Wednesday, October 9, 2024
Homeନେତାଙ୍କ ସ୍ବପ୍ନ ପୂରା ହେବ କେବେ?
Array

ନେତାଙ୍କ ସ୍ବପ୍ନ ପୂରା ହେବ କେବେ?

ଭୁବନେଶ୍ବର: ନେତାଙ୍କ ସ୍ବପ୍ନ କେବେ ପୂରା ହେବ? କେତେ ବର୍ଷ ଶାସନ କଲେ ଲୋକଙ୍କର ଆବଶ୍ୟକତା ପୂରା କରିପାରିବେ, ନେତାମାନେ ତାହା ମଧ୍ୟ କହିପାରନ୍ତି ନାହିଁ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହୁଥିବା ଦଳ ମଧ୍ୟ ସ୍ବପ୍ନ ପୂରା କରିପାରୁ ନାହାନ୍ତି, ଯେଉଁଥି ପାଇଁ ବିରୋଧୀ ଦଳ ନେତାମାନେ ସଂସଦ ଓ ବିଧାନସଭାରେ ହଙ୍ଗାମା କରିଥାନ୍ତି। ନୀରିହ ଭୋଟର ମଧ୍ୟ ନେତାଙ୍କ ସ୍ବପ୍ନକୁ ସଫଳ କରାଇବା ପାଇଁ ସମର୍ଥନ କରୁଛନ୍ତି। କ୍ଷୋଭର ବିଷୟ ହେଲା ଯେ, ନେତାଙ୍କ ସ୍ବପ୍ନ ପୂରଣ ହେଉ ନାହିଁ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ଦେଖାଇ ଭାରତୀୟ ଜାତୀୟ କଂଗ୍ରେସ ଦେଶରେ ୫୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିଲା। କିନ୍ତୁ ଗାନ୍ଧିଜୀଙ୍କ ସ୍ବପ୍ନକୁ ପୂରା କରିପାରିଲା ନାହିଁ। ଅପରେପକ୍ଷେ ଓଡ଼ିଶାରେ ବିଜୁ ଜନତା ଦଳର ଅବସ୍ଥା ସମାନ।

ସ୍ବର୍ଗତ ବିଜୁ ବାବୁଙ୍କ ସ୍ବପ୍ନ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳୀୟ କର୍ମୀମାନେ ଓଡ଼ିଶାବାସୀଙ୍କୁ ଦୀର୍ଘ ୨୩ ବର୍ଷ ହେଲା ସ୍ବପ୍ନ ଦେଖାଇ ଚାଲିଛନ୍ତି। ବଡ଼ବଡ଼ ସଭା କାର୍ଯ୍ୟରେ ବିଜୁବାବୁଙ୍କ ନାମ ନେଇ ନବୀନ ପଟ୍ଟନାୟକ ସ୍ବପ୍ନ ଦେଖାନ୍ତି। ବିଜୁ ବାବୁଙ୍କ ସ୍ବପ୍ନ ପୂରା କରିବା ପାଇଁ ଲୋକଙ୍କୁ ନବୀନ ପ୍ରତିଶ୍ରୁତି ଦିଅନ୍ତି। ସେହିପରି ବିଜେଡିର ନେତାମାନେ ମଧ୍ୟ ସ୍ବର୍ଗତ ନେତାଙ୍କ ସ୍ବପ୍ନ ପୂରା କରିବାକୁ ଲୋକଙ୍କ ନିକଟରେ ପ୍ରତିଶ୍ରତି ଦିଅନ୍ତି। ଏହି କ୍ରମରେ ପିପିଲି ବିଧାୟକ ରୁଦ୍ର ମହାରଥୀ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବ୍ରଜରାଜନଗର ବିଧାୟକ ଅଲକା ମହାନ୍ତି, ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ପ୍ରମୁଖ। ଏମାନେ ସମସ୍ତେ ତାଙ୍କର ସଂପର୍କୀୟଙ୍କ ସ୍ବପ୍ନ ପୂରା କରିବାକୁ ରାଜନୀତିରେ ଆସିଛନ୍ତି ବୋଲି ଉପନିର୍ବାଚନ ପ୍ରଚାର ବେଳେ କହିଛନ୍ତି।

ପଦ୍ମପୁରବାସୀଙ୍କୁ ସ୍ବପ୍ନ ଦେଖାଇଲେ ନବୀନ

ମୁଖ୍ୟମନ୍ତ୍ରୀ ଗତ ୧୯ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ୩ଟି ସଭାରେ ଯୋଗ ଦେଇଥିଲେ। ସଭାରେ ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ। ନବୀନ କହିଥିଲେ ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ଏଥି ସହିତ ସରକାର ପଦ୍ମପୁର ପାଇଁ ଆହୁରି ଅନେକଗୁଡ଼ିକ ବିକାଶମୂଳକ କାମ କରିବାକୁ ହାତକୁ ନେଇଛନ୍ତି। ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛିା ଏନେଇ ସରକାର କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା ବେଳେ ନବୀନ କହିଥିଲେ ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ।  

ବିଜେଡି ପ୍ରତିଷ୍ଠା ଦିବସରେ ନେତା ଦେଖାଇଲେ ସ୍ବପ୍ନ

ବିଜେଡି ୨୦୨୪ ନିର୍ବାଚନ ପାଇଁ ପବିତ୍ର ଶଙ୍ଖକ୍ଷେତ୍ରରୁ ଶଙ୍ଖନାଦ କରିଛି। ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ଡିସେମ୍ବର ମାସରେ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ନବୀନଙ୍କ ୨୫ ବର୍ଷ ରାଜନୀତିର ସଫଳତା ବଖାଣିଥିଲେ। ରାଜ୍ୟରେ ବିଜେଡି ସୁଶାସନର ମଞ୍ଜି ବୁଣିବା ସହ ଦାରିଦ୍ର୍ୟ, ଅନାହାର ମୃତ୍ୟୁ ଭଳି ଦୁର୍ଦ୍ଦଶାରୁ ମୁକ୍ତ କରିଛି ବୋଲି ନେତାମାନେ ଦାବି କରିଥିଲେ। ସେ ୧୯୯୯ ମହାବାତ୍ୟା ହେଉ କି ଅନ୍ୟ ପ୍ରାକୃତିକ ଦୁର୍ବିପାକ, ସବୁର ଦୃଢ଼ ମୁକାବିଲା କରିବା ସହ ଲୋକଙ୍କ ପାଇଁ ସାହାରା ସାଜି ବଞ୍ଚିବାର ବାଟ ଦେଖାଇଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ବିଜୁବାବୁଙ୍କ ସ୍ବପ୍ନ ପାଇଁ ଓଡ଼ିଶା

ବିଜେଡି ପ୍ରତିଷ୍ଠା ଦିବସରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ବିଜୁ ବାବୁଙ୍କୁ ସ୍ବପ୍ନର ଓଡ଼ିଶା ଗଠନ ପାଇଁ ବିଜେଡି ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଆଜି ସବୁ କ୍ଷେତ୍ରରେ ସଫଳତାର ଶିଖର ଛୁଇଁଛି। ଓଡ଼ିଶା ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଯେ ଆଜି ହେଉଛି ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ଏକ ସୁଖୀ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଏବଂ ଜାତିର ସ୍ବାଭିମାନ ରକ୍ଷା କରିବା ସହ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ବିଜୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ଆଧାର କରି ନବୀନବାବୁଙ୍କ ନେତୃତ୍ବରେ ୨୫ ବର୍ଷ ହେଲା ଦଳ ଆଗକୁ ବଢ଼ୁଛି। ଜନ୍ମ ଦିନ ପାଳନ ବେଳେ ନୂତନ ପିଢ଼ି କେବେ ବି ଏହି ସଂକଳ୍ପକୁ ଭୁଲିବା ଉଚିତ ନୁହେଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments