Monday, September 9, 2024
Homeଜନ୍ମମାଟିରେ ଖେଳାଳି: ଉତ୍ସାହ ଦେଖିଲା ହକିର ଅନ୍ତୁଡ଼ିଶାଳ
Array

ଜନ୍ମମାଟିରେ ଖେଳାଳି: ଉତ୍ସାହ ଦେଖିଲା ହକିର ଅନ୍ତୁଡ଼ିଶାଳ

ଭୁବନେଶ୍ୱର: ସୁନ୍ଦରଗଡ଼ରେ ହକି ଖେଳ ପାଇଁ ଖେଳାଳି ସାଧନା କରନ୍ତି। ଅନେକ ବର୍ଷ ପୂର୍ବରୁ ଜିଲ୍ଲାରେ ହକି ଖେଳକୁ ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଗୁରୁତ୍ୱ ଦେଇ ଆସୁଛନ୍ତି। ଏପରିକି ବୃଦ୍ଧମାନେ ମଧ୍ୟ ହକି ବାଡ଼ି ଦେଖିଲେ ଭେଣ୍ଡିଆ ପିଲା ଭଳି ଉତ୍ସାହିତ ହୋଇଥାନ୍ତି। ବାସ୍ତବରେ ଏଠାକାର ଭଲ ପାଇବା ଯୋଗୁଁ ହକିକୁ ସୁନ୍ଦରଗଡ଼ର ଅନ୍ତୁଡ଼ିଶାଳ କୁହାଯାଇଥାଏ। ସୁନ୍ଦରଗଡ଼ରେ ଏଭଳି ଗାଁ ଅଛି, ଯେଉଁଠି ବିବାହ ଉତ୍ସବରେ ବର-କନ୍ୟାଙ୍କୁ ହକି ବାଡ଼ି ଉପହାର ସ୍ୱରୂପ ଦିଆଯାଇଥାଏ। ହକି ଏଠାକାର ପିଲାଙ୍କର ଜୀବନ।

ହକି ଖେଳ ପାଇଁ ଅଗଷ୍ଟ ୨୧ ତାରିଖରେ ସୁନ୍ଦରଗଡ଼ରେ ଉତ୍ସବର ମାହୋଲ ଦେଖାଯାଇଛି। ଅନ୍ତର୍ଜାତୀୟ କ୍ରୀଡ଼ାବିଦ୍‌ ବୀରେନ୍ଦ୍ର ଲାକ୍ରା, ଅମିତ ରୋହୀଦାସ, ନମିତା ଟପ୍ପୋ ଓ ଦୀପଗ୍ରେସ୍‌ ଏକ୍କା ସୁନ୍ଦରଗଡ଼ରେ ପହଚଂବା ପରେ ସହରବାସୀ ସ୍ଥାନୀୟ ପାରିଜାତ ପାର୍କରେ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ଏଭଳି ଦିଆଯାଇଥିଲା, ଯାହାକି ଏକ ମହୋତ୍ସବ ଠାରୁ କମ ନଥିଲା। ଉତ୍ସାହରେ ସହର ସାରା ଉଛୁଳି ପଡୁଥିଲା। ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଉଥିଲେ। ଖେଳାଳିମାନଙ୍କୁ ମଧ୍ୟ ଏତେ ଖୁସି ଲାଗୁଥିଲା ଯେ, ତାଙ୍କୁ ପୂର୍ବରୁ ଏଭଳି ସମ୍ମାନ ଓ ଭଲପାଇବା ମିଳି ନଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏଥି ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା।  ଜନ୍ମମାଟିରେ ପହଞ୍ଚିବା ପରେ ଖେଳାଳିଙ୍କ ସହିତ କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲୀପ ର୍ତିକୀ ବି ଦେଖାଯଇଥିଲେ।

ଦୀର୍ଘ ବର୍ଷ ପରେ ମିଳିଲା ଫଳ

ବର୍ଷ ବର୍ଷ ଧରି ସୁନ୍ଦରଗଡ଼ରେ ହୋଇ ଆସୁଥିବା ସାଧନାର ଫଳାଫଳ ଅଳ୍ପ କିଛି ଦିନ ପୂର୍ବରୁ ମିଳିଛି। ଭାରତୀୟ ପୁରୁଷ ହକି ଟିମ୍‌ ଗତ ଅଗଷ୍ଟ ୮ ତାରିଖରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ରେ କାଂସ୍ୟ ପଦକ ଜିତିଛି, ଯେଉଁ ଦଳରେ ଓଡ଼ିଶାର ୨ ଜଣ ଯୁବ ପ୍ରତିଭା ସାମିଲ ଥିଲେ। ସେହିପରି ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲ ଖେଳିବାକୁ ସୁଯୋଗ ପାଇଥିଲା। ଏହି ଦଳରେ ଓଡ଼ିଶାର ନମିତା ଟପ୍ପୋ ଓ ଦୀପଗ୍ରେସ୍‌ ଏକ୍କା ସାମିଲ ଥିଲେ।  

ସାରା ଦେଶରେ ସ୍ୱାଗତ-ସମ୍ବର୍ଦ୍ଧନା

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରଶଂସନୀୟ ପ୍ରଦର୍ଶନ ପରେ ଖେଳାଳିମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଉଛି। ନିକଟରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୪ ଜଣ ଅନ୍ତର୍ଜାତୀୟ ହକି ତାରକାଙ୍କ ସହିତ ଭାରତୀୟ ପୁରୁଷ ଓ ମହିଳା ଦଳର ହକି ଖେଳାଳିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। କେବଳ ଓଡ଼ିଶାରେ ନୁହେଁ, ଦିଲ୍ଲୀ, ପଂଜାବ, ହରିୟାଣାରେ ମଧ୍ୟ ଖେଳାଳିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

କାରକେଡରେ ସୁନ୍ଦରଗଡ଼ ଗଲେ ଖେଳାଳି

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ୪ ଖେଳାଳି ଓହ୍ଲାଇବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ କ୍ରୀଡା ବିିଭାଗର ଅଧିକାରୀମାନେ ସ୍ୱାଗତ କରିଥିଲେ। ଖେଳାଳିମାନଙ୍କୁ ୨୨ କିଲୋମିଟର ଦୂର ସୁନ୍ଦରଗଡ଼କୁ ଏକ ସ୍ୱତନ୍ତ୍ର କାରକେଡରେ ପାଛୋଟି ନିଆଯାଇଥିଲା। ସୁନ୍ଦରଗଡ଼ ସହରରେ ପହଂଚିବା ପରେ ପାରଂପରିକ ବାଦ୍ୟ ‘ଦୁଲଦୁଲି’ର ତାଳେତାଳେ ବାଇକ ଶୋଭାଯାତ୍ରାରେ ହକି ତାରକାମାନଙ୍କୁ ସହର ପରିକ୍ରମା କରାଯାଇଥିଲା। ଟୋକିଓ ଅଲିମ୍ପିକ୍‌ ଖେଳିବା ପରେ ହକି ଖେଳାଳିମାନଙ୍କ ପ୍ରଥମ ସୁନ୍ଦରଗଡ଼ ଗସ୍ତ ଥିବାରୁ ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ର ସ୍କୁଲ, ବିଭିନ୍ନ ଛକ, ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଅପରାହ୍ନରେ ବିକାଶ ଭବନରେ ହକି ତାରକାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments