Tuesday, September 10, 2024
Homeଖବରପ୍ରମୁଖ ଖବରଖାଲି ପାଦରେ ଚାଲିବା ସ୍ବାସ୍ଥ୍ୟ ପାଇଁ ଭଲ ଅଭ୍ୟାସ

ଖାଲି ପାଦରେ ଚାଲିବା ସ୍ବାସ୍ଥ୍ୟ ପାଇଁ ଭଲ ଅଭ୍ୟାସ

ଭୁବନେଶ୍ବର: ସ୍ବାସ୍ଥ୍ୟ ହେଉଛି ବ୍ୟକ୍ତିର ସବୁଠାରୁ ବଡ଼ ସଂପଦ। ତେଣୁ ଏହାର ଯନ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯିବାର ଉଚିତ। କିନ୍ତୁ ଆଜିର ବ୍ୟସ୍ତବହୁଳ ଦିନ ଭିତରେ ଲୋକମାନେ ନିଜର ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମୟ ଦେଇ ପାରୁ ନାହାନ୍ତି। ବିଶେଷ ଭାବରେ ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସ ଭିତରେ ଦୀର୍ଘ ସମୟ ଅନବରତ ଭାବେ ବସିରହିବା କାରଣରୁ ବିଭିନ୍ନ ରୋଗର ସାମ୍ନା କରୁଛନ୍ତି। ଆଜିକାଲି ମଧୁମେହ ଏକ ସାଧାାରଣ ସମସ୍ୟା ହୋଇଗଲାଣି। ୩୫ ବର୍ଷ ବୟସର ଯୁବଗୋଷ୍ଠୀ ମଧ୍ୟ ମଧୁମେହର ଶିକାର ହେଉଛନ୍ତି। ଏଥି ସହିତ ଅନ୍ୟ ରୋଗର ସସ୍ପର୍ଶରେ ଆସିବାକୁ ପଡୁଛି।

ତେବେ ମଧୁମେହ ଭଳି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଚାଲିବା ଏକ ଭଲ ଅଭ୍ୟାସ। ଅତିକମରେ ଦିନକୁ ୨ ଘଣ୍ଟା ଚାଲିଲେ ମଧୁମେହରୁ କିଛିଟା ପରିମାଣରେ ଆଶ୍ବସ୍ତି ମିଳିପାରେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କେବଳ ମଧୁମେହ ରୋଗୀରେ ଚାଲିବା ତା’ ନୁହେଁ। ବରଂ ଚାଲିବା ଏକ ଭଲ ଅଭ୍ୟାସ ହୋଇଥିବାରୁ ଏହାକୁ ସମସ୍ତେ କରିବା ଉଚିତ। ଯେଉଁମାନେ ଏହି ଅଭ୍ୟାସ କରୁଛନ୍ତି, ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ। ଚାଲିବା ସମୟରେ ପାଦରେ ଚପଲ ବ୍ୟବହାର ନକଲେ ଆହୁରି ଭଲ।

ଖାଲି ପାଦରେ ଚାଲିବା ଅଭ୍ୟାସ

ଘାସ ଉପରେ ଖାଲିପାଦରେ ଚାଲିବା ‌ସଂପର୍କରେ ଶୁଣିଥିବେ। କିନ୍ତୁ ଅନେକ ଲୋକ ଜାଣି ନଥାଇ ପାରନ୍ତି ଯେ, କେବଳ ଘାସ ନୁହେଁ, ବରଂ ଖାଲି ପାଦରେ ଚାଲିଲେ ଆପଣଙ୍କର ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ଲାଭ ମିଳିପାରେ। ବିନା ଚପଳ, ଜୋତାରେ ମାଟି ଉପରେ ଚାଲିଲେ ଏହି ଅଭ୍ୟାସକୁ ଗ୍ରାଉଣ୍ଡିଂ କୁହାଯାଏ। କୁହାଯାଇଥାଏ ଯେ, ଏଭଳି ଚାଲିବା ଦ୍ବାରା ଶରୀରକୁ ଅଧିକ ଶକ୍ତି ମିଳେ। ଏଥି ସହିତ ଶରୀରକୁ ଇଲେକ୍ଟ୍ରିକ୍‌ ବାଲାନ୍ସ ରିଷ୍ଟୋର ମିଳିଥାଏ। ସେହିପରି ଖାଲି ପାଦରେ ଚାଲିଲେ ହୃଦୟ, ମେଣ୍ଟାଲ ହେଲ୍‌ଥ ଓ ମାଂସପେଶୀକୁ ଅଧିକ ଲାଭପ୍ରଦ ହୋଇଥାଏ।

ପାଦକୁ ମଜବୁତ କରେ

ଖାଲି ପାଦରେ ଚାଲିବା ଦ୍ବାରା ପାଦର ମାଂସପେଶୀ ଓ ଲିଗାମେଣ୍ଟସ ଶକ୍ତିଶାଳୀ ହୋଇଥାଏ। ଏହା ଦ୍ବାରା ପିଠିର ନିମ୍ନ ଭାଗକୁ ମଧ୍ୟ ଭଲ ସହଯୋଗ ମିଳିଥାଏ। ଏଥି ସହିତ ଏହି ଅଭ୍ୟାସ ଯୋଗୁଁ ଚାଲିବା ସମୟରେ ଆପଣଙ୍କର ପାଦର ସ୍ଥିତି ମଧ୍ୟ ଭଲ ହୋଇଥାଏ। ଫଳରେ ଆଣ୍ଠୁ ଓ ପିଠିରେ ମଧ୍ୟ ଯନ୍ତ୍ରଣା ହୋଇ ନଥାଏ। ଚିନ୍ତା ହ୍ରାସ ପାଏ। ମସ୍ତିକକୁ ମଧ୍ୟ ମଜବୁତ କରିଥାଏ। ଏଞ୍ଜାଇଟି ମଧ୍ୟ କମ ହୋଇଥାଏ। ପାଦ ତଳେ ପ୍ରକୃତିକୁ ଅନୁଭବ କରିବା ଆପଣଙ୍କର ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୁଏ।

ଭଲ ନିଦ

ଖାଲି ପାଦରେ ଚାଲିବା ଦ୍ବାରା ଆପଣଙ୍କର ମାନସିକ ସ୍ବାସ୍ଥ୍ୟ ଭଲ ରହିବ, ଯାହାଦ୍ବାରା ଶରୀରକୁ ଆରାମ ଲାଗିବ ଏବଂ ଭଲ ନିଦ ହେବ। ଭଲ ନିଦ ପାଇଁ ଆପଣଙ୍କୁ ଖାଲି ପାଦରେ ଚାଲିବାର ଅଭ୍ୟାସ କରିବା ଉଚିତ। କିନ୍ତୁ ଖାଲି ପାଦରେ ଚାଲିବା ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ନଜର ଦେବାକୁ ପଡ଼ିବ। ଆରମ୍ଭରୁ ଛୋଟଛୋଟ ଘାସ ଉପରେ ଚାଲନ୍ତୁ। ଏହା ଦ୍ବାରା ଆପଣଙ୍କ ପାଦକୁ ବିନା ଜୋତାର ଚାଲିବାର ଅଭ୍ୟାସ ସହଜ ହେବ। ଧୀରେ ଧୀରେ ପ୍ରତିଦିନ ୧୦ ମିନିଟ ଯାଏଁ ଏହି ଅଭ୍ୟାସ କରନ୍ତୁ। ହଠାତ ଦୀର୍ଘ ସମୟ ଖାଲି ପାଦରେ ଚାଲିବା ଦ୍ବାରା ଆଘାତ ଲାଗିପାରେ। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ପାଦରେ ଚାଲନ୍ତୁ ନାହିଁ। ସଫା-ସୁଥୁରା ସ୍ଥାନରେ ଖାଲି ପାଦରେ ଚାଲିଲେ, କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ି ନଥାଏ। ଅପରିଷ୍କାର ସ୍ଥାନରେ ବିନା ଜୋତାରେ ଚାଲିଲେ ସଂକ୍ରାମକ ହେବାର ଆଶଙ୍କା ଥାଏ। ପାଦକୁ ମଜବୁତ କରିବା ଲାଗି ପ୍ରତିଦିନ ବ୍ୟାୟାମ ଦରକାର। ଏହା ଦ୍ବାରା ମାଂସପେଶୀଗୁଡ଼ିକ ସୁସ୍ଥ ରହିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments