Friday, September 13, 2024
Homeଖବରପ୍ରମୁଖ ଖବରଖୁସିର ପର୍ବ ଦୀପାବଳି

ଖୁସିର ପର୍ବ ଦୀପାବଳି

ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ‌କୋଟିକୋଟି ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ଗଳିକନ୍ଦିରେ ରାସ୍ତାଘାଟଗୁଡ଼ିକ ରଂଗୀନ ଆଲୋକମାଳାରେ ଭାସିଉଠୁଛି। କିଛି ଦିନ ପୂର୍ବରୁ ଭାରତର ଏହି ମହାନ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ନଭେମ୍ବର ୧୨ ତାରିଖ ଦିନ ଭବ୍ୟ ଦୀପାବଳି ପାଳନ କରାଯିବ। ଦୀପାବଳି ପାଇଁ ସମାଜର ପ୍ରତ୍ୟେକ ବର୍ଗଙ୍କ ମନରେ ଉତ୍ସାହ ଦେଖାଯାଇଛି। ଗରିବ ଠାରୁ ଧନୀ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜନିଜ ଶୈଳୀରେ ଏହି ପର୍ବ ପାଳନ ପାଇଁ ଉତ୍ସାହିତ ଅଛନ୍ତି।
ଦୀପାବଳି ସହିତ ସାମାଜିକ, ଆଧ୍ୟାତ୍ମିକ, ଆର୍ଥିକ, ସଦ୍‌ଭାବନାପୂର୍ଣ୍ଣ ସଂପର୍କ ରହିଥିବାରୁ ଏହା ସହିତ କୋଟିକୋଟି ଜନତା ଜଡ଼ିତ ହୋଇଥାନ୍ତି। ଅତି ସାଧାରଣ ଲୋକ ଘରେ ମାଟି ଦୀପ ଜାଳି ଉତ୍ସବ ପାଳନ କରୁଥିବା ବେଳେ ଧନୀ ଶ୍ରେଣୀର ଲୋକେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଉତ୍ତରପ୍ରଦେଶର ରାମଙ୍କ ନଗରୀ ଅଯୋଧ୍ୟାରେ ଭବ୍ୟ ଦୀପାବଳି ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ବେଳେ କିଛି ବର୍ଷ ହେଲା ଏହି ପର୍ବ ବିଦେଶରେ ମଧ୍ୟ ଖୁବ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ଛୋଟ ଦୀପାବଳିରେ ଯମପୂଜା

ଦୀପାବଳିର ସପ୍ତାହ ଧନତେରସ ଠାରୁ ଆରମ୍ଭ ହୋଇଯାଇଥାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦୀପାବଳି ପାଳନ ହୋଇଥାଏ। ମାତ୍ର ଛୋଟ ଦୀପାବଳିକୁ ଦେଶର ସବୁସ୍ଥାନରେ ସେହିଭଳି ଭାବେ ଗୁରୁତ୍ବ ଦିଆଯାଇ ନଥାଏ। କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହ ପର୍ବ ପାଳନ କରାଯାଏ। କେହି କେହି ଘରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ଦୀପାବଳିରେ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରାଯାଇଥାଏ। ଏଥି ସହିତ ‌ଛୋଟ ଦୀପାବଳିରେ ଯମରାଜଙ୍କ ପୂଜା ହୋଇଥାଏ।

ଉତ୍ତର ପ୍ରଦେଶରେ ପ୍ରସ୍ତୁତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥରର ଦୀପାବଳିକୁ ଐତିହାସିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀପୋତ୍ସବରେ ୨୪ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଜଳିଛି। କେବଳ ଏତିକି ନୁହେଁ, ଦୀପାବଳିକୁ ସ୍ମରଣୀୟ ରଖିବା ପାଇଁ ୧୫୦ ଛାତ୍ରଛାତ୍ରୀ ମନ୍ଦିର ଆକୃତି କରିବେ। ଳଳିତ କଳା ବିଭାଗର ସମନ୍ବୟକ ପ୍ରଫେସର ବିନୋଦ କୁମାର ଶ୍ରୀବାସ୍ତବ ଓ ସଂଯୋଜକ ଡ. ସରିତା ଦ୍ବିବେଦୀ ୧୫୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ମନ୍ଦିର ମଡେଲ ପ୍ରସ୍ତୁତ କରିଛନ୍ତି। ଦୀପାବଳିରେ ମହିଳାମାନଙ୍କ ପାଇଁ ହୋଲି ଉପହାର ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ। ଆସନ୍ତା ବର୍ଷ ମାର୍ଚ୍ଚ ମାସ ହୋଲି ଉତ୍ସବ ସମୟରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରିବେ।

ବସ୍ତିବାସିନ୍ଦାଙ୍କ ମୁହଁରେ ହସ

ଭୁବନେଶ୍ବର ସହିଦନଗର ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଶାନ୍ତିନଗର ଆବାସ ପ୍ରକଳ୍ପକୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କ ପାଇଁ ଲୋକାର୍ପଣ କରିବେ। ଆବଣ୍ଟନ ହେବାକୁ ଥିବା ଘରଗୁଡ଼ିକୁ ପ୍ରଶାସନିକ ଅଧିକାରୀମାନେ ଶୁକ୍ରବାର ଦିନ ଆଉ ଥରେ ଯାଞ୍ଚ କରିଛନ୍ତି। ସବୁ ଘର ବ୍ୟବହାର ପାଇଁ ଯୋଗ୍ୟ ଓ ପ୍ରସ୍ତୁତ ଅଛି ବୋଲି ଠିକାସଂସ୍ଥା ନିଶ୍ଚିତ କରିଛି। ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବା ବେଳେ ପ୍ରଥମ ସର୍ଭେରେ ତାଲିକାରେ ରହିଥିବା ହିତାଧିକାରୀ ଦ୍ବିତୀୟ ସର୍ଭେରେ ବାଦ୍‌ ପଡ଼ିଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ବିଡିଏକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ବାଦ୍‌ ପଡ଼ିଥିବା ହିତାଧିକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ୧୭ରୁ ଊର୍ଦ୍ଧ୍ବ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେ ଯାହାବି ହେଉ ଏହି ପ୍ରକଳ୍ପ ଉଦଘାଟନ ପରେ ଶତାଧିକ ହିତାଧିକାରୀଙ୍କ ମୁହଁରେ ହସ ଫୁଟିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments