ସମ୍ବଲପୁର: ୨୭/୮:ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଫିଲ୍ମ, ଆଲବମ୍ ଓ କମେଡ଼ି ପ୍ରଡକ୍ସନ ପାଣିନି ପ୍ରାଜ୍ଞ ପ୍ରଡକ୍ସନ୍ ଓ ଆର୍ କେ ମିଡିଆ ତରଫରୁ ରିଏଲିଟୀ ସୋ ନୂଆଁଖାଇ ନନି ସିଜନ୍ ୩ ର ଅଡିସନ ଅଗଷ୍ଟ ୨୫ ତାରିଖ ରବିବାର ଦିନ ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ।ପ୍ରଯୋଜକ ପାଣିନି ପ୍ରାଜ୍ଞ ଓ ରାଜକିଶୋର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶା କମ୍ପ୍ୟୁଟର ଏକାଡେମୀ ର ସତ୍ଵାଧିକାରୀ ସନ୍ତୋଷ ପାଲ୍, ହିନ୍ଦୁସ୍ଥାନ କୁବ୍ରିକେଣ୍ଟ ର ମାଲିକ ନାରାୟଣ ଅଗ୍ରୱାଲ, ମୂନ୍ଦ୍ରା ଜେୱେଲ୍ସ ର ସତ୍ଵାଧିକାରୀ ବସନ୍ତ ମୁନ୍ଦ୍ରା,ସମାଜସେବୀ ସୁଧୀର ବହିଦାର, ବରିଷ୍ଠ ସାମ୍ବାଦିକ ଜ୍ଞାନବ୍ରତ ଭୋଇ, ନରେଶ ସେଠ୍ ,ହାସ୍ୟଭିନେତା ଯୋଗେଶ ଯୋଜୋ, ଟୀଙ୍କୁ ଟିଙ୍ଗାଲୁ, ପ୍ରାଜ୍ଞଶ୍ରୀ ସୋଲୁସନ୍ ର ସତ୍ଵାଧିକାରୀଣୀ କ୍ଷଣପ୍ରଭା ପ୍ରଧାନ ଲିଟିଲ୍ ଷ୍ଟାର ପ୍ରଣମ ପ୍ରାଜ୍ଞ , ୟୁଟୁବର ଅନୁ ସାହୁ, ସାକ୍ଷୀ ମିଶ୍ର ପ୍ରଭୁତି ଯୋଗ ଦେଇ କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ଦୁଇ ଜଣ ବ୍ରାଣ୍ଡ ଆମ୍ବସାଡର୍ ସୀମା ମହାପାତ୍ର ଓ ଶ୍ୱେତା ପଣ୍ଡା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମିଶେସ ବିଭାଗ ରେ ୧୮ ରୁ ୫୦ ବର୍ଷ ଓ ମିସ୍ ବିଭାଗ ରେ ୧୪ ରୁ ୨୫ ବର୍ଷ ର ବହୁଓ ଝିଅ ମାନେ ଭାଗ ନେଇ ନିଜର କଳା କୁ ପ୍ରଦର୍ଶିତ କରିଥିଲେ।
ଏଥିରେ ବିଚାରକ ଭାବରେ ପାଣିନି ପ୍ରାଜ୍ଞ, ଯୋଗେଶ ଜୋଜୋ, ସୁ ସାହିତ୍ୟିକା ମୁକୁଲ୍ ମିଶ୍ର, ଅଭିନେତ୍ରୀ ପ୍ରାଚୀ ପାଣିଗ୍ରାହି,କବିୟତ୍ରୀ ଅରୁଣି ତ୍ରୀପାଠୀ ନିଜର ଭୂମିକା ନିଭେଇ ଥିଲେ। ସ୍ପେ ସିଆଲ ଅତିଥି ଭାବରେ ଗତ ଥର ର ଦୁହି ଜଣ ବିଜେତା କୁମୁଦିନୀ ସାହୁ ଓ ପ୍ରତୀକ୍ଷା ସାହୁ ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ସବୁକୁ ସୁଟିଂ କରାଯାଇଥିଲା ଓ ତାହାକୁ ଅଗଷ୍ଟ ୨୮ ତାରିଖ ରୁ ପ୍ରତ୍ୟେକ ଦିନ ପାଣିନି ପ୍ରାଜ୍ଞ ପ୍ରଡକ୍ସନ ଓ ଆର୍ କେ ମିଡିଆ ୟୁଟୁବ ଚେନେଲ୍ ଓ ଫେସବୁକ ପେଜ ରେ ଟେଲିକାଷ୍ଟ ହେବ। କୃତୀ ପ୍ରତିଯୋଗୀ ଙ୍କୁ କ୍ରାଉନ, ସେସ,ଟ୍ରଫି ,ମାନପତ୍ର ଉପଢୌକନ ସହ ନଗଦ ଅର୍ଥ ଓ ଏକ ବର୍ଷ ପାଇଁ ଅଡିଓ ଭିଜୁଆଲ ରେ ସୁଯୋଗ ମିଳିପାରିବ। ଏହାର ଫଳାଫଳ ଚେନେଲ ରେ ହିଁ ଟେଲିକାଷ୍ଟ ହୋଇ ଜଣା ପଡ଼ିବ।ଏହାଦ୍ବାରା ପଶ୍ଚିମ ଓଡ଼ିଶା ର ମା ଓ ଭଉଣୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ର ବିକାଶ ହେଇ ପାରିବ ବୋଲି ନିର୍ଦ୍ଦେଶକ ପାଣିନି ପ୍ରାଜ୍ଞ କହିଛନ୍ତି। ସମସ୍ତ ଭିଡିଓ କୁ ଆଶିଷ ପଣ୍ଡା ଓ ରାଜେଶ ମଲ୍ଲିକ ଡିଓପି କରିଥଲେ।ଏଥିରେ ଶାନ୍ତନୁ ହୋତା, ଟିକେଶ୍ୱର ପ୍ରଧାନ, ସନ୍ଧ୍ୟା ସୁନା,ଦିପ୍ତିମୟୀ ପାଣ୍ଡେ,ହିମାଂଶୁ, କାହ୍ନୁ, ଝରଣା, ଚିକୁ , ଶ୍ୱେତା, ଅର୍ଜୁନ, କାହ୍ନା ,ମୁକେଶ, ବାସୁଦେବ ପ୍ରଭୁତି ସହଯୋଗ କରିଥିଲେ।