Wednesday, September 18, 2024
Homeଦେଢ଼ ବର୍ଷ ପରେ ନିର୍ବାଚନ: ଏବେଠୁ ଦଳ ସକ୍ରିୟ
Array

ଦେଢ଼ ବର୍ଷ ପରେ ନିର୍ବାଚନ: ଏବେଠୁ ଦଳ ସକ୍ରିୟ

ଭୁବନେଶ୍ବର: ଦେଶରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୨୦୨୪ ମସିହା ମେ’ ମାସ ପୂର୍ବରୁ ଭୋଟ ଗ୍ରହଣ କରାଯିବ। ଏହି ସମୟରେ ଓଡ଼ିଶାରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ମୋଟାମୋଟି ଭାବେ ଦେଖିବାକୁ ଗଲେ ନିର୍ବାଚନ ସମୟ ପାଖାପାଖି ଦେଢ଼ବର୍ଷ ବାକି ଅଛି। ତେଣୁ ରାଜ୍ୟରେ ୧୪୭ ବିଧାନସଭା ନିର୍ବାଚନରେ ଜନତାଙ୍କ ହୃଦୟ ଜିତିବା ପାଇଁ ରାଜନୈତିକ ଦଳମାନେ ସକ୍ରିୟ ହେବା ଆରମ୍ଭ କରିଦେଇଛନ୍ତି। ଶାସକ ବିଜୁ ଜନତା ଦଳ, ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନିଜକୁ ପ୍ରସ୍ତୁତି କରିଛି।  

ଜାତୀୟ ସ୍ତରରେ କଂଗ୍ରେସ ସେପ୍ଟେମ୍ବର ୭ ତାରିଖ ଠାରୁ ପଦଯାତ୍ରା ଆରମ୍ଭ କରିଦେଇଛି। ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୫ ମାସ ପରେ କଶ୍ମୀରରେ ପହଂଚିବ। ଏହାରି ମଧ୍ୟରେ କଂଗ୍ରେସ ଗତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ସଂସଦୀୟ କ୍ଷେତ୍ରକୁ ପହଂଚିବ। ରାହୁଲଙ୍କ ଏହି ପଦଯାତ୍ରା ଓଡ଼ିଶାରେ ମଧ୍ୟ ହୋଇପାରେ। କଂଗ୍ରେସ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓଡ଼ିଶାରେ ନେତୃତ୍ବ ପରିବର୍ତ୍ତନ କରିଛି। ଦଳ ଶରତ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ଆସନରେ ବସାଇଛି।

ଦଳୀୟ ନେତାଙ୍କୁ ମନ୍ତ୍ର ଦେଲେ ନବୀନ

୨୦୨୨ ଅକ୍ଟୋବର ୨ ତାରିଖରୁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିବ। ଏହାକୁ ସଫଳ କରିବା ପାଇଁ ଦୁଇ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଛି। ‘ବିଜୁ ଜନତା ଦଳ-ଏକ ସାମୂହିକ ଆନ୍ଦୋଳନ’ନାରା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକ୍ର ଦଳୀୟ ପଦାଧିକାରୀ, ସାଂସଦ ଓ ବିଧାୟକମାନଙ୍କୁ ଏହି ସମାରୋହରେ ଯୋଗଦେବା ପାଇଁ ବିଜେଡି ଡାକିଛି। ଏହାରି ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଯୋଡ଼ି ହୋଇ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି |

ବିଜେଡିକୁ ଜେପି ନଡ୍ଡାଙ୍କ ଟାର୍ଗେଟ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ବରରେ ଆୟୋଜିତ ଏକ ସମାବେଶରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛି, ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି। ସରକାର ସେମାନଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଯଦି ମନ୍ତ୍ରୀ ହତ୍ୟା ଘଟଣାରେ ସାମିଲ ଥିବେ, ତେବେ ଶାସନ  ବ୍ୟବସ୍ଥାରେ କି ପ୍ରକାରର ସଂସ୍କାର ଆସିବ ବୋଲି ନଡ୍ହା ପ୍ରଶ୍ନ କରିଛନ୍ତି। ରତ୍ନ ଭଣ୍ଡାର ପ୍ରସଙ୍ଗରେ ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ, ରତ୍ନଭଣ୍ଡାର ଚାବି ମିଳିଲାନି। ପରେ ଡୁପ୍ଲିକେଟ ଚାବି ମିଳିଥିଲା। ସରକାର ଡୁପ୍ଲିକେଟ ତ ଚାବି ଡୁପ୍ଲିକେଟ ହେବ ହିଁ ହେବ। ତେଣୁ ରାଜ୍ୟବାସୀ ଏଭଳି ସରକାରକୁ ଉପାଡ଼ି ଫିଙ୍ଗିନ୍ତୁ । ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଛନ୍ତି। ମନରେଗାରେ ଓଡ଼ିଶାରେ ଜାଲ୍ ବିଲ୍ ଚାଲିଛି, କି କୁଶାସନ ଚାଲିଛି ଏଠି, ଏଠି ବି ଡବଲ ଇଂଜିନ ସରକାର ଚାଲିବା ଦରକାର।  

ସାମାଜିକ ଗଣମାଧ୍ୟମରେ ନବୀନଙ୍କୁ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ନବୀନଙ୍କ ଭାଷଣକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଯୁବପୀଢ଼ୀ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଓଡ଼ିଆ କଥା କହି ଆସୁନାହିଁ, ଭାଷା ଜଣାନାହିଁ। ତେଣୁ ସାଧାରଣ ଜନତା ବିରକ୍ତି ପ୍ରକାଶ କରିବା ସ୍ବାଭାବିକ କଥା। ରାଜ୍ୟ ସରକାର ଚାଷୀମାନଙ୍କର ଆୟ ୩ ଗୁଣ ହେବା ନେଇ ଭାଷଣ କେବଳ ପବଞ୍ଚନା କହିଲେ କିଛି ଭୁଲ ହେବ ନାହିଁ। କାରର ରାଜ୍ୟର ଚାଷୀ କାନ୍ଦୁଥିବା ବେଳେ ସରକାର ବାହାଦୂରୀ ନେଉଛନ୍ତି। ରୋଜଗାର କ୍ଷେତ୍ରରେ ଆମ ସରକାର ବହୁତ ପଛୁଆ । ରାଜ୍ୟରେ ରୋଜଗାର ମିଳୁ ନ ଥିବାରୁ ଲକ୍ଷ ଲକ୍ଷ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments