Tuesday, September 10, 2024
Homeଜନସାଧାରଣ ଯେତେବେଳେ ହିଂସ୍ର ହୁଅନ୍ତି
Array

ଜନସାଧାରଣ ଯେତେବେଳେ ହିଂସ୍ର ହୁଅନ୍ତି

ଭୁବନେଶ୍ବର: ଗଣତନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତା ହେଉଛି ଭଗବାନ। ଯେଉଁ ଦେଶରେ ସାଧାରଣ ଜନତାର ପ୍ରତିଟି ଅସୁବିଧା ଯଦି ସହଜରେ ପୂରା ହୋଇପାରୁଛି, ସେହିଠାରେ ଗଣତନ୍ତ୍ର ସଠିକ୍ ଭାବେ ପରିଚାଳିତ ହେଉଛି ବୋଲି କୁହାଯାଇପାରିବ। ତେବେ ଗଣତନ୍ତ୍ରକୁ ସଫଳ ରୂପେ ପରିଚାଳନା କରିବା ପାଇଁ ସରକାର, ପ୍ରଶାସନ ଏବଂ ନେତାଙ୍କ ମଧ୍ୟରେ ଭଲ ସମନ୍ବୟର ଆବଶ୍ୟକତା ରହିଛି। କାରଣ ସାଧାରଣ ଜନତାଙ୍କୁ ଠିକ୍ ଭାବେ ଶାସନ କରିବାକୁ ହେଲେ ଏହି ୩ଟି ମଧ୍ୟରେ ଉତ୍ତମ ବୁଝାମଣାର ନିହାତି ଦରକାର ଅଛି।

ସାଧାରଣ ଜନତାଙ୍କ ପାଇଁ ପ୍ରଶାସକ ଓ ନେତା ହେଉଛନ୍ତି ପୂଜାରୀ ଓ ସେବକ ସଦୃଶ। ସରକାର ଓ ପ୍ରଶାସନର କାମ ହେଉଛି ସାଧାରଣ ଜନତାଙ୍କର ଅଭାବ ଓ ଅସୁବିଧାକୁ ଦୂର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ଦେଶର ଜନତା ଯେପରି ପ୍ରଶାସନ ଦ୍ବାରା ଅବହେଳିତ ନ ହୁଏ, ସେହି ଦିଗରେ କାମ କରିବା। ସରକାର ଓ ପ୍ରଶାସନର ଦାୟିତ୍ବ ଏତିକିରେ ଶେଷ ହୋଇନାହିଁ। ବିଶୃଙ୍ଖଳିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ବଡ଼ ଦାୟିତ୍ବ ରହିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଏହାରି ଉପରେ ଯତ୍ନବାନ ହେବା ଉଚିତ।

ପୁଲିସକୁ ବିରୋଧ

କ୍ଷମତାର ଯେତେବେଳେ ଦୂରୁପଯୋଗ ହୋଇଥାଏ, ସେହି ସମୟରେ ସମାଜର ଅବହେଳିତ ଓ ପଛୁଆ ବର୍ଗର ଲୋକଙ୍କୁ ନର୍ଯ୍ୟାତନର ଶିକାର ହୋଇଛି। ଭାରତୀୟ ଗଣତନ୍ତ୍ରରେ ଏଭଳି ଦୁର୍ନୀତିଖୋର ପ୍ରଶାସକ ଓ ନେତାଙ୍କର ଅଭାବ ନାହିଁ। କ୍ଷମତାରେ ଥିବା ସମୟରେ ଏହି ପ୍ରକାର ଲୋକେ ନୀରିହ ଜନତାଙ୍କୁ ଶୋଷଣ କରିବାକୁ ପଛାନ୍ତି ନାହିଁ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଯଦିଓ ସାଧାରଣ ଜନତା ଯଦିଓ ସବୁ କିଛି ସହ୍ୟ କରନ୍ତି, କିନ୍ତୁ କିଛି କମ ସ୍ଥାନରେ ବିରୋଧ କରୁଥିବାର ମଧ୍ୟ ଉଦାହରଣ ରହୁଛି। ଓଡ଼ିଶାର ଗଜପତି ଜିଲ୍ଲା ଏବଂ ପଡୋଶୀ ପଶ୍ଚିମବଙ୍ଗର କୋଲକାତା ମହାନଗରରେ ଚଳିତ ମାସ ୧୩ ତାରିଖରେ ଏହାର ଜ୍ବଳନ୍ତ ଉଦହରଣ ଦେଖିବାକୁ ମିଳିଛି। ଏହି ୨ଟି ସ୍ଥାନରେ ଲୋକଙ୍କର ହ୍ରିଂସ ରୂପ ଦେଖିବାକୁ ମିଳିଛି।

ମାଡ଼ ଖାଇଲେ ୮ ପୁଲିସ ବାବୁ

ପୁଲିସ ବାବୁମାନେ ରାତିଅଧିଆ ଗଞ୍ଜେଇ ଧରପଗଡ଼, ମିଥ୍ୟା ମାମଲା ରୁଜୁ ଓ ଜଣେ ଯୁବକଙ୍କୁ ଗିରଫତାରୀକୁ ବିରୋଧ କରି ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ୬ଟି ପଞ୍ଚାୟତର ଆଦିବାସୀମାନେ ହିଂସ୍ର ରୂପ ଧାରଣ କରିଥିଲା। ପୁଲିସକୁ କଡ଼ା ଜବାବ ଦେଥେିଲେ। ଉତ୍ତ୍ୟକ୍ତ ଆଦିବାସୀମାନେ ଥାନାର ଫାଟକ ଭାଙ୍ଗି ଭିତରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଜିନିଷପତ୍ର, ଦସ୍ତାବିଜ୍ ଓ ଚେୟାରଟେବୁଲ୍ ସବୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ସେମାନଙ୍କର ରାଗ ସେତିକିରେ ସୀମତି ରହି ନ ଥିଲା। ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ, ଯେଉଁଥିରେ କି ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମସ୍ୟା ସମାଧାନ କରୁନି ପୁଲିସ!

ଅଡ଼ବା ପୁଲିସ ଗତ ୧୧ ତାରିଖରେ ପାଟ୍ରୋଲିଂ କରୁଥିବା ସମୟରେ ଝରଣପୁର ନିକଟରୁ ୬ଟି ପ୍ଳାଷ୍ଟିକ୍ ବ୍ୟାରେଲ୍ରୁ ୨୦୭ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଏଥିରେ ସଂପୃକ୍ତ ବିଶ୍ବନାଥ ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାସହ ବିଶ୍ବନାଥଙ୍କ ଘରେ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇଥିଲା। ଏହାକୁ ୬ଟି ପଞ୍ଚାୟତରୁ ୨୦୦ରୁ ଅଧିକ ମହିଳା ଓ ପୁରୁଷ ବିରୋଧ କରିଥିଲେ। ଥାନା ଆଗରେ ପହଞ୍ଚି ଧାରଣାରେ ବସିଥିଲେ। ଆଉ ବିଶ୍ବନାଥଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ଦାବି କରିଥିଲେ। କିନ୍ତୁ କୌଣସି ଅଧିକାରୀ ଓ କର୍ମଚାରୀ ଆଲୋଚନା ପାଇଁ ଆସି ନଥିଲେ। ଫଳରେ ସମସ୍ତେ ଏକାଠି ହୋଇ ଥାନା ଫାଟକ ଭାଙ୍ଗି ଭିତରେ ଧସେଇ ପଶିଥିଲେ।

ମମତା ସରକାର ବିରୋଧରେ ଝଡ଼

ନିକଟରେ ବିଜେପି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବିରୋଧରେ ବିଜେପି ‘ନବାନ୍ନ’ (ରାଜ୍ୟ ସଚିବାଳୟ) ଚଲୋ ଅଭିଯାନ’ କରିଥିଲା। ବିଜେପିର ରାଲି ସମୟରେ  ଦଳୀୟ କର୍ମୀ ଏବଂ ପଶ୍ଚିମବଙ୍ଗ ପୁଲିସ ମଧ୍ୟରେ କେନ୍ଦ୍ରୀୟ କୋଲକାତାର ବୁରାବଜାର ଅଂଚଳରେ ଅନେକ ସ୍ଥାନରେ ସଂଘର୍ଷ ମଧ୍ୟ ହୋଇଥିଲା। କୋଲକାତାରେ ଏହି ପ୍ରଦର୍ଶନ ସମୟରେ ଆନ୍ଦୋଳନକାରୀ ଏକ ପୁଲିସ ଗାଡିରେ ନିଆଁ ଲଗାଇଦେଇଥିଲେ। ଏହା ବ୍ୟତୀତ ହାୱଡାରେ ପୁଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ। ମଙ୍ଗଳବାର ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି ସମର୍ଥକମାନେ କୋଲକାତା ଏବଂ ହାୱଡାରେ ପହଞ୍ଚିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments