ଭୁବନେଶ୍ୱର: ଆଧୁନିକ ଭାରତରେ ଓଡ଼ିଶା ହେଉଛି ଦେଶର ସବୁଠାରୁ ଗରିବ ରାଜ୍ୟ ଭାବରେ ଜଣାଶୁଣା । ଏହାର ସବୁଠାରୁ ବଡ଼ କାରଣ ହେଲା ଯେ, ଦେଶର ବଡ଼ବଡ଼ ସହର ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରବାସୀ ଓଡ଼ିଆମାନେ ଦିନମଜୁରିଆ ଭାବେ କାମ କରନ୍ତି । ବାହାର ରାଜ୍ୟ ଓ କିଛି ଦେଶରେ ଯେତେବେଳେ ବହୁ ଶ୍ରମିକଙ୍କର ଆବଶ୍ୟକତା ହୋଇଥାଏ, ସେତେବେଳେ ସେମାନେ ଓଡ଼ିଶା ଉପରେ ନଜର ରଖିଥାନ୍ତି । ଓଡ଼ିଶାରୁ ଶ୍ରମିକମାନଙ୍କୁ ନେଇଥାନ୍ତି । ଦଲାଲ ମାଧ୍ୟମରେ ଏହି ଶ୍ରମିକ ଚାଲାଣ ହୋଇଥାଏ । ରୋଜଗାର ପାଉ ନଥିବା ଓଡ଼ିଆ ଯୁବକ ଓ ଯୁବତୀମାନେ ଟଙ୍କା ଲୋଭ ତଥା ପେଟ ପୋଷିବା ଉଦ୍ଦେଶ୍ୟରେ ଦଲାଲ ଚକ୍ରାନ୍ତରେ ପଡ଼ି ଦାଦନ ଖଟିବାକୁ ଯାଇଥାନ୍ତି । ସେଥିରୁ ଦାଦନ ହୋଇ ଅନେକ ଫେରିଥାନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଗତ ୩ ମାସ ମଧ୍ୟରେ କେବଳ ଗଂଜାମ ଜିଲ୍ଲାକୁ ୧୧ ଜଣ ପ୍ରବାସୀ ଓଡ଼ିଆଙ୍କ ଶବ ଫେରିଛି । ଅନ୍ୟ ଜିଲ୍ଲାକୁ ମଧ୍ୟ ଦାଦନ ଶ୍ରମିକଙ୍କ ମୃତଦେହ ଆସିଛି ।
ଓଡ଼ିଶାର ଦାରିଦ୍ର୍ୟତା ସୀମା ଟପିଯାଇଥିଲେ ମଧ୍ୟ ୨୦୦୦ ମସିହାରୁ ଶାସନ ଗାଦିରେ ବସିଥିବା ବିଜେଡି ସରକାର କିନ୍ତୁ ଏହା ସ୍ୱୀକାର କରନ୍ତି ନାହିଁ । ବରଂ ଘଣ୍ଟ ବଜାନ୍ତି ଯେ, ଓଡ଼ିଶା ବିକଶର ଚରମ କ୍ଷେତ୍ରରେ ପହଞ୍ଚିଛି । କିଛି ବର୍ଷ ପରେ ଦେଶର ୩ୟ ଧନୀ ରାଜ୍ୟର ତାଲିକାରେ ପହଞ୍ଚିବ ବୋଲି କୁହନ୍ତି । ପଂଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, କେରଳର ସମକ୍ଷକ ହେବାକୁ ଆଶା ରଖନ୍ତି । ଭାଷା ଭିତ୍ତିକ ଦୃଷ୍ଟିରୁ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିବା ୮୭ ବର୍ଷର ଓଡ଼ିଶା କଂଗ୍ରେସ ହାତରେ ପ୍ରାୟ ୫୦ ବର୍ଷ ଓ ବିଜେଡି ହାତରେ ୨୩ ବର୍ଷ କ୍ଷମତା ରହିବା ହେଉଛି ଓଡ଼ିଶା ଗରିବ ହେବାର ମୁଖ୍ୟକାରଣ । ମାତ୍ର କ୍ଷୋଭର ବିଷୟ ହେଲା ଯେ, ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୩ୟ ସର୍ବଶ୍ରେଷ୍ଠ ଧନୀ ମୁଖ୍ୟମନ୍ତ୍ରୀ । ନିକଟରେ ଏଡିଆର ତରଫରୁ ଏଭଳି ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି, ଯାହାକି ଓଡ଼ିଶାକୁ ପ୍ରକୃତରେ ଭଲ ପାଉଥିବା ବୁଦ୍ଧିଜୀବୀଙ୍କୁ ହତାଶ କରୁଛି ।
ନବୀନ ଧନୀ ହେବା ଗର୍ବର ବିଷୟ
ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୩ୟ ସର୍ବଶ୍ରେଷ୍ଠ ଧନୀ ହେବା ଗର୍ବ ଓ ଗୌରବର ବିଷୟ । ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରକାଶିତ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ୬୩ କୋଟି ୮୭ ଲକ୍ଷର ସମ୍ପତ୍ତି ରହିଛି । ତାଙ୍କ ଆନ୍ଧ୍ର ପ୍ରଦେଶ ସମକକ୍ଷ ଜଗନ ମୋହନ ରେଡ୍ଡି (୫୧୦.୩୮ କୋଟି) ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (୧୬୩.୫୦ କୋଟି) ସମ୍ପତ୍ତି ଢେର ଅଧିକ । ଶ୍ରୀ ରେଡ୍ଡି ଓ ଶ୍ରୀ ଖାଣ୍ଡୁ ଧନୀ ତାଲିକାରେ ପ୍ରଥମ ଓ ଦ୍ୱିତୀୟରେ ଅଛନ୍ତି । ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀଙ୍କ ନାମ ରହିଛି, ଯାହାଙ୍କର ସମ୍ପତ୍ତି ମାତ୍ର ୧୫ ଲକ୍ଷ ଟଙ୍କା ।
ଲୋକଙ୍କୁ ରୋଜଗାର ଦରକାର
ନବୀନ ପଟ୍ଟନାୟକ, ଜଗନ ରେଡ୍ଡି ଓ ପେମା ଖାଣ୍ଡୁ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଶ୍ରୀ ରେଡ୍ଡି ଥରଟିଏ ଓ ଶ୍ରୀ ଖାଣ୍ଡୁ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ନବୀନ ପଟ୍ଟନାୟକ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି, ସେ ରାଜ୍ୟର ଜନତାଙ୍କୁ ଗରିବରୁ ନିସ୍ତାର ଦେବାକୁ ଆଖି ଦୃଶିଆ ଯୋଜନା କରିନାହାନ୍ତି । ରାଜ୍ୟରୁ ଗରିବୀ ଦୂର ହେବା ପାଇଁ ପ୍ରଥମଃ କୃଷି କାର୍ଯ୍ୟକୁ ମଜବୁତ କରାଯିବା ଦରକାର । ଜମି ପଡ଼ିଆ ନରହି ଚାରିଆଡେ ସବୁଜ ଦେଖାଗଲେ ଚାଷୀ ହଷିବା ସହିତ ଅନ୍ୟମାନଙ୍କ ମୁହଁରେ ହସ ଫୁଟିବ । ଚାଷ ଅଧିକ ହେବା ଦ୍ୱାରା ବାହାର ରାଜ୍ୟକୁ ଫସଲ ରପ୍ତାନୀ ହୋଇପାରିବ । ସେହିପରି କୃଷି ସଂପର୍କିତ କାରଖାନା ଅଧିକ ପ୍ରତିଷ୍ଠା ହୋଇପାରିବ । ଏହି କାରଖାନାଗୁଡ଼ିକରେ ଭୂମିହୀନ ଲୋକେ ନିଯୁକ୍ତି ପାଇପାରିବେ । ଅନ୍ୟ କାରଖାନା ହୋଇପାରିଲେ ଭଲ କଥା । ଖଣି ଓ ସୂତା ସଂପର୍କିତ କାରଖାନାରେ ମଧ୍ୟ ବ୍ୟାପକ ନିଯୁକ୍ତି ଦିଆଯାଇପାରିବ । ତେବେ ଶ୍ରୀ ରେଡ୍ଡି ଓ ଶ୍ରୀ ଖାଣ୍ଡୁଙ୍କ ରାଜ୍ୟର ଲୋକେ ଓଡ଼ିଶା ଭଳି ଗରିବ ନାହାନ୍ତି । ତାଙ୍କ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉନାହାନ୍ତି ।
ଦେଶର ଶ୍ରେଷ୍ଠ ଧନୀ ରାଜ୍ୟ
-ମହାରାଷ୍ଟ୍ର
-ତାମିଲନାଡୁ
-ଗୁଜରାଟ
-କର୍ଣ୍ଣଟକ
-ଉତ୍ତରପ୍ରଦେଶ
-ଆନ୍ଧ୍ରପ୍ରଦେଶ
-ତେଲେଙ୍ଗାନା
-ପଶ୍ଚିମବଙ୍ଗ
-ରାଜସ୍ଥାନ
-ମଧ୍ୟପ୍ରଦେଶ
ନବୀନଙ୍କୁ ଟାର୍ଗେଟ
ଓଡ଼ିଶା ସରକାର କେବଳ ନ୍ୟୁଜ ହେଡଲାଇନ୍ କରନ୍ତି । ଭାଷଣ ବେଶୀ, କାମ କମ କରନ୍ତି। ଜାତୀୟ ସ୍ତରରେ ବଡ଼ବଡ଼ ପୁରସ୍କାର ପାଆନ୍ତି। କିନ୍ତୁ ଓଡ଼ିଶାକୁ ନେଇ ବାହାରେ ଯାହା ଚର୍ଚ୍ଚା ହୋଇଥାଏ, ବାସ୍ତବରେ ତୃଣମୂଳ ସ୍ତରରେ ଓଲଟା। ଏଡିଆର ରିପୋର୍ଟରେ ନବୀନ ପଟ୍ଟନାୟକ ୩ୟ ମୁଖ୍ୟମନ୍ତ୍ରୀ ଘୋଷିତ ହେଲା ପରେ ସାମାଜିକ ଗଣମାଧ୍ୟମରେ ଜନତା ତାତିଛନ୍ତି। ୟୁଜର ନବୀନ ପଟ୍ଟନାୟକଙ୍କୁ ବଡ଼ଚୋର, ଭଦ୍ରଚୋର କହିବାକୁ ପଛାଇ ନାହାନ୍ତି। ଜଣେ ବ୍ୟକ୍ତି ପଚାରିଛନ୍ତି, ଓଡ଼ିଶା ଆସିଲାବେଳକୁ ଘୋଷଣାରେ କହିଥିଲେ ଯେ, ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଉଧାରୀ ଆଣିଥିଲେ। ସେ କେଉଁ ବ୍ୟବସାୟ କରିଛନ୍ତି ଯେ, ତାଙ୍କର ଏତେ କୋଟି ଟଙ୍କାର ସମ୍ପତ୍ତି ହୋଇଗଲା। ଆଉ ଜଣଙ୍କ ଭାଷାରେ- ଗବ୍ବର ସିଂର ନିଜର ବୋଲି କେହି ନଥିଲେ, ତଥାବି ସିଏ କାହାପାଇଁ ଲୁଟପାଟ କରୁଥିଲା? ଏହାର ଜବାବ ଦେଇ ଅନ୍ୟ ଜଣ କହିଛନ୍ତି- କିଏ ନାହିଁ ସେ ଟଙ୍କା ଖର୍ଚ୍ଚ କରିବାକୁ,ଓଡ଼ିଶା କୁ ଦାନ କରି ଦିଆ ଯାଉ।