Friday, October 4, 2024
Homeନୀତୀଶ କୁମାର: ମଣ୍ଡଳ ସ୍ତରୀୟ ରାଜନେତାରୁ ୭ମ ଥର ମୁଖ୍ୟମନ୍ତ୍ରୀ
Array

ନୀତୀଶ କୁମାର: ମଣ୍ଡଳ ସ୍ତରୀୟ ରାଜନେତାରୁ ୭ମ ଥର ମୁଖ୍ୟମନ୍ତ୍ରୀ

ପାଟଣା: ବିହାରରେ ପୁଣି ଥରେ ନୀତୀଶ କୁମାରଙ୍କ ସରକାର ଆରମ୍ଭ ହୋଇଯାଇଛି । ରାଜ୍ୟପାଳ ଫାଗୁ ଚୌହାନ ନୂତନ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରାଇଛନ୍ତି । ନୀତୀଶ କୁମାର ଏହା ପୂର୍ବରୁ ୬ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ନୀତୀଶଙ୍କ ଶପଥଗ୍ରହଣ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାମିଲ ହୋଇଛନ୍ତି । ରାଜଧାନୀ ପାଟଣାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ବିଧାୟକ ବିଧାନମଣ୍ଡଳର ନେତା ତାରା କିଶୋର ପ୍ରସାଦ ଓ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନୀତୀଶଙ୍କ କ୍ୟାବିନେଟରେ ଅନ୍ୟ ୧୪ ଜଣ ସ୍ଥାନ ପାଇଛନ୍ତି ।

ବିହାରର ରାଜନୀତି ଅଦ୍ଭୁତ

ମଣ୍ଡଳ ସ୍ତରରେ କର୍ମୀଭାବେ ନୀତୀଶ କୁମାର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏକଦା ବିହାରରେ ଅପରାଧ ହିଂସା ପାଇଁ ସମଗ୍ର ଦେଶରେ ଚର୍ଚ୍ଚା ହେଉଥିବା ବେଳେ ନୀତୀଶ କୁମାର ରାଜ୍ୟ ପାଇଁ ଭଲ କାମ କରିଛନ୍ତି ବୋଲି କୁହାଯାଉଛି । ଏଭଳି ରାଜନୀତିକୁ ଯଦିଓ ଅବସରବାଦିତା କୁହାଯିବ କିନ୍ତୁ ତାଙ୍କର ବୁଦ୍ଧିମତ୍ତା, ରାଜନୈତିକ ପସାଖାଠି ଯୋଗୁଁ ଦୀର୍ଘ ୨୦ ବର୍ଷ ଧରି ବିହାରର ଶାସକ ହୋଇପାରିଛନ୍ତି । ଏହି ଯାତ୍ରା ସମୟରେ ଅନେକ ଥର ବାଧା ମଧ୍ୟ ପହଂଚିଛି । ଏକଦା ନୀତୀଶ କୁମାରଙ୍କୁ ୭ଦିନ ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । କାରଣ ବିହାରର ରାଜନୀତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଅଦ୍ଭୁତ ।

୨ୟ ଥର ପୂରା କାର୍ଯ୍ୟରେ ଥିଲେ ନୀତୀଶ

ଇଂଜିନିୟରିଂ ଛାତ୍ର ନୀତୀଶ କୁମାର ସର୍ବପ୍ରଥମେ ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ମୁଖମନ୍ତ୍ରୀ ହୋଇଥିଲେ । କିନ୍ତୁ ବହୁମତ ମିଳି ନଥିବାରୁ ମାତ୍ର ୭ଦିନରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେ ୨ୟ ଥର ପାଇଁ ୨୦୦୫ ମସିହା ନଭେମ୍ବର ୨୪ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି କାର୍ଯ୍ୟକାଳ ୨୦୧୦ ନଭେମ୍ବର ୨୪ ଯାଏଁ ଚାଲିଲା ।

୨୦୧୦ରେ ୩ୟ ଥର ମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ୨୦୧୦ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କିନ୍ତୁ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ୨୦୧୪ରେ ଲୋକସଭା ନିର୍ବାଚନରେ ଦଳ ପରାଜୟ ହେବାରୁ ସେ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଜୀତନରାମ ମାଂଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ୨୦୧୫ ଫେବୃୟାରୀ ୨୨ରେ ନୀତୀଶ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

୨୦୧୫ରେ ଏନଡିଏ ସହ ମେଂଟ

ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ପାର୍ଟି ଓ ଲାଲୁ ଯାଦବଙ୍କ ଆରଜେଡି ମଧ୍ୟରେ ମହାମେଣ୍ଟ ହୋଇଥିଲା । ମହାମେଣ୍ଟ ଏହି ନିର୍ବାଚନରେ ସଫଳତା ପୂର୍ବକ ବିଜୟ ହାସଲ କରିଥିଲା । ସେହିବର୍ଷ ନଭେମ୍ବର ୨୦ ତାରିଖରେ ନୀତୀଶ ୫ମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ୨ ବର୍ଷ ପରେ ମେଂଟ ଭାଙ୍ଗିଯାଇଥିଲା । ଫଳରେ ନୀତୀଶ କୁମାର ବିଜେପିର ହାତ ଧରିଥିଲା । ନୀତୀଶ କୁମାର ୨୦୧୭ ଜୁଲାଇ ୨୭ରେ ୬ଷ୍ଠ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments