା ବେଳେ ଲିଟର ପିଛା ୫୪ ଟଙ୍କା ହୋଇଛି। ଅନ୍ୟପକ୍ଷରେ ଓଡ଼ିଶା ଦୁଗ୍ଧ ନିଗମ ଦ୍ବାରା ପରିଚାଳିତ ଓମଫେଡ କ୍ଷୀର ଲିଟର ପିଛା ୪୮ ଟଙ୍କା ରହିଛି। ଜାତୀୟସ୍ତରୀୟ କଂପାନିର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଓମଫେଡ ମଧ୍ୟ ଆଗାମୀ ଦିନରେ କ୍ଷୀର ଦର ବୃଦ୍ଧି କରିପାରେ। ଫଳରେ ପରିବାର ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments