Wednesday, September 18, 2024
Homeଗାଁ ଲୋକେ ଉତ୍ତେଜିତ: ପୋଲିସକୁ ନିସ୍ତୁକ ପିଟିଲେ
Array

ଗାଁ ଲୋକେ ଉତ୍ତେଜିତ: ପୋଲିସକୁ ନିସ୍ତୁକ ପିଟିଲେ

ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ ପୋଲିସକୁ ଟାର୍ଗେଟର ଶିକାର ହେବାକୁ ପଡ଼ିଛି। ନବରଂଗପୁରରେ ପୋଲିସ ଟିମ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଉତ୍ତେଜିତ ଗାଁ ଲୋକେ ପୋଲିସକୁ ଅତି କଦର୍ଯ୍ୟ ଭାଷାରେ ଗାଳି ଦେଇଛନ୍ତି। ପୋଲିସକୁ ଆଦୌ ସମ୍ମାନ ଦେଇ ନାହାନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ଏକଦା ପୋଲିସ ଆସିଲେ ଦାଣ୍ଡ କବାଟ ବନ୍ଦ କରିଦେଇ ଘର ପଛପଟରୁ ଜଙ୍ଗଲଆଡ଼କୁ ପଳାୟନ କରୁଥିବା ବେଳେ ଆଜି ସେମାନେ ପୋଲିସକୁ ଜବାବ ଦେବାପାଇଁ ପଛାଉ ନାହାନ୍ତି। ଏହାର କାରଣ କେବଳ ଗାଁରେ ବସବାସ କରୁଥିବା ଲୋକ ନୁହଁନ୍ତି। ବରଂ ପୋଲିସ ବ୍ୟବସ୍ଥାକୁ ମଧ୍ୟ ଦାୟୀ କରାଯାଇପାରିବ ବୋଲି ଅନେକ ମତ ଦେଇଥାନ୍ତି। ଜନସାଧାରଣଙ୍କ ପ୍ରତି ପୋଲିସର ଭାଷା ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଛି।

ରାଜ୍ୟରେ ସୁଶାସନ ବ୍ୟବସ୍ଥା ପାଇଁ ନବୀନ ପଟ୍ଟନାୟକ ନିଜର ନେତା, ମନ୍ତ୍ରୀ, ପ୍ରଶାସନ ଓ କର୍ମଚାରୀଙ୍କୁ ସବୁବେଳେ ପରାମର୍ଶ ଦେଉଛନ୍ତି। ଭଲ ବ୍ୟବହାର ଦ୍ବାରା ଜନସାଧାରଣଙ୍କର ହୃଦୟ କିଭଳି ଭାବରେ ଜୟ କରିହେବ ତାହା ସବୁବେଳେ କହି ଆସୁଛନ୍ତି। ସରକାର ଲୋକଙ୍କ ସୁରକ୍ଷା ପାଇଁ ଆମ ପୋଲିସ, ଆଦର୍ଶ ଥାନା, ମହିଳା ଓ ଶିଶୁ ଡେସ୍କ, ମୋ ସରକାର ଏବଂ ୫-ଟି ଭଳି ବ୍ୟବସ୍ଥା କରିଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଆମର ସରକାରୀବାବୁଙ୍କ ଚିନ୍ତାଧାରା ଅଲଗା। ସାଧାରଣମଣିଷଙ୍କର ସେମାନେ ସେବକ ଭାବୁନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଝରିଗୁଡ଼ା ଗାଁ, ଯେଉଁଠାରେ ଲୋକେ ଜୁଲାଇ ୧୯ ତାରିଖରେ ପୋଲିସକୁ ଗୋଡେଇ ଗୋଡେଇ ମାଡ଼ ମାରିଛନ୍ତି।

ପୋଲିସକୁ ପିଟିଲେ ଗାଁ ଲୋକେ

ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଝରିଗୁଡ଼ା ଗାଁରୁ ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଥିଲା। ଶ୍ବଶୁର ଘର ଲୋକେ ଏକ ପାରିବାରିକ ମାମଲା ନେଇ ସୋମବାର ରାତିରେ ମହିଳା ଜଣକ ଆତ୍ମହତ୍ୟା କରିଥିଲେ ବୋଲି କହୁଥିଲା ବେଳେ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକଙ୍କର ମୃତ୍ୟୁ କେମିତି ହେଲା, ତାହା ତଦନ୍ତର ବିଷୟ। କିନ୍ତୁ ଆଜି ପୋଲିସ ଅଭିଯୋଗରେ ଯେତେବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ପରିବାର ତଥା ଗାଁ ଲୋକେ ଅତି କଦର୍ଯ୍ୟ ବ୍ୟବହାର କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ଖରାପ ବ୍ୟବହାର କରିଥିବାରୁ ଗାଁ ଲୋକେ ଆକମଣାତ୍ମକ ହୋଇଯାଇଥିଲେ।  

 ବର୍ତ୍ତି ଯାଇଥିଲେ ସୁନା ମ୍ୟାଡମ୍

ଗତ ୧୨ ତାରିଖ ଦିନ ସୁନ୍ଦରଗଡ଼ ପୋଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥରେ ୯ ଜଣ ଲୋକଙ୍କ ଉପରେ ତାଙ୍କର କାର ଚଢ଼ାଇ ଦେଥିଲେ। ସେଥିରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୀଡିତ ଲୋକେ ଏକ ଅଟୋରେ ଥିଲେ ଏବଂ କୌଣସି ସ୍ଥାନକୁ ଯିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯଦି ସେଠାରୁ ସେ ପଳାୟନ କରି ନଥାନ୍ତେ, ଉତ୍ତ୍ୟକ୍ତ ଜନତା ନିଶ୍ଚିତ ଭାବେ କିଛି ଅଘଟଣ କରିବାର ଆଶଙ୍କା ଥିଲା। ସୂଚନାଯୋଗ୍ୟ, ରାଜ୍ୟ ପୋଲିସ ଡିଜି ସୁନୀଲ ବଂଶଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବନ କରିଛନ୍ତି।  

ହରିୟାଣାରେ ପୋଲିସ ଉପରେ ଟ୍ରକ ଚଢ଼ିଲା

ହରିୟାଣାରେ ଖଣି ମାଫିଆଙ୍କ ଦୌରାତ୍ମ ବଢ଼ିଛି। ଜଣେ ଡିଏସପିଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରିଦିଆଯାଇଛି। ନୁହ ଜିଲ୍ଲାରେ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ଖଣି ମାଫିଆମାନେ ତାଙ୍କୁ ହତ୍ୟା କରିଛନ୍ତି। ଡିଏସପି ସୁରେନ୍ଦ୍ର ଖନନ ବନ୍ଦ କରିବାକୁ ଯାଇଥିଲେ। ଯେତେବେଳେ ସେ ବେଆଇନ ପଥର ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments