Wednesday, September 18, 2024
Homeଚାକିରି…ଲୋଭ…ଠକେଇର ଶିକାର
Array

ଚାକିରି…ଲୋଭ…ଠକେଇର ଶିକାର

ଭୁବନେଶ୍ବର: ଲୋଭ ମଣିଷକୁ ଗ୍ରାସ କରିବାର ଅନ୍ୟ ଏକ କାରଣ। ଧରନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଯେପରିକି ଶରୀରକୁ ଯନ୍ତ୍ରଣା ମିଳିଥିାଏ, ସେହିପରି ଅନାବଶ୍ୟକ ହେଉ ଅଥବା ଅପରିଚିତ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଆଶା କରିବା ଯୋଗୁଁ ମନକୁ କଷ୍ଟ ହୋଇଥାଏ। ପ୍ରଥମ ଜିନିଷଟା ବ୍ୟକ୍ତି ନିଜ ଭିତରେ ହିଁ ନିୟନ୍ତ୍ରଣ କରିପାରିବ। କିନ୍ତୁ ଦ୍ବିତୀୟ ଜିନିଷ ଯେହେତୁ ଅନ୍ୟ ବ୍ୟକ୍ତି ମାଧ୍ୟମରେ ହେଉଛି, ସେଥିରୁ ବର୍ତ୍ତିବାକୁ ହେଲେ ସତକର୍ତା ଅବଲମ୍ବନ କରାଯିବା ଉଚିତ। ଯଦି ସମୟ ଥିବା ପୂର୍ବରୁ ସତର୍କତା ଅବଲମ୍ବନ ନ କରିବେ ତା’ହେଲେ ଠକେଇର ଶିକାର ହେବା ସୁନିଶ୍ଚିତ।

ଅନାବଶ୍ୟକ ଲୋଭ ହେଉଛି ଠକେଇର ଅନ୍ୟତମ ପ୍ରମୁଖ କାରଣ। ଆଜିର ସମାଜରେ ଲୋକଙ୍କ ପାଖରେ ସବୁକିଛି ଥାଇ ମଧ୍ୟ ସେମାନେ ଆହୁରି ଅଧିକ ଲୋଭ କରୁଛନ୍ତି। ଲୋଭୀ ମଣିଷ ଯେତେବେଳେ ଠକଙ୍କ ହାବୁଡ଼ରେ ପଡ଼ିଯାଉଛନ୍ତି, ସେମାନେ ପାନେ ପାଉଛନ୍ତି। କିନ୍ତୁ ଏହା ପୂର୍ବରୁ ବହୁକିଛି ହରାଇ ସାରିଥିବା  ବେଳେ ମାନସିକ ଚିନ୍ତା ବଢ଼ାଇ ସାରୁଛନ୍ତି। ବିଗତ କିଛି ବର୍ଷ ହେବ ରାଜ୍ୟରେ ଠକେଇ ବଢ଼ିଯାଇଛି। ବିଶେଷ କରି ଅନ୍ଲାଇନ୍ ଠକେଇ ମାଧ୍ୟମରେ ଅନେକ ଲୋକ ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହେଉଛନ୍ତି। ବିନା ପରିଶ୍ରମରେ ଓ କମ ସମୟ ମଧ୍ୟରେ ବଡ଼ ଲୋକ ହେବା ସ୍ବପ୍ନ ଯୋଗୁଁ ଲୋକେ ଠକଙ୍କ ଜାଲରେ ପଡ଼ିଯାଉଛନ୍ତି।

ଚାକିରି ଆଶାରେ ୩୦ ଲକ୍ଷ ହରାଇଲେ

ଝିଅକୁ ସରକାରୀ ଚାକିରିରେ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳର  ପୂର୍ବତନ ଶିକ୍ଷା ଅଧିକାରୀ ସ୍ବର୍ଗତ କୃଷ୍ଣ ନାୟକଙ୍କ ପତ୍ନୀ ରମ୍ଭା ନାୟକ ୩୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ସ୍ମୁତିରଂଜନ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ରାୟଗଡାର ଅତିରିକ୍ତ ବିଇଓ ପରିଚୟ ଦେଇ ରମ୍ଭାଙ୍କ ନିକଟରେ ଜଣେ ଠକ ପ୍ରଥମେ ବିଶ୍ବାସ ଜନ୍ମାଇଥିଲା। ସେ କୃଷ୍ଣ ନାୟକଙ୍କୁ ଚିହ୍ନିଥିବା କହି ଝିଅକୁ ଚାକିରି କରାଇ ଦେବାକୁ ଅନେକ ଥର  ଅନୁରୋଧ କରିଥିଲା। ଦୀର୍ଘ ୯ ମାସ ଭିତରେ ବିଭିନ୍ନ ସମୟରେ ୩୦ ଲକ୍ଷ ଟଙ୍କା ନେଇଯାଇଥିଲା। ରେଳବାଇରେ ଚାକିରି କରାଇ ଦେବା ପ୍ରତିଶ୍ରୁତି ମିଥ୍ୟାରେ ପରିଣତ ହେବା ପରେ ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ସ୍ମୁତିରଂଜନ ଗିରଫ ହୋଇଛି। ସ୍ମୁତିରଂଜନ ଗିରଫ ହେଲା ପରେ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆହୁରି ଅନେକ ଲୋକଙ୍କୁ ଠକିଥିଲା।

ବଦଳି ଆଶାରେ ୩୪ ଲକ୍ଷ ଗଣିଲେ

ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ସୌଭାଗ୍ୟ ରଂଜନ ମହାପାତ୍ରଙ୍କ ବଦଳି କରିବା ପାଇଁ ତାଙ୍କର ତଥା ସେନାରୁ ଅବସରପ୍ରାପ୍ତ ତଥା ସ୍ବର୍ଗତ ରତ୍ନାକର ମହାପାତ୍ରଙ୍କ ପତ୍ନୀ ଠକେଇର ଶିକାର ହୋଇଛନ୍ତି। ଭଦ୍ରକ ଜିଲ୍ଲା ସାବରଂଗ ଥାନା ଅଞ୍ଚଳର ଶିକ୍ଷକ ସୌଭାଗ୍ୟଙ୍କୁ ତାଙ୍କ ଘର ପାଖକୁ ବଦଳି କରାଇ ଦେବାର ପ୍ରତିଶ୍ରୁତି ଦେଇ ସଂଗ୍ରାମ କେଶରୀ ବାରିକ୍ ନାଁରେ ଜଣେ ଯୁବକ ୩୪ ଲକ୍ଷ ଟଙ୍କା ଠକିନେଇଛି। ଅଭିଯୁକ୍ତ ଯୁବକ ଜଣେ ଠକ ହୋଇଥିବାରୁ ସେ ସୌଭାଗ୍ୟଙ୍କ ବଦଳି କରାଇବାରେ ବିଫଳ ହୋଇଥିଲା। କିନ୍ତୁ ସୌଭାଗ୍ୟଙ୍କ ମା’ ସଂଗ୍ରାମଙ୍କୁ ବାରମ୍ବାର ଫୋନ୍ କରିବାରୁ ଖରାପ ଭାଷାରେ ଗାଳି ଦେଇଥିଲା। ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଖସି ଯାଉଛନ୍ତି ଠକ

ଆଜିର ଠକମାନେ ହଜାରରେ ସନ୍ତୁଷ୍ଟ ନୁହଁନ୍ତି। ସେମାନେ ବଡ଼ଧରଣର ମାଛ ଧରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପ୍ରଥମେ ବଡ଼ ଯୋଜନା କରୁଛନ୍ତି। ଏହା ପରେ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କ ନିକଟତ ତଥା ବିଶ୍ବାସର ପାତ୍ର ହେଉଛନ୍ତି। ସମୟ ସୁବିଧା ଦେଖି ଲକ୍ଷ ଲକ୍ଷ ଟଙ୍କା କମ ସମୟ ମଧ୍ୟରେ ଠକି ନେଇ ଫେରାର ହୋଇଯାଉଛନ୍ତି। ସେଥିରୁ କିଛି ପୋଲିସ ହାତରେ ଧରାପଡୁଥିବା ବେଳେ ଆହୁରି ଅନେକ ଖସିଯିବାରେ ସଫଳ ହେଉଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments