Tuesday, September 17, 2024
Homeଧର୍ମରେ ଅନ୍ଧ ହୋଇ ଭଙ୍ଗାରୁଜା-ରକ୍ତାକ୍ତ ସଂଘର୍ଷ
Array

ଧର୍ମରେ ଅନ୍ଧ ହୋଇ ଭଙ୍ଗାରୁଜା-ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର: ମହାପୁରୁଷମାନେ କହି ଯାଉଛନ୍ତି, ମାନବ ସେବା ହିଁ ଈଶ୍ୱରଙ୍କ ସେବା । ଭଗବାନ ଧର୍ମକୁ ବିଭାଜନ କରିନାହାନ୍ତି । ଏହା ମନୁଷ୍ୟ କୃତ । ମନୁଷ୍ୟ ନିଜ ଇଚ୍ଛାରେ ବିଭିନ୍ନ ଧର୍ମ ସୃଷ୍ଟି କରିଛି । ଇତିହାସରୁ ଜଣାଯାଏ, ପୂର୍ବରୁ ଧର୍ମ ବୋଲି ସେମିତି କିଛି ନିଦ୍ଦିଷ୍ଟ ଜିନିଷ ନଥିଲା । କିନ୍ତୁ ସଭ୍ୟତାର ବିକାଶ ହେବା ପରେ ଏହା ମନୁଷ୍ୟମାନେ ବିଭିନ୍ନ ଗୋଷ୍ଠୀରେ ପରିଣତ ହେଲେ । ସମୟ କ୍ରମରେ ପ୍ରଭାବୀ ମନୁଷ୍ୟର ପ୍ରୋରଚନାରେ ଧାର୍ମିକ ସଂସ୍ଥା ଗୁଡ଼ିକ ସୃଷ୍ଟି ହୋଇଛି ।

ହଜାର ହଜାର ବର୍ଷରୁ ଧର୍ମକୁ ନେଇ ଅନେକ ବିବାଦ ଦେଖାଯାଇଛି । ଧର୍ମକୁ ନେଇ ବିଶେଷ ଭାବରେ ଏସୀଆ ମହାଦେଶରେ ରକ୍ତାକ୍ତ ସଂଘର୍ଷ ଦେଖାଯାଉଛି । ଏସୀୟ ମହାଦେଶର ଅନେକ ସ୍ଥାନରେ ଧର୍ମ ଯୋଗୁଁ ସୀମା ବିବାଦ ମୁଖ୍ୟ କାରଣ ପାଲଟୁଛି । ଭାରତ, ପାକିସ୍ତାନ ଓ ବାଂଲାଦେଶ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କ ଉପରେ ସଂଖ୍ୟା ଗରିଷ୍ଠତା ଲୋକଙ୍କର ପ୍ରାଦୂର୍ଭାବ ଦେଖାଯାଉଛି । ବାରମ୍ବାର ଏଭଳି ଘଟଣା ଦେଖାଯାଉଛି । ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ନାବାଳିକା ଓ ଯୁବତୀଙ୍କୁ ଅପହରଣ କରାଯାଉଛି । ଧର୍ମପରିବର୍ତ୍ତନ ସହ ବଳପୂର୍ବକ ବିବାହ କରାଯାଉଛି ।

ବାଂଲାଦେଶରେ ମନ୍ଦିର ଭାଙ୍ଗିଲେ କଟ୍ଟରପନ୍ଥୀ

ନିକଟରେ ବାଂଲାଦେଶର ଖୁଲନା ଜିଲ୍ଲା ରୁପଶ ସବଡିଭିଜନ ଅଂଳଚରେ ଥିବା ଶିୟାଲୀ ଗାଁରେ ରେ ସାଂପ୍ରଦାୟିକ ହିଂସା ଦେଖାଯାଇଛି । ଏହି ହିଂସାରେ ପ୍ରାୟ ୩୦ ଜଣ ଲୋକ ଆହତ ହୋଇଥିଲେ । କଟ୍ଟରପନ୍ଥୀମାନେ ହିନ୍ଦୁମାନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ନୀରହି ଲୋକଙ୍କୁ ମାଡ଼ମାରିବା ସହିତ ଧନ-ସଂପତ୍ତି ଲୁଟି ନେଇଛନ୍ତି । କଟ୍ଟରପନ୍ଥୀମାନେ ଏତିକିରେ ସନ୍ତୁଷ୍ଟ ହୋଇ ନାହାନ୍ତି । ସେମାନେ ଏକାଧିକ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ତେବେ ବାଂଲାଦେଶ ପୋଲିସ ଘଟଣା ସହିତ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପାକିସ୍ତାନରେ ଗଣେଶ ମନ୍ଦିର ଭଙ୍ଗାରୁଜା

ଗତ ସପ୍ତାହରେ ଧାର୍ମିକ ଭାବନାକୁ ନେଇ ପାକିସ୍ତାନରେ ମଧ୍ୟ ହିଂସା ପରିସ୍ଥିତି ଦେଖାଯାଇଥିଲା । ଲାହୋର ଠାରୁ ୫୯୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନ ଜିଲ୍ଲାର ଭୋଙ୍ଗ ଅଂଚଳରେ ସଂଖ୍ୟା ଗରିଷ୍ଠତା ଥିବା ସଂପ୍ରଦାୟର ଲୋକେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଧାର୍ମିକ ଅନୁଷ୍ଠାନ ଉପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେଠାରେ ଏକ ଗଣେଶ ମନ୍ଦିରରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଥିଲା । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ପରେ ପୋଲିସ ୫୦ ଜଣଙ୍କୁ ଗିରଫ କରିଥିଲା ଏବଂ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ସ୍ଥାନୀୟ ପ୍ରଶାସନ ଭଙ୍ଗା ଯାଇଥିବା ମନ୍ଦିରର ମରାମତି କରିଛି ।

ରାମ ମନ୍ଦିର-ବାବ୍ରୀ ମସଜିଦ ବିବାଦ

ଭାରତରେ ମଧ୍ୟ ଧର୍ମକୁ ଅନେକ ସମୟରେ ହିଂସା ଦେଖାଯାଇଛି । ଦେଶର ଜନତା ଶିଖ ଦଙ୍ଗା ଓ ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାକୁ ଭୁଲିପାରି ନାହାନ୍ତି । ୧୯୮୪ ମସିହାରେ ହୋଇଥିବା ଶିଖ ଦଙ୍ଗାରେ ପ୍ରାୟ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ସାରା ଦେଶରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ସେହିପରି ୧୯୯୨ ମସିହା ଡିସେମ୍ବର ୬ରେ ହୋଇଥିବା ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଦିନ ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପିର ପ୍ରାୟ ଦେଢ଼ ଲକ୍ଷ କର୍ମୀ ବାବ୍ରି ମସଜିଦ ଭାଙ୍ଗିବାକୁ ଯାଇଥିଲେ । କାରଣ ହିନ୍ଦୁମାନଙ୍କର ବିଶ୍ୱାସ ଅନୁସାରେ ଭଗବାନ ରାମ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମହୋଇଥିଲେ । ଭଗବାନ ରାମଙ୍କର ଯେଉଁଠାରେ ଜନ୍ମ ହୋଇଥିଲେ, ସେଠରେ ୧୬ଶ ଶତାଦ୍ଦୀରେ ମୁଗଲ ସମ୍ରାଟ ମୀର ବାକୀ ସେଠାରେ ବାବ୍ରୀ ମସଜିଦ ନିର୍ମାଣ କରିଥିଲେ । ଆର୍କିଓଲୋଜୀକାଲ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଯେଉଁଠାରେ ବାବ୍ରୀ ମସଜିଦ ନିର୍ମାଣ ହୋଇଥିଲା, ସେଠାରେ ଅଣ ଇସଲାମିକ ଭିତ୍ତିଭୂମି ଥିଲା । ତେବେ ପ୍ରାୟ ସେହିଦିନ ଠାରୁ ବାବ୍ରୀ ବିବାଦ ଲାଗି ରହିଥିବା ବେଳେ ୨୦୨୦ ମସିହାରେ ଏହି ବିବାଦର ଅନ୍ତ ଘଟିଥିଲା । ଏଠାରେ ଏବେ ରାମ ମନ୍ଦିର ନିର୍ମାଣ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments