Tuesday, September 10, 2024
Homeଦୀପ-ଆଲୋକରେ ଝଲସୁଛି ଶ୍ରୀରାମଙ୍କ ନଗରୀ
Array

ଦୀପ-ଆଲୋକରେ ଝଲସୁଛି ଶ୍ରୀରାମଙ୍କ ନଗରୀ

ଅଯୋଧ୍ୟା: ରାତି ପାହିଲେ ଦୀପାବଳି ପର୍ବ । ସମଗ୍ର ବିଶ୍ୱ ସହିତ ଭାରତରେ ଏହି ପର୍ବ ଉତ୍ସାହର ସହିତ ଅନୁଷ୍ଠିତ ହେବ । ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ଘର ଭିତରେ ଦୀପ ଜଳିବ ଓ ଘର ବାହାରେ ଆଲୋକମାଳା ଲାଗିବ । ଭଗବାନ ଶ୍ରୀରାମଙ୍କ ନଗରୀରେ କିନ୍ତୁ ଟିକିଏ ନିଆରା ଢଙ୍ଗରେ ଦୀପାବଳି ପାଳନ ହେଉଛି । କରୋନା କଟକଣା ସତ୍ତ୍ୱେ ଚଳିତ ବର୍ଷର ଦୀପାବଳି ଏକ ନୂଆ କୀର୍ତ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । କୁହାଯାଉଛି ଯେ, ଅନେକ ଶତାବ୍ଦୀ ପରେ ୨୦୨୦ ଦୀପାବଳୀରେ ପୁରାଣର ସେହି ତ୍ରେତୟା ଯୁଗର ସ୍ମୁତି ଦେଖାଯିବ । କାରଣ ଶତାଧିକ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଛି ।

ମଠ-ମନ୍ଦିର, ରାସ୍ତାକଡ଼ରେ ରଂଗୀନ ଲାଇଟ

ଅଯୋଧ୍ୟା ନଗରୀକୁ ଶ୍ରୀରାମଙ୍କ ରାଜ୍ୟ ଅଭିଷେକ ଭଳି ସଜାଯାଇଛି । ମଠ, ମନ୍ଦିର ଓ ରାଜରାସ୍ତାକୁ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ରଂଗୋଲି କରାଯାଇଛି । ଉତ୍ତରପ୍ରଦେଶ ସରକାର, ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଏପରିକି ବ୍ୟକ୍ତିଗତ ସ୍ତରରେ ଦୀପାବଳି ନେଇ ଉତ୍ସବର ମାହେଲା ଦେଖାଯାଇଛି । ବିଗତ କିଛି ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବ ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ଚଳିତ ବର୍ଷ ଏଥିରେ ଆଉକିଛି ନୂଆ ଅଧ୍ୟାୟ ଯୋଡ଼ିହୋଇଯିବ । ରାମଙ୍କ ମନ୍ଦିର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଏବର୍ଷ ସରଯୁ ନଦୀ କୂଳରେ ଥିବା ଘାଟ ସହିତ ମଠ ଓ ମନ୍ଦିରକୁ ମଧ୍ୟ ଆକର୍ଷଣୀୟ ଭାବେ ସଜାଇଛି ।

ଜଳିବ ୫ ଲକ୍ଷ ୫୧ ହଜାର ଦୀପ

ସରଯୁ ନୀ କୂଳରେ ଥିବା ୨୪ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏହା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାମ କଥା ପାର୍କ ଠାରୁ ଆରମ୍ଭ କରି ରାମ କି ପୈଡି ପର୍ଯ୍ୟନ୍ତ ଏଲଇଡି ଲାଇଟ ଖଂଜାଯାଇଛି । ଦୁଇ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବିଦ୍ଧିବଦ୍ଧ ଭାବେ ଆଜି ଦୀପୋତ୍ସବ ଉଦଘାଟନ ହେବ ।

ଭର୍ଚୁଆଲ ମାଧ୍ୟମରେ ଆତଶବାଜୀ

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାରୋହରେ ସାମିଲ ହୋଇ ଦୀପୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ସରଯୁ କୂଳରେ ଆରତୀ କରିବେ । ପୁଣି ରାମ କି ପୈଡି ପହଂଚି ଦୀପ ଜଳାଇବେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭର୍ଚୁଆଲ ଆତଶବାଜୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଦର୍ଶନ ଅନଲାଇନ ମାଧ୍ୟମରେ ଏହି ଦୃଶ୍ୟ ଦେଖିପାରିବେ । କରୋନା କଟକଣା ଯୋଗୁଁ କାର୍ଯ୍ୟସ୍ଥଳକୁ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି ।

ରାମଚରିତ ମାନସ ଦୋହା

ଅଯୋଧ୍ୟା ସହରର ୧୬ଟି ପ୍ରବେଶ ଦ୍ୱାରକୁ ମଧ୍ୟ ସଜାଯାଇଛି । ପ୍ରତିଟି ପ୍ରବେଶ ଦ୍ୱାରରେ ରାମଚିତ ମାନଓ ଦୋହା ଲେଖାଯାଇଛି । ଘାଟ ଓ ମନ୍ଦିରରେ ଯେଉଁଠାରେ ଦୀପ ଜଳିବ, ପ୍ରୋଜେକ୍ଟର ଲାଇଟ ମାଧ୍ୟମରେ ତାର ମାପିଂ କରାଯାଇଛି । ରାମାୟଣର ଦୃଶ୍ୟ ଜରିଆରେ ‘ସବ ମେ ରାମ-ସବକେ ରାମ’ର ଅନୁପମ ଝଲକ କାର୍ଯ୍ୟକ୍ରମ ସ୍ଥଳ, ସରଯୁ ଘାଟ ଠାରୁ ଆରମ୍ଭ କରି ସଡ଼କ-ଗଳି, ମଠ-ମନ୍ଦିର ସମେତ ୧୬ଟି ପ୍ରବେଶ ଦ୍ୱାରର ଦିବ୍ୟତା ବଢ଼ାଇଛି ।

୫୦୦ ବର୍ଷ ଅପେକ୍ଷା

ଅଯୋଧ୍ୟାରେ ଚଳିତ ଥର ଦୀପାବଳି ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ରାମ ମନ୍ଦିରର ଶିଳାନ୍ୟାସ ହେବା ପରେ ପ୍ରଥମ ଥର ଅଯୋଧ୍ୟାରେ ଭବ୍ୟ ଦୀପାବଳି ପାଳନ ହେଉଛି । ଏଥର “ଅଯୋଧ୍ୟା ଦୀପୋତ୍ସବ”ରେ କୋଟି କୋଟି ରାମଭକ୍ତ ଶ୍ରୀରାମଲଲା ଦରବାରରେ ଭର୍ଚୁଆଲ ଉପସ୍ଥିତି ରହିବେ । ପାଖାପାଖି ୫ଶହ ବର୍ଷର ଅପେକ୍ଷା ପରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ସ୍ପପ୍ନ ପୂରା ହୋଇଛି । ଏଭଳି ସ୍ଥିତିରେ କୌଣସି ବି ଶ୍ରଦ୍ଧାଳୁ ଦରବାରରେ ଆସ୍ଥାର ଦୀପ ଜଳାଇବାରେ ବଂଚିତ ନରହୁ, ଏଥିଲାଗି ଉତ୍ତର ପ୍ରଦେଶ ସରକାର ଏକ ୱେବ ପୋର୍ଟାଲ କରିଛନ୍ତି । ଏହି ପୋର୍ଟାଲରେ ଲୋକେ ଅଯୋଧ୍ୟାରେ ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments