Thursday, January 23, 2025
Homeଖବରପ୍ରମୁଖ ଖବରଚୀନ୍‌ରେ ନୂଆ ରୋଗ: ଦେଶବାସୀ ଭୟଭୀତ

ଚୀନ୍‌ରେ ନୂଆ ରୋଗ: ଦେଶବାସୀ ଭୟଭୀତ

ଭୁ‌ବନେଶ୍ବର: କରୋନାର ପ୍ରଭାବ ଦେଖିଲା ପରେ ଏବେ ବିଶ୍ବବାସୀ ମହାମାରୀର ନାମ ଶୁଣିଲେ ଭୟଭୀତ ହୋଇଯାଉଛନ୍ତି। କୋଭିଡ-୧୯ କାରଣରୁ ଚୀନ, ଆମେରିକା ସହିତ ଆହୁରି ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ରରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ଏପରିକି ଶହଶହ ପରିବାର ଶୂନ୍ୟ ହୋଇଯାଇଛି। ଏହି ରୋଗକୁ ଲୋକେ ଭୁଲି ନଥିବା ବେଳେ ଚୀନରେ ପୁଣି ଏକ ଭୟଙ୍କର ରୋଗ ବ୍ୟାପିବା ଆରମ୍ଭ କରିଦେଇଛି। ଏହି ରିପୋର୍ଟ ପ୍ରକାଶ ପାଇଲା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ିଯାଇଛି। ବିଶେଷ କରି ଏହି ରୋଗ ସ୍କୁଲ ପିଲାଙ୍କ ଠାରେ ଦେଖାଯାଇଛି।

ଚୀନ ସମେତ ବିଶ୍ବର ଅନେକ ଦେଶରେ କରୋନାର ପ୍ରଭାବ ଏବେ ବି ରହିଛି। କାରଣ କିଛି ଦେଶର ଆର୍ଥିକ ଅବସ୍ଥାକୁ କରୋନା ବହୁତ ଖରାପ କରିଦେଇଛି। ତେଣୁ ସେହି ଖରାପ ସମୟକୁ ଲୋକେ ପୁଣି ମନେ ପକାଇବା ଆରମ୍ଭ କରିଦେଇଛନ୍ତି। କରୋନା ଯେତେ‌ବେଳେ ପ୍ରାରମ୍ଭିକ ଅବସ୍ଥାରେ ଥିଲା, ସେହି ସମୟରେ ଏହି ମହାମାରୀକୁ ନିମୋନିଆର ପାଖାପାଖି ରୋଗ ବୋଲି କୁହାଯାଉଥିଲା। ଜ୍ବର ସହିତ କାଶ, ଥଣ୍ଡା ଓ ଶ୍ବାସକ୍ରିୟାରେ ଅସୁବିଧା ଥିଲା କରୋନାର ପ୍ରାରମ୍ଭିକ ଲକ୍ଷଣ।

ବନ୍ଦ ହୋଇପାରେ ସ୍କୁଲ

ରହସ୍ୟମୟୀ ନିମୋନିଆ ଭଳି ଜଣାପଡୁଥିବା ନୂଆ ରୋଗ ଉତ୍ତର-ପୂର୍ବ ବେଜିଂ ଓ ଲିଆଓନିଙ୍ଗର ହସ୍‌ପିଟାଲରେ ଦେଖିବାକୁ ମିଳୁଛି। ତେବେ ଅବସ୍ଥା ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ଭିତ୍ତିଭୂମି ଉପରେ ବଡ଼ ପ୍ରଭାବ ପକାଇଛି। କାରଣ ରୋଗୀଙ୍କ ତୁଳନାରେ ରୋଗ ପରୀକ୍ଷା କରିବା ପାଇଁ ଯନ୍ତ୍ରପାତି ଓ ଅନ୍ୟ ମେଡିକାଲ ସାମଗ୍ରୀ କମ୍‌ ପଡ଼ିଯାଉଛି। ସଂକ୍ରମଣ ବଢୁଥିବାରୁ ସରକାର ସ୍କୁଲ ବନ୍ଦ ରଖିବାକୁ ଯୋଜନା କରୁଛନ୍ତି। ରୋଗ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ଚେତାବନୀ ଜାରି କରାଯାଇଛି। ଏକ ଓପନ ଏକ୍ସେସ ପ୍ରୋମେଡ ଆଲର୍ଟ ସଂସ୍ଥା କହିଛି ଯେ, ଏହି ରୋଗ କେବଳ ଶିଶୁମାନଙ୍କ ଠାରେ ଦେଖିବାକୁ ମିଳୁଛି।

‘ପ୍ରୋମେଡ’ର ସତର୍କ ଘଣ୍ଟି

ସୂଚନାଯୋଗ୍ୟ, ‌ପ୍ରୋମେଡ ୨୦୧୯ ଡିସେମ୍ବର ଶେଷ ସପ୍ତାହରେ କୋଭିଡ ନେଇ ସତର୍କ ସୂଚନା ଦେଇଥିଲା। ପରେ ଏସ୍‌ଏଆରସି-କୋଭିଡ-୨ ଭାବେ ଚିହ୍ନଟ ହୋଇଥିଲା। ସଂସ୍ଥା ଦ୍ବାରା ସତର୍କ ଘଣ୍ଟି ବାଜିଲା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଉଚ୍ଚସ୍ତରୀୟ ଅଧିକାରୀ, ମେଡିକାଲ ପ୍ରଫେସର ଓ ବୈଜ୍ଞାନିକମାନେ ସତର୍କ ହୋଇଯାଇଥିଲେ। ଆଲର୍ଟ ଜାରି କରିଥିବା ସଂସ୍ଥା ପ୍ରୋକେଡ ଆଲର୍ଟ କହିଥିଲା ଯେ, ଏକ ଅଜଣା ରୋଗ ସଂପର୍କରେ ଆଲର୍ଟ କରାଯାଉଛି, ଯେଉଁ ରୋଗ କି ଶୁଙ୍ଘିବା ଶକ୍ତିକୁ ହ୍ରାସ କରିବ। ମାତ୍ର ସଂସ୍ଥା ତରଫରୁ କୁହାଯାଇ ନ ଥିଲା ଯେ, ଏହି‌ ରୋଗ କେବେ ଠାରୁ ଆରମ୍ଭ ହେବ। କିନ୍ତୁ ଏତେ ସଂଖ୍ୟାରେ ଶିଶୁଙ୍କ ଉପରେ ଖୁବ ଶୀଘ୍ର ପ୍ରଭାବ ପକାଇପାରିବ ନାହିଁ।

କ’ଣ କହିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଏହି‌ ରୋଗ ସଂପର୍କରେ ରିପୋର୍ଟ ଆସିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ ହୋଇଯାଇଛି। ଚୀନକୁ ବିସ୍ତୁତ ରିପୋର୍ଟ ମାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଚୀନର ସ୍ଥାନୀୟ ଗଣମାଧ୍ୟମ ନୂଆ ରୋଗ ସଂପର୍କରେ ଗତ ୧୩ ତାରିଖରେ କୁହାଯାଇଥିଲା। ଗତ ୨୧ ତାରିଖରେ ପ୍ରୋମେଡ ପକ୍ଷରୁ ଉତ୍ତର ଚୀନରେ ବ୍ୟାପିଥିବା ରୋଗ ସଂପର୍କରେ ସୂଚନା ଦିଆଯାଇଥିଲା। ତେଣୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂସ୍ଥା ଏହି ରୋଗ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଛି। କାରଣ କୋଭିଡ-୧୯ କାରଣରୁ ବିଶ୍ବବ୍ୟାପି ୬୯,୮୧,୨୬୩ ଜଣଙ୍କର ମୃତ୍ୟୁ ହୋଇଥିଲା। କୋଭିଡ-୧୯ରେ ୭୭ କୋଟି ୨୧ ଲକ୍ଷ ୬୬ ହଜାର ୫୧୭ ଜଣ ସଂକ୍ରମିତ ହୋଇଥିଲେ। ୧୩୫୩ କୋଟି ୬୪ ଲକ୍ଷ ୨ ହଜାର ୯୩୨ ଜଣଙ୍କୁ କୋଭିଡ-୧୯ ଟିକା ପ୍ରଦାନ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments