Sunday, February 9, 2025
Homeଖବରପ୍ରମୁଖ ଖବରଗରିବ ରାଜ୍ୟରେ ଟଙ୍କା ପାହାଡ଼

ଗରିବ ରାଜ୍ୟରେ ଟଙ୍କା ପାହାଡ଼

ଭୁବନେଶ୍ବର: ଜମି, ଜଳ, ଖଣି ଓ ଅନ୍ୟ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓଡ଼ିଶାରେ ଗରିବୀ ହେଉଛି ପ୍ରମୁଖ ସମସ୍ୟା। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏହି ସମ୍ବଳର ସଠିକ୍‌ ବ୍ୟବହାର ହୋଇପାରୁ ନାହିଁ। ଅନ୍ୟପଟରେ ଓଡ଼ିଶାର ସଂପତ୍ତିକୁ ଅଣଓଡ଼ିଆ କବ୍‌ଜା କରିନେଉଛନ୍ତି। ଫଳରେ ଓଡ଼ିଶାର ଅର୍ଥ ବାହାର ରାଜ୍ୟକୁ ଚାଲିଯାଉଛି। ସରକାର ଓ ପ୍ରଶାସନିକ ବ୍ୟବସ୍ଥାରେ ଢିଲା ଯୋଗୁଁ ଅଣଓଡ଼ିଆ ମାଲେମାଲ ହେଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ପ୍ରାକୃତିକ ସମ୍ବଳ ଭରପୁର ଥିଲେ ମଧ୍ୟ ସେଗୁଡ଼ିକ ଓଡ଼ିଶାର ଲୋକେ ସଠିକ୍‌ ବିନିଯୋଗ କରିପାରୁ ନଥିବାରୁ ଗରିବ ହୋଇ ରହିବାକୁ ପଡୁଛି। ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି।

ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ଥିବା ବିଭିନ୍ନ ଦେଶୀ ଓ ବ‌ିଦେଶୀ ମଦଭାଟିରେ ଗତ ବୁଧବାର ଠାରୁ ଆୟକର ବିଭାଗର ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଆୟକର ବିଭାଗକୁ ୫୦, ୧୦୦, ୨୦୦, ୫୦୦ ଟଙ୍କିଆର ନୋଟ୍‌ ବିଡ଼ାବିଡ଼ା ହୋଇ ମିଳିଛି। ପ୍ରଥମ ତିନିଦିନରେ ୨୯୦ କୋଟି ଟଙ୍କା ଗଣାଯାଇଥିବା ବେଳେ ଆହୁରି ଗଣିବାକୁ ବାକି ରହିଛି। ଜବତ ହୋଇଥିବା ସବୁ ଗଣତି ସରିବା ପରେ ସମୁଦାୟ କେତେ ଟଙ୍କା ଜଣାପଡ଼ିବ। ଗୁଡ଼ିକ କାଗଜ ଭଳି ଟ୍ରକ୍‌ରେ ବୋହିବାକୁ ପଡୁଛି। ଟଙ୍କା ଜବତକୁ ନେଇ ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଚହଲ ପଡ଼ିଥିବା ବେଳେ ଏହି ଖବର ଏବେ ଦେଶବ୍ୟାପି ଚର୍ଚ୍ଚା ହେଉଛି।

ଝାଡ଼ଖଣ୍ଡ ସାଂସଦଙ୍କ ଓଡ଼ିଶାରେ କାୟା ବସ୍ତାର

ରାଜ୍ୟରେ ଜବତ ହୋଇଥିବା ଶହଶହ ଟଙ୍କାର ମାଲିକ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ। ସେ ଜଣେ ଅଣଓଡ଼ିଆ ହୋଇଥିଲେ ମଧ୍ୟ ଓଡ଼ିଶାରେ ମଦ ସାମାଜ୍ୟ ବିସ୍ତାର କରିପାରିଛନ୍ତି। ପଡୋଶୀ ରାଜ୍ୟର ନେତା ଓ ବ୍ୟବସାୟୀ ହୋଇଥିବାରୁ ଓଡ଼ଶାରେ ସେ ଦୀର୍ଘ ଦିନରୁ କାୟା ବିସ୍ତାର କରିଛନ୍ତି। ଆୟକର ଅଧିକାରୀମାନେ ପ୍ରାୟ ୪୦୦ କୋଟି ଟଙ୍କା ଜବତ କରିସାରିଥିବା କଥା ମଧ୍ୟ କୁହାଯାଉଛି। ଅନ୍ୟପଟରେ ଟଙ୍କା ଗଣିଗଣି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀମାନେ ନୟାନ୍ତ ହୋଇସାରିଲେଣି। ମାସର ଦ୍ବିତୀୟ ଶନିବାର ଓ ରବିବାର ଛୁଟି ଥିଲେ ମଧ୍ୟ ଡ୍ୟୁଟିରେ ରହିବାକୁ ପଡ଼ିଛି। ସେହିପରି ଟଙ୍କା ଗଣିଗଣି ଅନେକଗୁଡ଼ିଏ ମେସିନ ମଧ୍ୟ ଖରାପ ହୋଇଛି।

ରାଜନୈତିକ ବୟାନବାଜି

ଆୟକର ବିଭାଗ ଦ୍ବାରା ଜବତ ହୋଇଥିବା ଟଙ୍କା ମଦରୁ ଉପାର୍ଜିତ ନା ଏହା ଅନ୍ୟ କୌଣସି ସୂତ୍ରରୁ ସଂଗୃହୀତ ଘଟଣାର ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଓଡ଼ିଶା ଭାରତ ଇତିହାସରେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ’ଏକ୍ସ’ରେ ଟିପ୍ପଣୀ ଦେଲା ପରେ ରାଜ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି। ବିଜେପି, ବିଜେଡି ଓ କଂଗ୍ରେସର ନେତା ପ୍ରତିକ୍ରିୟା ଦେଇଛନ୍ତି।  ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଓଡ଼ିଶା ପାଇଁ ଏ‌ହା ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ଆଦୌ ମୁହଁ ଖୋଲୁନାହାନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ପ୍ରଶ୍ନ କରିଛି। ଦଳୀୟ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ଏକ ସୂତ୍ରରୁ ଜଣାପଡିଛି ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟକର ବିଭାଗ ଚଢ଼ଉ କରିବା ବେଳେ ମଦ ବେପାରୀ ତାଙ୍କ ସମ୍ପର୍କୀୟ କିମ୍ବା ତାଙ୍କ କର୍ମଚାରୀଙ୍କ ଘରୁ ଜବତ ହେଉଛି। କିଏ କହୁଛି ଏ ପଇସା ମଦ ବ୍ୟବସାୟୀଙ୍କ ଆଉ କିଏ କହୁଛି ଏହା ନିର୍ବାଚନ ପାଇଁ ବିଜୁ ଜନତା ଦଳର ଟଙ୍କା। ସେହିପରି ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ କହିଛନ୍ତି, ଓଡ଼ିଶାର ବିଜେପି ୟୁନିଟ ହୀନ ରାଜନୀତିକ ଉଦ୍ଦେଶ୍ୟ ରଖି ଲୋକହସା ହେଉଛନ୍ତି। ହୋମ ୱାର୍କ କରି ଆସୁ ନାହାନ୍ତି। ଓଡ଼ିଶାର ବିଜେପି ହେଉଛି କାଳି ଗୋଠ ଗାଈର ଏକ ଭିନ୍ନ ଗାଈ। ଦଳରେ ନିଜ ଭିତରେ ପ୍ରଚାର ପାଇଁ ପ୍ରତିଯୋଗିତା ଚାଲିଛି।

ଅଣ ଓଡ଼ିଆଙ୍କ ନାମରେ ୩୯ଟି ଜମି ପ୍ଲଟ

ଗତ ଜୁଲାଇ ମାସରେ ସାଂସଦ ଅପରାଜିତ ଷଡ଼ଙ୍ଗୀ କହିଥିଲେ, ରାଜଧାନୀ ଭୁବନେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଣେ ଅଣଓଡ଼ିଆ ବ୍ୟକ୍ତି ୩୯ଟି ପ୍ଲଟ କିଣିଥିବା ନେଇ ଅଭିଯୋଗ ଆଣିଥିଲେ। ଟୁଇଟ୍‌ କରି ସେ କହିଥିଲେ ଯେ, କିରୁଥିକା ପ୍ରଭାକରନ୍‌ ନାମରେ ଜଣେ ବ୍ୟକ୍ତି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜମି କିଣିଛନ୍ତି। ବଡ଼ବଡ଼ିଆଙ୍କ ସ‌ହଯୋଗ ବିନା ଜଣେ ବ୍ୟକ୍ତି ଏତେସଂଖ୍ୟକ ଜମି କିଣିବା କ’ଣ ସମ୍ଭବ ବୋଲି ‌ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ଜଣେ ବ୍ୟକ୍ତିଙ୍କୁ ସହଯୋଗ କରି ଏତେ ପରିମାଣରେ ଜମି କିଣିବାକୁ ଅନୁମତି ଦିଆଯିବ, ତା’ହେଲେ ଓଡ଼ିଶାର ଚାଷୀ କେଉଁଠିକୁ ଯିବେ? ମୋର ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକେ କହୁଛନ୍ତି, ସରକାରଙ୍କ ଛତ୍ରଛାୟା ତଳେ ପ୍ରଭାକରନ ଅଧିକରୁ ଅଧିକ ଜମି କିଣୁଛନ୍ତି। ଓଡ଼ିଶାର ଖଣି ଓ ଧାତୁରୁ ଟଙ୍କା ଉପାର୍ଜନ କରି ଜଣେ ଅଣଓଡ଼ିଆ ଜମି କିଣୁଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments