Friday, September 13, 2024
Homeଧାର୍ମିକ ସ୍ଥଳୀରେ ଦଳାଚକଟା ଓ ଠେଲାପେଲା
Array

ଧାର୍ମିକ ସ୍ଥଳୀରେ ଦଳାଚକଟା ଓ ଠେଲାପେଲା

ଭୁବନେଶ୍ବର: ରାଜ୍ୟର ଦୁଇଟି ପ୍ରମୁଖ ଧାର୍ମିକ ସ୍ଥଳୀରେ ପୁଣି ଥରେ ଦଳାଚକଟା ଓ ଠେଲାପେଲା ହୋଇଥିବା ଖବର ଆସିଛି। ଏହା ପୁଣି ମାତ୍ର ୨୪ ଘଣ୍ଟା ମଧ୍ୟରେ। ଧାର୍ମିକ ସ୍ଥଳୀରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁବ୍ୟବସ୍ଥିତ କରିଡ଼ର ରହିବା ଉଚିତ। ଏହା ଦ୍ବା‌ରା ଲୋକେ ଶୃଙ୍ଖଳିତ ଭାବେ ଆଗକୁ ବଢ଼ିପାରିବେ ଏବଂ ଘଟଣା/ଦୁର୍ଘଟଣାକୁ ଏଡେଇ ହେବ। କିନ୍ତୁ ସ୍ବତନ୍ତ୍ର କରିଡ଼ର ଅଭାବରୁ ବାରମ୍ବାର ଅଭାବନୀୟ ଅଘଟଣ ଘଟୁଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି। ଗୋଟିଏ ଘଟଣା ପରେ ଅନ୍ୟମାନେ ସତର୍କ ନରହିବା ଓ ପ୍ରଶାସନର ଅବହେଳା ଯୋଗୁଁ ଧାର୍ମିକ ସ୍ଥଳୀରେ ଦଳାଚକଟା ଓ ଠେଲାପେଲା ହେଉଛି।

ଧାର୍ମିକ ସ୍ଥଳୀରେ ଯେତେବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି, ସେମାନଙ୍କୁ ଶୃଙ୍ଖଳିତ ଭାବେ ଠାକୁରଙ୍କ ଦର୍ଶନ କରାଇବାରେ ପ୍ରଶାସନ ଓ ପୁଲିସର ବିସ୍ତୃତ ଯୋଜନା ରହୁନାହିଁ। ଅନ୍ୟପଟରେ ଦର୍ଶକଙ୍କୁ ଧାଡ଼ିରେ ଶୃଙ୍ଖଳିତ ଆଚରଣ କରି ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବାକୁ ସ୍ବେଚ୍ଚାସେବୀ ମୁତୟନ ନ କରାଯିବାରୁ ମଧ୍ୟ ଅଘଟଣ ଘଟୁଛି। ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ପ୍ରସିଦ୍ଧ ସିଂହନାଥ ପୀଠରେ ଦଳାଚକଟା ଘଟିଥିଲା ବେଳେ ରବିବାର ସକାଳୁ ଶ୍ରୀମନ୍ଦିରରେ ଠେଲାପେଲା ହୋଇଛି। ଏହି ୨ଟି ଘଟଣାରେ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା ଓ ଶିଶୁମାନେ।

ସିଂହନାଥ ପୀଠରେ ପ୍ରବଳ ଭିଡ଼

ପ୍ରତିବର୍ଷ ଭଳି ଏଥର ମଧ୍ୟ ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୀଠକୁ ଯିବା ପାଇଁ ପୂର୍ବରୁ ଡଙ୍ଗା ହିଁ ଏକମାତ୍ର ବାଟ ଥିଲା। କିନ୍ତୁ ୨୦୨୧ ଡିସେମ୍ବର ମାସରେ ମହାନଦୀ ଉପରେ ଟି-ସେତୁ ନିର୍ମାଣ ହେବା ପରେ ଏବେ ପୀଠକୁ ସିଧାସଳଖ ବାଟ ଫିଟିଛି। କୋଭିଡ କାରଣରୁ ବିଗତ ୨ ବର୍ଷରେ ମକରମେଳା ଉପରେ କଟକଣା ଲାଗିଥିଲା। ଏଥର କିନ୍ତୁ ବିନା ବାଧାରେ ଯାତ୍ରା ଆୟୋଜନ ହେଉଥିବା ବେଳେ ଜନସମାଗମକୁ ନେଇ ପ୍ରଶାସନ ଆକଳନ କରି ପାରିଲାନି।

ପ୍ରଶାସନର ଦୁରଦୃଷ୍ଟିର ଅଭାବ

ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଗଲା ନାହିଁ। ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା। ମକର ମେଳାରେ ପୂର୍ବରୁ ଲୋକେ ମହାନଦୀର ସୁଖିଲା ବାଲିରେ ଯିବା ଆସିବା କରୁଥିଲେ। ଏଥି ପାଇଁ ଅସ୍ଥାୟୀ ରାସ୍ତା ତିଆରି ହେଉଥିଲା। ଟି-ସେତୁ ଲୋକାର୍ପଣ ହେବା ପରେ ଯେହେତୁ ଏଥର ପ୍ରଥମ ଥର ପାଇଁ ବିନା କଟକଣାରେ ମକର ମେଳାର ଆୟୋଜନ ହୋଇଥିଲା, ସେହି ହିସାବରେ ପ୍ରଶାସନକୁ ଭିଡ଼ ଉପରେ ଆକଳନ କରିବାର ଥିଲା। ୨୦୧୯ ମକର ମେଳାରେ କେତେ ଲୋକେ ହୋଇଥିଲେ ସ‌େ ବାବଦରେ ଜ୍ଞାନ ରଖିବାର ଥିଲା। ମେଳାରେ ଲୋକଙ୍କ ଭଡ଼ ନେଇ ପୂର୍ବାନୁମାନ କରିବାର ଆବଶ୍ୟକତା ଥିଲା।

ଆଖି ବୁଜିଲେ ମହିଳା

ପ୍ରଶାସନ ସତର୍କ ହୋଇଥିଲେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟି ନ ଥାନ୍ତା। ଏହି ଘଟଣାରେ ୨୦ରୁ ଅଧିକ ଶିଶୁ, ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ପୋଲ ଉପରୁ ପାଣିକୁ ଡେଇଁ କିଛି ଲୋକ ଜୀବନ ବଞ୍ଚାଇଥିବା ସ୍ଥାନୀୟ ଲୋକଙ୍କ ପ୍ରକାଶ। ସେମାନଙ୍କ ମଧ୍ୟରୁ ୫ରୁ ଅଧିକ ଆହତଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ବଡ଼ମ୍ବା ଓ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଖୁସିର କଥା ହେଲା ଯେ, ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିନାହିଁ। ଗତ କାର୍ତ୍ତିକ ମାସରେ ଗୁଜରାଟରେ ଯେଉଁଭଳି ଘଟଣା ଘଟିଥିଲା, ଅବସ୍ଥା ଖରାପ ହୋଇଯାଇଥାନ୍ତା।

ମୋରବୀରେ ୭୭ ମୃତ୍ୟୁ

ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଗୁଜରାଟର ମୋରବୀ ଜିଲ୍ଲା ମଛୁ ଜଳଭଣ୍ଡାରରେ ନିର୍ମିତ ଝୋଲାପୋଲରେ ଅଘଟଣ ଘଟିଥିଲା। ପୋଲ ଛିଣ୍ଡିବାରୁ ମହିଳା ଓ ଶିଶୁଙ୍କ ସମେତ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହୁରି ଅନେକ ନିଖୋଜ ହୋଇଥିଲେ। ଝୁଲାପୋଲ ଛିଣ୍ଡିବା ପଛର କାରଣ ମାତ୍ରାଧିକ ଭିଡ। ପୋଲର କ୍ଷମତା ଠାରୁ ଅଧିକ ଲୋକ ଏଠାରେ ଚଢ଼ିଥିଲେ। ତେଣୁ କୌଣସି ସ୍ଥାନରେ ଯେତେବେଳେ ମେଳାର ଆୟୋଜନ ହେଉଛି, ସେହି ସମୟରେ ସର୍ବ ପ୍ରଥମେ ଭିଡ଼ କେତେ ହେବେ ସେନେଇ ପ୍ରଶାସନ ଓ ପୁଲିସକୁ ସତର୍କ ରହିବାର ଅଛି।

ପୁରୀରେ ଠେଲାପେଲା

ସିଂହନାଥ ପୀଠରେ ଦଳାଚକଟା ଘଟଣାକୁ ୨୪ ଘଣ୍ଟା ବିତି ନଥିବା ବେଳେ  ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବ୍ୟାରିକେଡରେ ଠେଲାପେଲା କାରଣରୁ ଦୁଇଜଣ ମହିଳା ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ମହିଳା ସ୍ଥାନୀୟ ହାତଗଡ଼ିଆସାହିର ସୁଲୋଚନା ସାହୁ ଓ କଟକ ପିଠାପୁରର ଦିବ୍ୟା ସାହୁ(୧୬)।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments