Monday, September 9, 2024
Homeଖବରପ୍ରମୁଖ ଖବରଡାକ୍ତରଖାନାରେ ମାଡ଼ ଖାଇଲେ ଡାକ୍ତର

ଡାକ୍ତରଖାନାରେ ମାଡ଼ ଖାଇଲେ ଡାକ୍ତର

ଭୁବନେଶ୍ବର: ଡାକ୍ତର ହେଉଛନ୍ତି ରୋଗୀଙ୍କ ପାଇଁ ଭଗବାନ। ରୋଗୀ ପରିବାର ପାଇଁ ଜୀବନ୍ତ ଠାକୁର। ଉଭୟ ରୋଗୀ ଓ ତାଙ୍କ ପରିବାର ମୁହଁରେ ହସ ଫୁଟାଇ ପାରୁଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର। ତେଣୁ ତାଙ୍କୁ ସାକ୍ଷାତରୂପୀ ଭଗବାନ ବୋଲି ଅନେକ କହିଥାନ୍ତି। ତେବେ ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଡାକ୍ତରଙ୍କୁ ମଧ୍ୟ ମାଡ଼ମାରିବାକୁ ପଛାଉ ନାହାନ୍ତି। ଏହାରି ପଛରେ ଅନେକ କାରଣ ଥାଇ ପାରେ। ଯେଉଁମାନେ ଅସୁବିଧାର ସାମ୍ନା କରୁଛନ୍ତି, ଶେଷରେ ହିଂସ୍ର ପାଲଟୁଛନ୍ତି ଏବଂ ଡାକ୍ତରମାନଙ୍କୁ ମାଡ଼ ମାରୁଛନ୍ତି।

ମଣିଷ ମାତ୍ରେ ଲୋଭରେ ପଡ଼ିବା ସାଧାରଣ କଥା। ମାତ୍ର ସମସ୍ତଙ୍କର ଲୋଭ ସମାନ ନୁହେଁ। ମାତ୍ରାଧିକ ଅର୍ଥ ଲୋଭର ପଡ଼ି କିଛି ଲୋକ ସାମ୍ନାକୁ ଆସିଥାନ୍ତି। ସେଥିରେ ଅଛନ୍ତି ଅର୍ଥଲୋଭି ଡାକ୍ତର। ରୋଗୀକୁ ଠିକ୍‌ କରିବା ଡାକ୍ତରଙ୍କ କାମ। କିନ୍ତୁ ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତରମାନେ ରୋଗୀଙ୍କୁ ତରବରିଆ ଭାବେ ଚିକିତ୍ସା କରି ଘରକୁ ପଳାଇବା ପାଇଁ ଅଧିକ ଚିନ୍ତା କରନ୍ତି। ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ଘରୋଇ କ୍ଲିନିକ୍‌ ଓ ନର୍ସିଂହୋମରେ କାମ କରି ଭଲ ରୋଜଗାର କରିବା ଲକ୍ଷ୍ୟ ରଖନ୍ତି। ଏହି କାରଣରୁ ସେମାନେ ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅବହେଳା କରନ୍ତି। ଏହାର ଫଳ ମଧ୍ୟ ଡାକ୍ତରମାନଙ୍କୁ ମିଳୁଛି।

ରୋଗୀ ମୃତ୍ୟୁ ପରେ ଡାକ୍ତର ଆସିଲେ

ଗତ ଜାନୁଆରି ୨୯ ତାରିଖରେ ରୋଗୀ ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ଅଭିଯୋଗରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଜଣେ ଡାକ୍ତର ନିର୍ଧୁମ ମାଡ଼ ଖାଇଛନ୍ତି। ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। କାରଣ ଥିଲା ଡୁଙ୍ଗୁରିପଡ଼ାର ନିକୁ ବାରିକ ନାମରେ ଜଣେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ 3 ଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ରୋଗୀଙ୍କ ଜୀବନ ଚାଲିଯାଇଥିଲା। ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଆସିଥିଲେ। ଡାକ୍ତର ଜଣକ ମଦ ପିଇ ଆସିଥିବା ଓ ବିଳମ୍ବରେ ଆସିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିବା ସହ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।  ହସ୍ପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ।

ଡାକ୍ତରଙ୍କୁ ଜୋତାମାଡ଼ ଦେଲେ ଡାକ୍ତର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ମଧ୍ୟ ଗତମାସ ୩୦ ତାରିଖରେ ଜଣେ ଡାକ୍ତରଙ୍କୁ ନିସ୍ତୁକମାଡ଼ ମରାଯାଇଥିଲା। ରୋଗୀର ମା’ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଜୋତାରେ ମାଡ଼ ମାରିଥିଲେ। କାରଣ ଥିଲା ଯେ, ନବୋଦୟ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାର ପୋଷ୍ଟ ମୋର୍ଟମରେ ଭୁଲ ରିପୋର୍ଟ ଦେଇଥିବା ଅଭିଯୋଗ। ମାମଲା ଥିଲା ୨୦୨୩ ଫେବ୍ରୁଆରି ୧୯ ତାରିଖର। ସ୍ଥାନୀୟ ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ଝୁଲନ୍ତା ମୃତଦେହ ସ୍କୁଲ ପରିସରରୁ ଠାବ ହୋଇଥିଲା। ଝିଅକୁ ହତ୍ୟା କରି ଝୁଲେଇ ଦେଇଥିବା ତାଙ୍କ ମାଆ ସୁଜ୍ଞାନୀ ରଇତ ଅଭିଯୋଗ କରିଥିଲେ । ନ୍ୟାୟ ଦାବିରେ ବିଭିନ୍ନ ସମୟରେ ଧାରଣା ଦେବା ସହ ଗୁହାରି କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଗତ ନଭେମ୍ବର ମାସରୁ ଆସି ଥିଲେ ବି ଏହା ସଠିକ ନୁହେଁ ବୋଲି ମୃତକଙ୍କ ମାଆ ଅନେକ ଥର ଅଭିଯୋଗ ଆଣିବା ସହ ସଠିକ୍ ରିପୋର୍ଟ ପ୍ରଦାନ କରିବାକୁ ଗୁହାରି କରିଆସିଛନ୍ତି। ଡାକ୍ତର କିମ୍ବା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇନଥୁବା ସେ କହିଥିଲେ।

ଡାକ୍ତରଙ୍କୁ ୨ ବର୍ଷ ଜେଲ

ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ ଲାଞ୍ଚ ନେବା ମାମଲାରେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ ଅଦାଲତ ଡାକ୍ତରଙ୍କୁ ୨ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ଡାକ୍ତର ରାଉତ ୨୦୧୪ରେ ରାଜ୍ୟ ଟିମ ପକ୍ଷରୁ ମଧୁବନ ସିଏଚସିରେ ଏମଡିଏ ଯାଞ୍ଚ ସମୟରେ ଜନୈକା ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଥିଲେ। ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନହେବା ନିମନ୍ତେ ସେହି ସମୟରେ ମେଡିକାଲ ଅଫିସର ଡା. ରାଉତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜ୍ଜୁ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments