Monday, November 4, 2024
Homeଦୁର୍ବଳ ସୁରକ୍ଷା ବ୍ୟବସ୍ଥା! ବଢୁଛି ହିଂସା
Array

ଦୁର୍ବଳ ସୁରକ୍ଷା ବ୍ୟବସ୍ଥା! ବଢୁଛି ହିଂସା

ଭୁବନେଶ୍ୱର: ରାଜ୍ୟରେ ହିଂସାର ମାତ୍ରା ସୀମା ଟପିଯାଇଛି। ନିଖୋଜ ହେଉଥିବା ମଣିଷର ଅଳ୍ପ ଦିନ ମଧ୍ୟରେ ମୃତଦେହ ଠାବ ହେଉଛି। ସରକାର, ପ୍ରଶାସନ ଓ ପୁଲିସର ଦୁର୍ବଳତାର ସୁଯୋଗ ନେଇ ଅପରାଧୀମାନେ ଜଘନ୍ୟ କାମ କରିବାକୁ ପଛାଉ ନାହାନ୍ତି। ଆଉ ଯେଉଁ ବ୍ୟକ୍ତିମାନେ ଅପରାଧ ସହିତ ସଂଶ୍ଲିଷ୍ଟ ରହୁଛନ୍ତି, ସେମାନଙ୍କୁ ଦେଶର ଆଇନ୍‌ ବ୍ୟବସ୍ଥାକୁ ଆଦୌ ଖାତିର ନାହିଁ। ଆଉ ଏହା ହେବାର ପଛରେ ମୂଳ କାରଣ ହେଲା ଆମର ଆଇନ୍‌ ବ୍ୟବସ୍ଥା ମଜବୁତ୍‌ ନହେବା। ଦୋଷୀକୁ ଦଣ୍ଡ ମିଳିବାରେ ବର୍ଷ ବର୍ଷ ବିତିଯାଉଛି।

ରାଜ୍ୟରେ ଆଇନ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଥିବାରୁ ଗୋଟିଏ ଗୋଟିଏ ପରେ ଗୋଟିଏ ବିବାଦ ମାଡ଼ି ଆସୁଛି। ଗତବର୍ଷ ନଭେମ୍ବର ମାସରେ ନୟାଗଡ଼ ଜିଲ୍ଲା ପରୀ ନିଖୋଜ ମାମଲା ପରେ ଯାଜପୁର ଜିଲ୍ଲାର ନାବାଳିକା ଶିଶୁ ନିଖୋଜ ଘଟଣା ଚର୍ଚ୍ଚାକୁ ଆସିଥିଲା। ଗତ ଜୁଲାଇ ମାସରେ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ତଦନତ ଚଳିତ ମାସ ପ୍ରଥମ ସପ୍ତାହରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ସପ୍ତାହରେ ପୁଣି ୨ଟି ମାମଲା ଏବେ ଲୋକଲୋଚନକୁ ଆସିଛି। ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ନିଖୋଜ ଘଟଣାର ଗୋଟିଏ ପରେ ଗୋଟିଏ କାହାଣୀ ବାହାରୁଛି। କିନ୍ତୁ ସୁନ୍ଦରଗଡ଼ ସହରର ପଣସପଡ଼ା ନିବାସୀ ତଥା ସ୍ଥାନୀୟ ପୁଲିସ ବାରାକ୍‌ରେ କାର୍ଯ୍ୟରତ ଦୀପକ ସୁନାଙ୍କ ପୁଅ ଜୟଦେବଙ୍କ ନିଖୋଜ ଖବର ମିଳିପାରି ନାହିଁ।

ହଜିଯାଉଛି ମାନବିକତା

ସଂପତ୍ତି ଲୋଭ ହେଉ ଅଥବା ଅନ୍ୟ କୌଣସି ଜିନିଷ ପ୍ରତି ଆକର୍ଷଣ ହେଉ ପ୍ରଭାବୀ ମଣିଷ ନିରୀହ ଓ ଦୁର୍ବଳ ପରିସ୍ଥିତିରେ ଜୀବନଧାରଣ କରୁଥିବା ଲୋକର ନିଖୋଜ ହେଉଛି। କେତେବେଳେ ସ୍ତ୍ରୀଙ୍କୁ ସ୍ୱାମୀ ନଦୀକୁ ଠେଲି ଦେଉଛି ତ କେତେବେଳେ ଦଲାଲ ଦ୍ୱାରା ଦାଦନ ଶ୍ରମିକ ନିର୍ଯାତନାର ଶିକାର ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସଙ୍କୁ ସାଙ୍ଗମାନେ ଡାକିନେଇ ହତ୍ୟା କରିଦେଲେ। ପ୍ରଥମେ ଗଣମାଧ୍ୟମରେ ନିଖୋଜ ଖବର ଆସିଲା। ଘଟଣାର ଅଳ୍ପ ଦିନ ମଧ୍ୟ ମୀନଷର ସାଙ୍ଗମାନେ ଗିରଫ ହୋଇ ଜେଲ ଯାଇଛନ୍ତି। ସମାଜରେ ମହିଳାଙ୍କ ପ୍ରତି ହିଂସା ବଢୁଥିବା ବେଳେ ନାରୀ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ନାହାନ୍ତି।

ହାବିଲଦାରଙ୍କ ପୁଅ ଜୟଦେବ କେବେ ହେବେ ଠାବ

ଜୟଦେବ ସୁନା(୨୭) ନିଖୋଜ ହେବାର ୧୨ ଦିନ ଅତିକ୍ରମ କରିସାରିଛି। ଜୟଦେବ ଯେଉଁ ଦିନ ନିଖୋଜ ହୋଇଥିଲେ, ଠିକ ସେହିଦିନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମଧ୍ୟ ସନ୍ଧାନ ମିଳିଥିଲା। କିନ୍ତୁ ଇତି ମଧ୍ୟରେ ମମତାଙ୍କ ମୃତଦେହ ଅକ୍ଟୋବର ୧୯ରେ ଠାବ ହୋଇଥିବା ବେଳେ ଏବେବି ଜୟଦେବ ସଂପର୍କରେ କୌଣସି ଖବର ପାଇପାରୁ ନାହିଁ ପୋଲିସ। ପରିବାର ଲୋକେ  ସୁନ୍ଦରଗଡ଼ ଟାଉନ ଥାନାର ଦ୍ୱାରାସ୍ଥ ହୋଇ ନୟାନ୍ତ ହୋଇସାରିଛନ୍ତି। କିନ୍ତୁ ପୋଲିସର ଉତ୍ତର ରହୁଛି, ଜୟଦେବର ଖବର ମିଳି ନାହିଁ। ଭେଣ୍ଡା ପୁଅକୁ ନପାଇ ଦୀପକଙ୍କ ମା’ ଆରତୀ ସୁନା ବ୍ୟସ୍ତ ହୋଇପଡ଼ିଛନ୍ତି। ପଣସପଡ଼ା ବସ୍ତିରେ ନାନା ଚର୍ଚ୍ଚା ହେଉଛି, ଯଦି ପୁଲସ କର୍ମଚାରୀଙ୍କ ପୁଅ ସୁରକ୍ଷିତ ନାହାନ୍ତି, ତା’ହେଲେ ସାଧାରଣ ଲୋକଙ୍କର ଅବସ୍ଥା କ’ଣ ହେବ।

ମମିତା ମେହେର: ୨୦୨୧ ଅକ୍ଟୋବର ୮-୨୦
ଗତ ୮ ତାରିଖରେ ମମିତା ଗାଁରୁ ବାହାରି ସ୍କୁଲକୁ ଯାଉଥିଲେ। ଏହି ସମୟରେ ସେ ହଠାତ୍‌ ରାସ୍ତାରୁ ନିଖୋଜ୍‌ ହୋଇଯାଇଥିଲେ। ସେ କୁଆଡେ ଗଲେ ଓ କିପରି ନିଖୋଜ ହେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା। ଶେଷ ସିସିଟିଭ୍‌ ଭିଜୁଆଲ୍‌ ମୁତାବକ ମମତା ଶେଷ ଥର ପାଇଁ ଗୋବିନ୍ଦଙ୍କ ଗାଡିରେ ବସି କଲେଜକୁ ଯାଇଥିଲେ। ଏବେ ସ୍ଥାନୀୟ ଏକ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ପରେ ଘଟଣାସ୍ଥଳରୁ ସୁନା ଚେନ୍‌, ପାଉଁଜି ଓ ବ୍ୟାଗ୍‌ ମିଳିଥିଲା। ମମିତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି। ସନସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ସାନଭଉଣୀର ଗାଁରୁ ଗିରଫ ହୋଇଛି। ଜେସିବି ଚାଳକକୁ ପୋଲିସ ପଚରାଉଚରା କରିଛି। ଗୋବିନ୍ଦ ସାହୁ ୧୮ ତାରିଖରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଅକ୍ଟୋବର ୨୦ ତାରିଖରେ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି। କିନ୍ତୁ ବିଜେଡି କହିଛି ଯେ, ବିଜେପି ଶସ୍ତା ରାଜନୀତି କରୁଛି। ଆଇନ୍‌ ତା’ ବାଟରେ ଯିବ। ଦୋଷୀ ଦଣ୍ଡ ପାଇବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments