Wednesday, September 18, 2024
Homeଟନେଲ ବଦଳାଇବ ଜୀବନରେଖା
Array

ଟନେଲ ବଦଳାଇବ ଜୀବନରେଖା

ଭୁବନେଶ୍ବର: ଭାରତ ଏକ ବିଭିନ୍ନତା ମଧ୍ୟରେ ଏକତାର ରାଷ୍ଟ୍ର। ଏହି ଦେଶର ଭିନ୍ନ ଭିନ୍ନ ସ୍ଥାନର ଭୌଗଳିକ, ସାମାଜିକ, ଜୟବାୟୁ ଅଲଗା। ସେହିପରି ଖାଦ୍ୟ-ପେୟ, ଭାଷା, ସଂସ୍କୃତି, ଚାଲିଚଲଣି ମଧ୍ୟ ଗୋଟିଏ ସ୍ଥାନ ତୁଳନାରେ ଅନ୍ୟ ଜାଗାରେ ମଧ୍ୟ ଅଲଗା। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ, ଯେଉଁଠାରେ ବହୁ ଧର୍ମର ଲୋକେ ବସବାସ କରୁଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ଭାରତର ଚାରିଆଡେ ଲୋକେ ଭିନ୍ନ ଭିନ୍ନ ଅବସ୍ଥାରେ ରହୁଛନ୍ତି। ସମୁଦ୍ର ଉପକୂଳରେ ଲକ୍ଷ ଲକ୍ଷ ଲୋକ ବସବାସ କରୁଥିବା ବେଳେ ଆହୁରି ଅନେକ ସମୁଦ୍ର ପତ୍ତନ ଠାରୁ ହଜାର ଫୁଟ ଉଚ୍ଚରେ ରହୁଛନ୍ତି। ସେହିଭଳି ଲକ୍ଷ ଲକ୍ଷ ଲୋକ ଶୀତରେ ଥରୁଥିବା ବେଳେ ଆହୁରି ଅନେକ ଲୋକ ପ୍ରଚଣ୍ଡ ଖରାରେ ସିଝୁଛନ୍ତି। ଦୁର୍ଗମ ଅଂଚଳରେ ବସବାସ କରୁଥିବା ବିଶାଳ ଭୌଗଳିକ ସୀମାକୁ ଟନେଲ ନିର୍ମାଣ କରି ରେଳପଥ ଓ ସଡ଼କ ପଥ ସହିତ ସଂଯୋଗ କରାଯାଉଛି।

ଭାରତର ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣକୁ ସ୍ଥଳପଥରେ ଯୋଡ଼ିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଏହି କ୍ରମରେ ୨୦୨୩ ମସିହା ସୁଦ୍ଧା କେନ୍ଦ୍ର ସରକାର ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜମ୍ମୁ କଶ୍ମୀର, ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳରେ ସଡ଼କ ପଥ ଓ ରେଳପଥରେ ଯୋଡ଼ିବାକୁ ସବୁଠାରୁ କଷ୍ଟସାଧ୍ୟ କାମ। କିନ୍ତୁ ବିଗତ କିଛି ବର୍ଷ ହେବ ଏହି ଅସାଧ୍ୟ କାମକୁ ସହଜ କରିବା ପାଇଁ ସରକାର ଟନେଲ୍‌ ମାଧ୍ୟମରେ ସଡ଼କ ପଥ ଓ ରେଳପଥ ନିର୍ମାଣ କାମ ଜାରି ରଖିଛନ୍ତି। ମୋଦୀ ସରକାରଙ୍କ ପୂର୍ବୋଦୟ ଭାରତ ମିଶନ ଅଧିନରେ ଏହାର ନିର୍ମାଣ ହେଉଛି।

ପାହାଡ଼ ତଳେ ଟନେଲ

ଭାରତୀୟ ରେଳବାଇ  ଏବେ ମଣିପୁରର ଇମ୍ଫାଲ ନିକଟରେ ଉତ୍ତର-ପୂର୍ବର ସବୁଠାରୁ ଲମ୍ବ ଟନେଲ ନିର୍ମାଣ କାମ ଚାଲିଛି। ଦେଶରେ ଏହା ଦ୍ବିତୀୟ ଲମ୍ବ ରେଲୱେ ଟନେଲ୍‌ ହେବ। ଏହାରି ମାଧ୍ୟମରେ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକୁ ରେଳ ସଂଯୋଗୀକରଣ ହୋଇପାରିବ। ୬୫ ମିଟର ପାହାଡ଼ ତଳେ ଏହି ଟନେଲ ନିର୍ମାଣ ଚାଲିଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇ ଟ୍ରେନ୍‌ ଚଳାଚଳ କରିବ।  ୨୦୨୩ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ୧୧୧ କିଲୋମିଟର ରେଳ ନେଟୱର୍କର ଅଂଶବିଶେଷ ହେଉଛି ଇମ୍ଫାଲ ଓ ଟୁପୁଲ ଟନେଲ।

ଦେଶର ୨ୟ ଦୀର୍ଘ ଟନେଲ

ଦେଶର ଦୀର୍ଘ ଟନେଲ କଶ୍ମୀରରେ ପୀର ପଂଜାଲରେ ରହିଛି, ଯାହାକି ୧୧.୨ କିଲୋମିଟର ଲମ୍ବ। ମଣିପୁରରେ ନିର୍ମାଣାଧୀନ ଟନେଲର ନିର୍ମାଣ କାର୍ଯ୍ୟ ୭.୩ କିଲୋମିଟର ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟାଂଶ ପ୍ରାୟ ୩ କିଲୋମିଟର କାମ ୨୦୨୩ ଅଗଷ୍ଟ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟନେଲର ନିର୍ମାଣ ପାଇଁ ୧୫୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅଷ୍ଟ୍ରେଲୀୟ ଟେକ୍ନୋଲୋଜି ମାଧ୍ୟମରେ ଏହାର ନିର୍ମାଣ କରାଯାଉଛି। ଟନେଲ ଭିତରେ ପଥର ଥିଲେ ଏହାକୁ ଡିନାମାଇଟ ଦ୍ବାରା ଭଙ୍ଗାଯାଉଛି।

ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର

ଟନେଲରେ ନିଆଁ ଲାଗୁ ଅଥିବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଟନେଲ ସହିତ ଏକ ସୁରକ୍ଷା ଟନେଲ ନିର୍ମାଣ କରାଯାଉଛି। ଟନେଲ ଭିତରେ ପ୍ରତି ୫୦୦ ମିଟର ଦୂରରେ କ୍ରସ ଟନେଲ ନିର୍ମାଣ ହେଉଛି। ଏହାରି ମାଧ୍ୟମରେ ଯାତ୍ରୀଙ୍କୁ ସୁରକ୍ଷା ଟନେଲ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିବ। ଟନେଲ ଭିତରେ ଲାଇଟ ବ୍ୟବସ୍ଥା, ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ଘୋଷଣା ବ୍ୟବସ୍ଥା, ଯାତ୍ରୀ ଗାଇଡ ସୁବିଧା ଓ ଭେଣ୍ଟିଲେଶନ ବ୍ୟବସ୍ଥା କରାଯାଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments