Tuesday, February 18, 2025
Homeଘାଟିରେ ନିଦ ହଜାଇ ଦେଇଛି ଆତଙ୍କବାଦୀଙ୍କ ଗୁଳି
Array

ଘାଟିରେ ନିଦ ହଜାଇ ଦେଇଛି ଆତଙ୍କବାଦୀଙ୍କ ଗୁଳି

ନୂଆଦିଲ୍ଲୀ: ଗୁଳି-ବନ୍ଧୁକର ଶବ୍ଦ ଜମୁ କଶ୍ମୀରବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଘାଟିରେ ଆତଙ୍କବାଦୀଙ୍କର ଗତିବିଧି ଚରମ ସୀମାରେ ପହଂଚିଯାଇଛି। ଭାରତୀୟ ସୀମା ସୁରକ୍ଷା ବାହିନୀ, ସିଆରପିଏଫ୍‌, ଅନ୍ୟ ସୁରକ୍ଷା ସଂସ୍ଥା ଓ ଜମୁ କଶ୍ମୀର ପୋଲିସ ଦ୍ବାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆତଙ୍କବାଦୀ ମାନଙ୍କ ପାଇଁ ମୂଲ୍ୟହୀନ ହୋଇଯାଇଛି। ମଣିଷ ରୂପ ଧାରଣ କରିଥିଲେ ବି ଆତଙ୍କବାଦୀମାନେ ରକ୍ତ ପାଇଁ ବିଚଳିତ ହୋଇପଡ଼ିଛନ୍ତି। ଘାଟିର କିଛି ସ୍ଥାନରେ ପରିସ୍ଥିତି ଏଭଳି ହୋଇଛି ଯେ, ଘରୁ ବାହାରକୁ ଅଳ୍ପ ସମୟ ପାଇଁ ଯାଇଥିବା ସାଧାରଣ ଲୋକ, ଫେରିବ କି ନାହିଁ ତାହାର ମଧ୍ୟ ନିଶ୍ଚିତତା ନାହିଁ। ରାତିରେ ଖାଇସାରି ଶୋଇଥିବା ମଣିଷ ସକାଳ ହେଲା ବେଳକୁ ଆତଙ୍କବାଦୀଙ୍କ ଗୁଳିରେ ଜୀବନ ମଧ୍ୟ ହାରିପାରେ।

ଚଳିତ ମାସ ଏହା ଆହୁରି ଭୀଷଣ ରୂପ ନେଇଛି। ସେନାର ଅପରେଶନକୁ ଆତଙ୍କବାଦୀମାନେ ସହ୍ୟ କରିପାରୁ ନାହାନ୍ତି। ରକ୍ତର ଖେଳ ଖେଳିବାକୁ ଆତଙ୍କବାଦୀମାନେ ବ୍ୟସ୍ତ ହୋଇପଡୁଛନ୍ତି। ସେନା ପକ୍ଷରୁ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର ଜାରି ରହିଥିବା ବେଳେ ଆତଙ୍କବାଦୀମାନେ କିନ୍ତୁ ନିଜର ହିଂସାତ୍ମକ ଗତିବିଧିରେ ସକ୍ରିୟ ରହିଛନ୍ତି। ଚଳିତ ମାସ ଆତଙ୍କବାଦୀଙ୍କ ଗୁଳିରେ ୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇସାରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ୧୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।

ଏକକାଳୀନ ୫ ଯବାନ ସହିଦ

ଚଳିତ ମାସ ୧୧ ତାରିଖ ଦିନ ଆତଙ୍କବାଦୀଙ୍କ ସହିତ ହୋଇଥିବା ଏନକାଉଣ୍ଟର ୫ ଜଣ ଯବାନ ସହିଦ ହୋଇଥିଲେ। ଏହି ସହିଦ ତାଲିକାରେ ଜଣେ ଜୁନିଅର କମିଶନ୍ସଣ୍ଡ ଅଫିସର (ଜେସିଓ) ମଧ୍ୟ ଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୋର ସକାଳୁ ସୁରକ୍ଷା ବାହିନୀର ଯବାନମାନେ ଡିକେଜି ନିକଟବର୍ତ୍ତୀ ଅଂଚଳକୁ ଯାଇଥିଲେ। କିନ୍ତୁ ଏହା ପୂର୍ବରୁ ଆତଙ୍କବାଦୀମାନେ ଅଙ୍କୁଶ ଲଗାଇ ବସିଥିଲେ। ଗୁଳିବିନିମୟରେ ଗଜ୍ଜନ ସିଂହ, ବୈଶାଖ ଏଚ୍‌, ଜସବିନ୍ଦର ସିଂହ, ମନଦୀପ ସିଂହ ଓ ସରଜ ସିଂହ ସହିଦ ହୋଇଯାଇଥିଲେ।

ଯନ୍ତ୍ରଣାରେ ସହିଦ ପରିବାର

ଦେଶର ସୁରକ୍ଷା ପାଇଁ ଯବାନମାନେ ନିଜ ଓ ନିଜର ପରିବାର କଥା ଭୁଲି ଯାଉଛନ୍ତି। ଆତଙ୍କବାଦୀଙ୍କ ଗୁଳିକୁ ଭୟ ନକରି ମୁହାଁମୁହିଁ ହେବାକୁ ତିଳେ ମାତ୍ର କୁଣ୍ଠାବୋଧ କରୁ ନାହାନ୍ତି। କିନ୍ତୁ ସେନାର ପରିବାର ଲୋକଙ୍କ ଆଖିରୁ ବର୍ଷ ବର୍ଷ ଧରି ଲୁହ ବାହାରୁଛି। ଯବାନଙ୍କ ପିତା-ପିତା ମାତା ଲୁହ ପିଇ ପିଇ ବଞ୍ଚୁଛନ୍ତି। ପତ୍ନୀର ଆଖିରୁ ଲୁହ ଶୁଖୁ ନାହିଁ। ପିଲାମାନେ ସହିଦ ବାପାଙ୍କ ଅନୁପସ୍ଥିତିରେ ଦୁର୍ବଳ ହୋଇଯାଉଛନ୍ତି। ନବବିବାହିତା ଯେତେବେଳେ ଯବାନ ସ୍ବାମୀଙ୍କୁ ହରାଇଉଛି ବାକି ସମୟ କାଟିବା ବହୁତ ବଡ଼ କଷ୍ଟ ସାଧ୍ୟ ବ୍ୟାପାର।  

ବେସାହାରା ହେଉଛି ସାଧାରଣ ପରିବାର

ଜମୁ କଶ୍ମୀରରେ ଚଳିତ ମାସ ଆତଙ୍କବାଦୀ ମାନଙ୍କ ବର୍ବରତା ସୀମା ଟପିଛି। ଆତଙ୍କବାଦୀମାନେ ଏବେ ପୋଲସି, ସୁରକ୍ଷାକର୍ମୀଙ୍କ ସମେତ ଜନସାଧାରଣଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଏହି ଜନସାଧାରଣଙ୍କ ମଧ୍ୟରେ ସାମିଲ ଅଛନ୍ତି ଅଣକଶ୍ମୀରବାସୀ। ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମେତ କେନ୍ଦ୍ର ସରକାର ସତର୍କ ରହିଛନ୍ତି। ଏସବୁ ସତ୍ତ୍ବେ ଆତଙ୍କବାଦୀମାନଙ୍କର ଉତ୍ପାତ ବଢ଼ିଚାଲିଛି। ଘାଟିରୁ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ପାଇଁ ସେନା ସଦାସର୍ବଦା ଉଦ୍ୟମ କରୁଛି। ଏଥି ପାଇଁ ଏକାଧିକ ଅପରେଶନ ମଧ୍ୟ କାମ କରୁଛି। ଆତଙ୍କବାଦୀମାନେ ନିଜର ରଣନୀତି ପରିବର୍ତ୍ତନ କରିଛନ୍ତି। ଗୋଟିଏ ପରେ ଗୋଟିଏ ଅଘଟଣ ଘଟାଇ ଚାଲିଛନ୍ତି। ମାତ୍ର ୧୬  ମଧ୍ୟରେ ୧୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଏଥିରେ ଶିକ୍ଷକ, ଗୁପଚୁପ ବିକାଳୀ ଓ ଶ୍ରମିକ ମଧ୍ୟ ସାମିଲ ରହିଛନ୍ତି। ତେବେ ଯେତ‌େବେଳେ ଜଣେ ସାଧାରଣ ରୋଜଗାରିଆ ବ୍ୟକ୍ତି ଆକସ୍ମିକ ମୃତ୍ୟୁର ସାମ୍ନା କରୁଛି, ତା’ର ପରିବାର ବେସାହାରା ହୋଇଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments