Monday, November 4, 2024
Homeଛାତ ଉପରେ ଅଭାବନୀୟ ଘଟଣା
Array

ଛାତ ଉପରେ ଅଭାବନୀୟ ଘଟଣା

ଭୁବନେଶ୍ୱର: ପ୍ରତ୍ୟେକ ଜୀବଜନ୍ତୁ ପାଇଁ ଖାଦ୍ୟ ଓ ବାସସ୍ଥାନ ଅତ୍ୟାବଶ୍ୟକ ହୋଇଥାଏ । ଏହି ଦୃଷ୍ଟିକୋଣରୁ ମନୁଷ୍ୟ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଜରୁରୀ ହୋଇଥାଏ । ମଣିଷ ପାଇଁ ଉଦ୍ଦିଷ୍ଟ ଏହି ୩ଟି ଜିନିଷ ମଧ୍ୟରୁ ଖାଦ୍ୟକୁ କେବଳ ବ୍ୟକ୍ତି ଜାଣିପାରୁ ଥିଲେ ବି ବସ୍ତ୍ର ଓ ବାସଗୃହକୁ ଦେଖି ଅନ୍ୟମାନେ ଆକର୍ଷିତ, ପ୍ରଭାବିତ ଅଥବା ଇର୍ଷା କରନ୍ତି । ଧରନ୍ତୁ ଯଦି କେହି ବ୍ୟକ୍ତି ଭଲ ପୋଷାକ ଓ ବିଳାସପୂର୍ଣ୍ଣ ଘରରେ ରୁହନ୍ତି, ଅନ୍ୟମାନେ ପ୍ରଶଂସା କରନ୍ତି ଅଥବା ବିରୋଧୀମାନେ ସମାଲୋଚନା କରନ୍ତି । ବ୍ୟକ୍ତି ଜଣକ ଭଲ ପୋଷାକ ଓ ବିଳାସପୂର୍ଣ୍ଣ ଘର ନିର୍ମାଣ କରିବା ପାଇଁ କେଉଁଠାରୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ବୋଲି ସନ୍ଦେହ କରନ୍ତି ।

ଆଜିକାଲି ଦରଦାମ ଯେଭଳି ଭାବରେ ବଢ଼ି ଚାଲିଛି, ଜଣେ ସାଧାରଣ ଲୋକଙ୍କୁ ସମସ୍ତ ଖର୍ଚ୍ଚ ପରେ ଭଲ ଘର ଖଣ୍ଡେ କରିବା ସହଜ ନୁହେଁ । କିନ୍ତୁ ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ବେଆଇନ ସଂପତ୍ତି ଠୁଳ କରି ଏକାଧିକ ବହୁତଳ ଘର ନିର୍ମାଣ କରିପାରନ୍ତି । ଫଳରେ ସେମାନେ ଭିଜିଲାନ୍ସର ନଜରକୁ ଆସିଥାନ୍ତି । ଘରର ଛାତ ଥିବାରୁ ମନୁଷ୍ୟ ସମାଜକୁ ଖରା, ବର୍ଷାରୁ ସୁରକ୍ଷା ଦେଉଥିବା ଦେଉଥିବା ବେଳେ ଏହାରି ଉପରେ ବେଳେ ବେଳେ ଅନେକ ଅଭାବନୀୟ ଅଘଟଣ ଘଟୁଛି । ଛାତ ଉପରୁ ଡେଇଁ ଜୀବନ ହାରିବା ଘଟଣା ଆମ ସମାଜରେ ଏକ ସାଧାରଣ ବିଷୟ ପାଲଟିସାରିଛି । ସେହିପରି ଛାତ ଉପରେ ବିଭିନ୍ନ ସମୟରେ ଆହୁରି କେତେ ଅଘଟଣ ଘଟୁଛି ।

ଉପଜିଲ୍ଲାପାଳଙ୍କ ପଡୋଶୀ ଘର ଛାତରେ ଟଙ୍କା ବିଡ଼ା

ନବରଗଂପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର କାନନ ବିହାରସ୍ଥିତ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଚଢ଼ଉ କରିଥିଲା । ଏହି ସମୟରେ ପ୍ରଶାନ୍ତ କୁମାରଙ୍କ ପଡୋଶୀଙ୍କ ଛାତ ଉପରୁ କିଛି ଶବ୍ଦ ଶୁଭିଥିଲା । ଶବ୍ଦ ଶୁଣିଲା ପରେ ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡୋଶୀଙ୍କ କଲିଂ ବେଲ୍ ଚିପିଥିଲେ । ଭିଜିଲାନ୍ସ ଟିମ୍ ସିଧାସଳଖ ପଡୋଶୀଙ୍କ ଛାତ ଉପରକୁ ଯାଇଥିଲେ ଏବଂ ସେଠାରୁ ୫୦୦ ଟଙ୍କିଆ ଭର୍ତ୍ତି ଥିବା ୬ଟି ପ୍ୟାକେଜ ଜବତ କରିଥିଲେ । ଛାତ ଉପରୁ ଯେଉଁ ଟଙ୍କା ମିଳିଥିଲା, ତାହାର ପରିମାଣ ନଗଦ ୨ କୋଟି ଟଙ୍କା। ଏତଦ୍‌ ବ୍ୟତୀତ ଶ୍ରୀ ରାଉତଙ୍କ ଠାରୁ ଆହୁରି ନଗଦ କୋଟିଏ ଟଙ୍କା ଓ ଅନ୍ୟ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ ହୋଇଛି। ଶ୍ରୀ ରାଉତ ଭିଜିଲାନ୍ସ ଟିମ୍‌ର ଚଢ଼ଉ ନେଇ ସୂଚନା ପାଇବା ପରେ ପରିବାର ଲୋକଙ୍କ ଦ୍ୱାରା ପଡୋଶୀ ଘର ଛାତ ଉପରକୁ ଟଙ୍କା ଫିଙ୍ଗି ଦେବା ପାଇଁ କହିଥିଲେ । ଅନ୍ୟପଟରେ ପରିବାର ଲୋକେ ଟଙ୍କା ବାବଦରେ କିଛି ଜାଣି ନଥିବା କହୁଛନ୍ତି । ଛାତ ଉପରେ କୋଟି କୋଟି ଟଙ୍କା ମିଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି ।

ଘର ଭିତରେ ୫, ଛାତରୁ ଜଣେ ଜୀବନ ହାରିଲେ

୨୦୧୮ ଜୁଲାଇ ୧୫ ଝାଡ଼ଖଣ୍ଡର ହଜାରିବାଗର ଏକ ଘରରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଜବତ ହୋଇଥିଲା । ମୃତକମାନଙ୍କ ଭିତରେ ୨ ଜଣ ମହିଳା, ୨ ଜଣ ପୁରୁଷ ଏବଂ ଅନ୍ୟ ଦୁଇଜଣ ଛୋଟ ପିଲା । ଋଣଭାର ଅତ୍ୟଧିକ ଯୋଗୁଁ ସେମାନେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏକ ସୁଇସାଇଡ ନୋଟ ମିଳିଥିଲା । ତେବେ ମୃତକମାନଙ୍କ ମଧ୍ୟରୁ ୫ ଜଣ ବେକରେ ଦଉଡି ନିଜ ଜୀବନ ଶେଷ କରିଥିଲା ବେଳେ ଅନ୍ୟ ଜଣେ ଛାତକୁ ମାଧ୍ୟମ କରିଥିଲେ । ସେ ଛାତ ଉରୁ ଡେଇଁ ଜୀବନ ହାରିଥିଲେ ।  

ମସ୍‌ଜିଦ ଛାତରେ ନାବାଳିକାର ମୃତଦେହ

୨୦୧୮ ନଭେମ୍ବର ୧୩ ତାରିଖର ଘଟଣା । ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ରୁଣକେତ କଚରା ଥୋକ କଲୋନିରେ ଜଣେ ମହିଳା ନିଜ କଅଁଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ଏକ ମାଙ୍କଡ଼ ଝାମ୍ପିନେଇ ପଡୋଶୀ ଘର ଛାତ ଉପରକୁ ନେଇଯାଇଥିଲା ଏବଂ ସଠୋରେ କଚାଡ଼ି ଦେଇଥିଲା । ୧୨ ଦିନର ଶିଶୁପୁତ୍ର ଆରୁଶକୁ ମାଙ୍କଡଟି ଝାମ୍ପି ନେଇ କଚାଡ଼ି ପରେ ମାଙ୍କଡ଼ଟି ଜଣେ ୧୪ ବର୍ଷୀୟ ନାବାଳିକାକୁ ଆକ୍ରମଣ କରିଥିଲା । ସେହିବର୍ଷ ଅକ୍ଟୋବର ୭ ତାରିଖ ଦିନ ଗାଜିଆବାଦ ଜିଲ୍ଲା ମୁରୁଦାନଗରରେ ଏକ ମସଜିଦ ଛାତ ଉପରୁ ଜଣେ ୭ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଥିଲା । ମସଜିଦ ଭଳି ଏକ ପବିତ୍ର ସ୍ଥାନରେ ନାବାଳିକାର ମୃତହେଦ ମିଳିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments