ଭୁବନେଶ୍ୱର: ଜେଲର ନାଁ ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ । କଏଦୀ ଜୀବନ ଆଖି ଆଗରେ ଝଲସି ଉଠିଥାଏ । କିନ୍ତୁ ଏବେ ଜେଲର ସ୍ୱରୂପ ପୂରା ବଦଳି ଯାଇଛି । ଅପରାଧୀଙ୍କ ପାଇଁ କୌଣସି ପ୍ରକାର ଫରକ ପଡୁନାହିଁ । ଆଜିର ଦିନରେ ଜେଲର ସ୍ୱରୂପ ବଦଳିଯାଇଛି । କଏଦୀଙ୍କୁ ଯନ୍ତ୍ରଣା ଦିଆଯାଉ ନାହିଁ । ବରଂ ଅପରାଧୀର ବ୍ୟବହାର, ଚରିତ୍ର, ମାନସିକତାରେ ପରିବର୍ତ୍ତନ ପାଇଁ ଶିକ୍ଷା ଦିଆଯାଉଛି । ଜେଲ ପରିସରରୁ ଅଧିକାଂଶ କଏଦୀ ଯେତେବେଳେ ମୁକ୍ତ ହେଉଛନ୍ତି, ସେମାନେ ସୁଜ୍ଞାନୀ, ପରିବର୍ତ୍ତନର ବାର୍ତ୍ତା ନେଇ ଘରକୁ ଯାଉଛନ୍ତି । ଅନେକ କଏଦୀ କୁହନ୍ତି ଯେ, ବାହାର ଦୁନିଆ ଅପେକ୍ଷା ଜେଲ ଭଲ । କାରଣ ସେମାନଙ୍କ ମତରେ ଜେଲ ଭିତରେ ମଣିଷର ଜୀବନ ଏକ କାର୍ଯ୍ୟସୂଚୀ ଅନୁସାରେ ପରିଚାଳିତ ହେଉଛି । ରୋଜଗାର ମଧ୍ୟ ମିଳୁଛି । ସେହିପରି ମଣିଷର ଜୀବନ ବ୍ୟବସ୍ଥିତ ହେଉଛି ।
ଆହୁରି ମଧ୍ୟ ଜେଲ ପରିସରରେ ଅଧିକାଂଶ ଗ୍ୟାଙ୍ଗଷ୍ଟର ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ଜେଲରେ ବନ୍ଦ ଅପରାଧୀ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିବା ସହିତ ଜେଲର ବନ୍ଦ କଳା କୋଠରୀ ମଧ୍ୟରେ ମଦ-କୁକୁଡ଼ା ଭୋଜି ମଧ୍ୟ କରୁଥିବା ଘଟଣା ସାମ୍ନାକୁ ଆସିଛି ।
୨୦୦ କୋଟି ଠକେଇ: ପତି-ପତ୍ନୀ ଗିରଫ
ଦିଲ୍ଲୀର ରୋହିଣୀ ଜେଲରେ ବନ୍ଦ ଥିବା ସୁକେଶ ଚନ୍ଦ୍ରଶେଖର ଏଆଇଡିଏମ୍କେ ପାର୍ଟିର ନିର୍ବାଚନ ଚିହ୍ନ ମାମଲାରେ ଅଭିଯୁକ୍ତ ଅଟେ । ସୁକେଶକୁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଂଚ ଗିରଫ କରିଥିଲା । ସୁକେଶ ରୋହିଣୀ ଜେଲରେ ରହି ୨୦୦ କୋଟି ଟଙ୍କାର ବଳପୂର୍ବକ ଅସୁଲି କରିଥିଲା ଏବଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର ଚେନ୍ନାଇସ୍ଥିତ ଘର ଉପରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ଜବତ କରିଥିଲା । ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର ପତ୍ନୀ ତଥା ତାମିଲ ଓ ତେଲୁଗୁ ଫିଲ୍ମର ଅଭିନେତ୍ରୀ ଲୀନା ମାରିଆ ପଲକୁ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧା ଶାଖା ଗିରଫ କରିଛି । ଅଭିନେତ୍ରୀ ଲୀନାଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି । ପୋଲିସ ଲୀନାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ।
ଜେଲ ଭିତରେ କଳା ସାମାଜ୍ୟ
ଜେଲ ଭିତରେ କଳା ସାମ୍ରାଜ୍ୟ ନୂଆଁ ଘଟଣା ନୁହେଁ । ଦେଶର ଅଧିକାରୀ, ରାଜନେତା ସଚ୍ଚୋର୍ଟ ନଥିବାରୁ ବର୍ଷ ବର୍ଷ ଧରି ଅପରାଧୀମାନେ ଜେଲ ଭିତରେ ଥାଇ କଳାକାରନାମା କରି ଆସୁଛନ୍ତି । ଜେଲର ଚାରି କାନ୍ଥ ମଧ୍ୟରେ କୁଖ୍ୟାତ ଅପରାଧୀ ଓ ଗ୍ୟାଙ୍ଗଷ୍ଟରମାନେ ଥିଲେ ବି ସେମାନଙ୍କ ସହଯୋଗୀମାନେ ବାହାରେ ଥାଇ ଦାବାବଟି ଅସୁଲି କରିଥାନ୍ତି । ଏହି ଦାଦାବଟିରୁ ବଡ଼ବଡ଼ିଆ ବାବୁଙ୍କ ପାଖକୁ ମଧ୍ୟ ଯାଉଥିବା ଚର୍ଚ୍ଚା ହୋଇଥାଏ । ଦାଉଦ୍ ଇବ୍ରାହୀମ, ଛୋଟା ରାଜନଙ୍କ ଠାରୁ ଏହି ଚେର ଲମ୍ବିଛି । ଓଡ଼ିଶାର କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଗତ କିଛି ମାସ ପୂର୍ବରୁ ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ହାଇଦର ଜେଲ ପରିସର ଭିତରେ ଥିବା ବେଳେ ତାର ଏକ ନେଟୱର୍କ ବାହାରେ କାମ କରୁଥିଲା । ହାଇଦରର ଗୋଷ୍ଠୀ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟୀଙ୍କ ଠାରୁ ଦାଦାବଟୀ ଆକାରରେ ସଂଗ୍ରହ କରୁଥିଲେ ।
ଜେଲ ଅଧିକାରୀ କେତେ ସଚ୍ଚୋର୍ଟ
ତେବେ ଜେଲ ପରିସର ଭିତରେ ଅପରାଧୀମାନେ ଯଦି ଭୋଜି-ଭାତର ଆସର ଓ ମଜାମସ୍ତି କରୁଛନ୍ତି, ତେବେ ଏଠାରେ ସୁରକ୍ଷା ପ୍ରତି ପ୍ରଶ୍ନ ଉଠୁଛି । ଏଥି ସହିତ ଜେଲରେ କାର୍ଯ୍ୟରତ କର୍ମଚାରୀମାନେ କିଭଳି ଅପରାଧୀଙ୍କ ସହିତ ହାତ ମିଳାଇ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି, ତାହା ମଧ୍ୟ ଚିନ୍ତାର ବିଷୟ । କଡ଼ା ସୁରକ୍ଷା ବଳୟରେ ଥିବା ସେଲ୍ ଭିତରକୁ ମଦ-ମାଂସ କେମିତି ପହଂଚୁଛି, ତାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଜେଲର ବରିଷ୍ଠ ଅଧିକାରୀଙ୍କ ବିନା ଅଜାଣତରେ ଏହି କାମ ସମ୍ଭବ ନୁହେଁ । ଏଥିରୁ ଜଣାପଡୁଛି ଯେ, ଆମର ସରକାରୀ ବାବୁମାନେ କେତେ ଦାୟିତ୍ୱବାନ ଓ ସଚ୍ଚୋର୍ଟ ।