Friday, February 7, 2025
Homeଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ହକି ଖେଳାଳି
Array

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ହକି ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭାରତର ହକି ଅଭିଯାନ ଶେଷ ହୋଇଛି । ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ୱର କ୍ରୀଡ଼ାକୁମ୍ଭରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଇତିହାସ ରଚିଛନ୍ତି । ତେବେ ପୁରୁଷ ଦଳ କାଂସ୍ୟ ପଦକ ଆଣିଥିବା ବେଳେ ମହିଳା ଟିମ୍‌କୁ ନିରାଶ ହେବାକୁ ପଡ଼ିଛି । କିନ୍ତୁ ମହିଳାମାନେ ପଦକ ଆଣି ନଥିଲେ ବି ହକି ତାଲିକାରେ ୪ର୍ଥ ସ୍ଥାନରେ ରହି ନିଜର ପ୍ରଦର୍ଶନ ବଳରେ ୧୩୦ କୋଟି ଭାରତୀୟଙ୍କ ଦୃଦୟ ଜିତିଛନ୍ତି । କାରଣ କାଂସ୍ୟ ପଦକ ମୁକାବିଲାରେ ଭାରତ ବ୍ରିଟେନ୍ ସହିତ କଡ଼ା ମୁକାବିଲା କରିଥିଲା ।

ଭାରତର ଝିଅମାନେ ଟୋକିଓ ଅଲିମ୍ପିକ୍ସରେ ଯେଉଁଭଳି ଭାବରେ ପ୍ରଦର୍ଶନ କଲେ, ତାହା ପ୍ରଶଂସନୀୟ । ମହିଳା ଟିମ୍ ହାରିଛି ସତ, କିନ୍ତୁ ଭାରତୀୟଙ୍କ ହୃଦୟ ଜିତିଛି । କାରଣ ମହିଳା ହକି ଟିମ୍‌ର ଯାତ୍ରା ଏତେ ଦୀର୍ଘ ହେବ, ତାହା କେହି ଭାବି ନଥିଲେ । ପୁଣି ଟିମ୍ ପ୍ରମାଣିତ କରିଛି ଯେ, ଉତ୍ସାହ ଏବଂ ଲକ୍ଷ୍ୟ ଥିଲେ ଯେକୌଣସି ବଡ଼ କାମ ମଧ୍ୟ କରାଯାଇ ପାରେ । ଉଦାହରଣ ସ୍ୱରୂପ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍‌କୁ ଭାରତୀୟ ମହିଳା ଟିମ୍ ପରାସ୍ତ କରିପାରିଥିଲା । ମୋଟା ମୋଟି ଭାବରେ କାଂସ୍ୟ ପଦକ ପାଇଁ ଟିମ୍ ଯେଭଳି ପ୍ରଦର୍ଶନ କଲେ, ବୋଧେ ଏହାହି ଜୀବନ ଦେଇ ଲଢ଼ିବା କୁହାଯାଇଥାଏ ।

ପୁରୁଷ ଦଳକୁ କାଂସ୍ୟ ପଦକ

ଭାରତୀୟ ପୁରୁଷ ଦଳ ୧୯୮୦ ମସିହା ପରେ ଚଳିତ ଅଲିମ୍ପିକ୍ସରୁ ପଦକ ଆଣିପାରିଛି । ଫାଇନାଲରେ ପ୍ରବେଶ କରିବା ପାଇଁ ଦଳର ଖେଳାଳିମାନେ ସେମିଫାଇନାଲ ମ୍ୟାଚରେ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଦଳକୁ ନିରାଶ ହେବାକୁ ପଡ଼ିଥିଲା । କିନ୍ତୁ ଟିମ୍‌ର ଖେଳାଳିମାନେ କାଂସ୍ୟ ପଦକ ସ୍ୱପ୍ନକୁ ପୂରା କରିଥିଲେ । ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲେ ଟିମ୍‌ର ଖେଳାଳି । ମହିଳା ଦଳ ଗ୍ରେଟ ବ୍ରିଟେନ୍ ଠାରୁ ୪-୩ ଗୋଲରେ ପରାସ୍ତ ହୋଇଛନ୍ତି । କିନ୍ତୁ ଦଳ ମୂଳରୁ ଶେଷ ପର୍ଯ୍ୟନ୍ତ ଯେଭଳି ପ୍ରଦର୍ଶନ କରିଥିଲେ, ଭାରତୀୟ ମାନଙ୍କୁ ଗର୍ବ ଅନୁଭବ ହୋଇଛି । ଦେଶର ଗର୍ବ କରିବାର ଅନ୍ୟତମ କାରଣ ହେଲଶ ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଂଚିଥିଲା ।

ହାରିଯାଇ ବି ହୃଦୟ ଜିତିଲେ ମହିଳା

ମହିଳା ହକି ଟିମ୍ ଅଗଷ୍ଟ ୬ରେ ହୋଇଥିବା କାଂସ୍ୟ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନ୍ ପ୍ଲେ-ଅଫ୍‌ରେ ପ୍ରଥମ ଥର ଶୀର୍ଷ ୩ଟି ସ୍ଥାନରେ ରହି ଏବଂ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଥିଲା । ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଦେଶର ଖୁସିକୁ ଦୁଇଗୁଣ କରିବାକୁ ଚାହିଁଥିଲା । ଭାରତ ପକ୍ଷରୁ ୨୯ତମ ମିନିଟରେ ବନ୍ଦନା କଟାରିଆ, ୨୬ତମ ମିନିଟରେ ସାଲିମା ଟେଟେ ଓ ୨୫ତମ ମିନିଟରେ ଗୁରଜିତ କୌର ଗୋଲ ଦେଇଥିଲେ । ଗ୍ରେଟ ବ୍ରିଟେନ ୪୮ତମ, ୩୫ତମ, ୨୫ତମ ଓ ୧୬ତମ ମିନିଟରେ ୨ଟି ଗୋଲ ଦେଇଥିଲା ।

ଅପୂର୍ବ ସଂଯୋଗର ପ୍ରତିଶୋଧ

ପୁଲ ପର୍ଯ୍ୟାୟରେ ହୋଇଥିବା ମ୍ୟାଚ୍‌ରେ ରିଓ ଅଲିମ୍ପିକ୍ସ ଚମ୍ପିଅନ ଗ୍ରେଟ ବ୍ରିଟେନ ୧-୪ରେ ଭାରତକୁ ପରାସ୍ତ କରିଥିଲା । ଏହି ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ମହିଳା ଟିମ୍ ଲକ୍ଷ୍ୟ ରଖିଥିଲା । ଲକ୍ଷ୍ୟ ହାସଲ କରିବା ପାଇଁ ଲଢ଼େଇ ମଧ୍ୟ କରିଥିଲା । କିନ୍ତୁ ଏଥିରେ ସଫଳ ହୋଇପାରିଲା ନାହିଁ । କିନ୍ତୁ ଭାରତର ପୁରୁଷ ଟିମ୍ ଗ୍ରେଟ ବ୍ରିଟେନ୍‌କୁ ପରାସ୍ତ କରିଥିଲା । ଅଲିମ୍ପିକ୍ସ ହକିରେ ଭାରତ ଏକ ବାର୍ତ୍ତା ଦେଇଛି ଯେ, ଯଦି ତୁମେ ଆମର ପୁରୁଷଙ୍କୁ ହରାଇବ, ଏହାର ପ୍ରତିଶୋଧ ନେବେ ମହିଳା । ସେହିପରି ଯଦି ଆମର ମହିଳା ତୁମ ଠାରୁ ହାରିଯାଆନ୍ତି ପୁରୁଷ ଦଳ ଜିତିବେ । ମହିଳା ଟିମ୍ ଗ୍ରେଟ ବ୍ରିଟେନ୍ ଠାରୁ ହାରି ଥିବା ବେଳେ ପୁରୁଷ ଟିମ୍ ଜିତିଥିଲେ । ପୁରୁଷ ଟିମ୍ ଅଷ୍ଟ୍ରେଲିଆ ଠାରୁ ହାରିଥିବା ବେଳେ ମହିଳା ଟିମ୍ କଙ୍ଗାରୁ ବିପକ୍ଷରେ ବିଜୟଲାଭ କରିଥିଲେ । ଆର୍ଜେଣ୍ଟିନା ଟିମ ଭାରତୀୟ ମହିଳା ଦଳକୁ ହରାଇଥିଲା । କିନ୍ତୁ ପୁରୁଷ ଟିମ୍ ଠାରୁ ଆର୍ଜେଣ୍ଟିନା ହାରିଥିଲା । ଜର୍ମାନୀ ମଧ୍ୟ ମହିଳା ଟିମକୁ ହରାଇଥିବା ବେଳେ ପୁରୁଷ ଟିମ୍ ଠାରୁ ପରାସ୍ତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments